ଦେଖନ୍ତୁ ଭିଡିଓ ! ବିପଦରେ କୁନି ପୁଅର ଜୀବନ ଇଂଜେକସନ୍ ର ଦାମ୍ 16 କୋଟି ..ଦୟାକରି ମୋ ପୁଅକୁ ବଞ୍ଚାଇ ଦିଅ ! ଆପଣଙ୍କର ଗୋଟିଏ ସାହାର୍ଯ୍ୟ ହୁଏତ ଗୋଟେ ମା କୁ ତା ପୁଅ ମିଳିପାରିବ..

ଦୁଃଖ ଏବଂ ସୁଖ ମଣିଷ ସହ ସବୁବେଳେ ଲାଗି ରହିଛି।ଏହି ଉଭୟ ପ୍ରକ୍ରିୟା କୁ ଆମକୁ ଗ୍ରହଣ କରିବାକୁ ପଡ଼ିଥାଏ। ତେବେ ଆଜିର ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଦୁଃଖ ଯନ୍ତ୍ରଣା ରେ ରହି ନିଜକୁ ବଞ୍ଚାଇ ରଖିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି।ତେବେ ଦୁନିଆର ଏହି ଅଜିବ ବିଧାନ କୁ ତ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିବ ଯାହାକୁ ସ୍ଵୟଂ ସୃଷ୍ଟି କର୍ତ୍ତା ତିଆରି କରିଛନ୍ତି।ତେବେ ଦୁନିଆରେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଖରେ ଦୁଃଖ ଓ ସମସ୍ୟା ଭରି ରହିଛି। ନିଜକୁ ଠିକ୍ ଭାବରେ ପରିଚାଳନା କରି ଦୁନିଆରେ ତିଷ୍ଠି ରହିବା ପାଇଁ ସମସ୍ତେ ପ୍ରୟାସ କରିବାରେ ଲାଗିଛନ୍ତି।

ଦୟା କରି ମୋ ଛୁଆ କୁ ବଞ୍ଚାନ୍ତୁ ଯାହା କିଛି ହେଇ ପାରୁଛି ମତେ ସାହାଯ୍ୟ କରନ୍ତୁ, ନହେଲେ ମୋ ପିଲା ବଞ୍ଚିବନି ଆପଣଙ୍କ ସାହାଯ୍ୟ ମୋ ପିଲା ପାଇଁ ଜୀବନ ଦାନ ହେବ | ଇଏ ହେଉଛି ଜଣେ ମା ର ନିବେଦନ, ନିଜ ପିଲା କୁ ବଞ୍ଚାଇବା ପାଇଁ କଇଁ କଇଁ କାନ୍ଦି କାନ୍ଦି ମା ଟିଏ ନେହୁରା ହେଉଛି | ଏହି ଘଟଣା ଟିକୁ ଜାଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସି ଯିବ ଏବେ ହୃଦୟ ରେ ଆଘାତ ଦେବ |

ଆପଣ ଯେତେ ବେଳେ ପିଲା ଟିର ମୁହଁ ଦେଖିବେ ଭାବିବାକୁ ବାଧ୍ୟ ହେବେ ଯେ କାହିଁକି ଏହି ନିଷ୍ପାପ ପିଲା ପ୍ରତି ଭଗବାନ ଏମିତି ଅନ୍ୟାୟ କଲେ | ପିଲା ଟି ଯେମିତି ପ୍ରତି ଟି ନିଶ୍ୱାସ ତା ଜୀବନ କୁ ବଞ୍ଚାଇବା ପାଇଁ ହିସାବ କରୁଛି |

ମାତ୍ର 18 ମାସ ର ଶିଶୁ ଟିଏ କିନ୍ତୁ ତା ନିଶ୍ୱାସ ର ଦାମ ହେଉଛି ଏବେ 16 କୋଟି ଟଙ୍କା, ହେଲେ ଏତେ ଟଙ୍କା କୁଆଡୁ ଆଣିବେ ସେହି ଚିନ୍ତା ରେ ଏବେ ବାପା ମା ବସିଛନ୍ତି | କନ୍ଧମାଳ ଜିଲ୍ଲା ଫୁଲବାଣୀ ଅନ୍ତର୍ଗତ ଆମପଡ଼ା ଗାଁ ରେ ତାର ହେଉଛି ଘର କିନ୍ତୁ ପିଲା ଟି ତା ବାପା ମା ଙ୍କ ସହିତ ରୁହେ ଏବେ ପିଲା ଟିର ନାଁ ହେଉଛି ରାଜବୀର | ବାପା ହେଉଛନ୍ତି ଡେଲିଭରି ବୟ ମାସକୁ ଦରମା ହେଉଛି 10 ରୁ 15 ହଜାର ଟଙ୍କା | ଘର ଚଳାଇବା କଷ୍ଟକର ଥିବା ସମୟ ରେ ପୁଅର ଏପରି ଏକ ରୋଗ ହୋଇଛି ଯାହାକୁ ଭଲ କରିବା ପାଇଁ 16 କୋଟି ଟଙ୍କା ଦରକାର |

ସୂଚନା ଅନୁଯାଇ ଛୁଆ ଟିର ପ୍ରଥମେ ଦେହ ଖରାପ ହେବାରୁ ଫୁଲବାଣୀ ମେଡ଼ିକାଲରେ ଦେଖାଇ ଥିଲେ ହେଲେ ଡାକ୍ତର କହିଲେ ଏହାର ଚିକିତ୍ସା ଏଠାରେ ନାହିଁ ପରେ ଆସାମ ଓ ବେଙ୍ଗାଲୁର ରେ ଦେଖାଇଲେ ଆଉ ଜଣା ପଡ଼ିଲା ଯେ ରାଜବୀର ଏସେମେ ଟାଇପ ଟୁ ରେ ଆକ୍ରାନ୍ତ ଯାହାକି ଏକ ଅତ୍ୟନ୍ତ ବିରଳ ରୋଗ ଏହି ରୋଗ ରେ ବଞ୍ଚିବା ମଧ୍ୟ ମୁସ୍କିଲ |

ତେବେ ଏପର୍ଯ୍ୟନ୍ତ ଧାର ଉଧାର କରି 3 ରୁ 4 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି କିନ୍ତୁ ଏବେ ଡାକ୍ତର କହିଛନ୍ତି ଯେ ଏକ ଇଞ୍ଜେକ୍ସନ ଦେଲେ ଶିଶୁ ଟିର ଜୀବନ ବଞ୍ଚି ଯିବ ଯାହାର ମୂଲ୍ୟ 16 କୋଟି ଟଙ୍କା | ଅନ୍ୟ ପଟେ ପୁଅ କୁ ହସ୍ପିଟାଲ ରେ ଚିକିତ୍ସା କରାଇଲେ କିଛି ଦିନ ପୁଅ ବଞ୍ଚିବ କିନ୍ତୁ ସେଥିପାଇଁ ମଧ୍ୟ ଦିନକୁ 45 ହଜାର ଟଙ୍କା ଖର୍ଚ୍ଚ ହେବ |

ଆଉ ଏବେ ରାଜବୀର ପାଖରେ 4 ମାସ ସମୟ ଅଛି ତାରି ଭିତରେ ହିଁ କିଛି କରିବାକୁ ପଡ଼ିବ ନହେଲେ ଜୀବନ ବଞ୍ଚାଇବା କଷ୍ଟକର | ଏ କଥା ଶୁଣି ରାଜବୀର ବାପା ମା ଙ୍କର ହୋସ ଉଡି ଯାଇ ଥିଲା ଆଉ କେମିତି ପୁଅକୁ ବଞ୍ଚାଇବେ ସେଥିପାଇଁ ବେଙ୍ଗାଲୁର ସହର ରେ ଘରେ ଘରେ ବୁଲି ଟଙ୍କା ମାଗୁଛନ୍ତି |

 

ସେଥି ଲାଗି ରାଜବୀର ମା କାନ୍ଦି କାନ୍ଦି ରାଜ୍ୟ ବାସୀ ଓ ରାଜ୍ୟ ସରକାର ଙ୍କ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି | ତେବେ ସବୁକିଛି ଏବେ ଆପଣଙ୍କ ହାତରେ, କାହାକୁ ସାହାଯ୍ୟ କରିବା ପାଇଁ ଭଗବାନ ନଜେ ଆସନ୍ତି ନାହିଁ କାହା ଜରିଆରେ ହିଁ ସେ ସାହାଯ୍ୟ କରନ୍ତି ଆଉ ଏବେ ଆପଣ ମାନେ ହିଁ ରାଜବୀର ପାଇଁ ଭଗବାନ |