କାର୍ତ୍ତିକ ପୂର୍ଣ୍ଣିମା (ଡଙ୍ଗା ଭସା) 19 November,କରନ୍ତୁ ଏହି ୫ଟି କାମ ପୁଣ୍ୟ ପ୍ରାପ୍ତି ହେବ | Kartika purnima

ତେବେ ଆସୁ ଥିବା କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସା ଦିନ ଏକ ମହାସଂଯୋଗ ବନୁ ଅଛି | ତେବେ ଏହି ଦିନ ରେ ଆପଣ ଏହି 6 ଟି କାର୍ଯ୍ୟ କରିବାକୁ କେବେ ବି ଭୁଲନ୍ତୁ ନାହିଁ | ଏହି କାର୍ଯ୍ୟ କଲେ ଆପଣଙ୍କ ର ସମସ୍ତ ମନସ୍କାମନା ପୂରଣ ହେବ | ଶାସ୍ତ୍ର ମାନଙ୍କରେ କାର୍ତ୍ତିକ ପୂର୍ଣ୍ଣିମା ରେ ବିଶେଷ ମହତ୍ୱ ରହି ଅଛି, ଏହି ଦିନ ରେ ବିଶେଷ ରୂପ ରେ ପୂଜା ଅର୍ଚନା କରି ସମସ୍ତ ଦେବାଦେବୀ ଏକା ସାଙ୍ଗରେ ପ୍ରସନ୍ନ କରା ଯାଇ ପାରେ |

ବର୍ଷ 2021 ର କାର୍ତ୍ତିକ ପୂର୍ଣ୍ଣିମା 19 ନଭେମ୍ବର ଶୁକ୍ରବାର ରେ ପଡ଼ୁ ଅଛି | ତେବେ ଆମେ କହି ରଖୁଛୁ ଯେ ଏହି ଦିନ ସମସ୍ତ ସମସ୍ୟା କୁ ଦୂର କରାଯାଇ ପାରିବ ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇବାରେ ଲାଗିବ | ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ କେଉଁ କାର୍ଯ୍ୟ କଲେ ଅତ୍ୟନ୍ତ ଶୁଭ ହୋଇ ଥାଏ |

ଏହି ଦିନ ଘର ର ମୁଖ୍ୟ ଦ୍ୱାର କୁ ସୁନ୍ଦର ଭାବେ ସଜାନ୍ତୁ, କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରାତଃ କାଳରେ ଉଠି ସମସ୍ତ ଘରକୁ ସଫା ସୁତୁରା କରି ସ୍ନାନ ଆଦି କରି ଭଗବାନ ଙ୍କ ନାମ ଉଚ୍ଚାରଣ କରି ମୁଖ୍ୟ ଦ୍ୱାର କୁ ସଜାନ୍ତୁ | ଘର ର ମୁଖ୍ୟ ଦ୍ୱାର ରେ ସ୍ୱସ୍ତିକ ଚି଼ହ୍ନ ଟିଏ ଅବଶ୍ୟ ବନାନ୍ତୁ, କୁହାଯାଇ ଥାଏ କି ଏପରି କରିବା ଦ୍ୱାରା ଗୃହ କୁ ମା ଲକ୍ଷ୍ମୀ ଙ୍କର ଆଗମନ ହୋଇ ଥାଏ ଏବଂ ଗୃହ ରୁ ସମସ୍ତ ପ୍ରକାର ର ଦୁଃଖ ଦୁର୍ଦଶା ଦୂର ହୋଇ ଯାଇ ଥାଏ |

ଏହା ସହିତ ମନ୍ଦିର ଯାଇ ଦୀପ ଦାନ କରନ୍ତୁ, ବହୁ ଥିବା ନଦୀ ବା ପୋଖରୀ ଆଦିରେ ଦୀପ ଦାନ କରିବା ଆବଶ୍ୟକ ହୋଇ ଥାଏ | ଯଦି ସମ୍ଭବ ହୁଏ ତ କୌଣସି ଶିବ ମନ୍ଦିର କୁ ଯାଇ ସୁଧ ଘିଅ ରେ ଦୀପ ଟିଏ ଅବଶ୍ୟ ଜଳାନ୍ତୁ ଏହା ସହିତ ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରି ଶିବ ମନ୍ତ୍ର 108 ଥର ଜପ କରନ୍ତୁ | ଏପରି କରିବା ଦ୍ୱାରା ବ୍ୟକ୍ତି ଙ୍କୁ ପୂଜା ର ଫଳ ପ୍ରାପ୍ତି ହୋଇ ଥାଏ ଏବଂ ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇ ଥାଏ |

କୌଣସି ଆବଶ୍ୟକତା ଥିବା ବ୍ୟକ୍ତି ଙ୍କୁ ଚାଉଳ ର ଦାନ କରନ୍ତୁ, ଏହି ଦିନ ଚାଉଳ ଦାନ କଲେ ବହୁତ ହିଁ ଶୁଭ ହୋଇ ଥାଏ | ଯେଉଁ ବ୍ୟକ୍ତି ମାନଙ୍କର କୁଣ୍ଡଳୀ ରେ ଚନ୍ଦ୍ରମା ପ୍ରତିକୂଳ ସ୍ଥିତି ରେ ରହି ଥାଏ ତାଙ୍କୁ ମଧ୍ୟ ଏହି ଦିନ ଚାଉଳ ର ଦାନ କରିବା ଆବଶ୍ୟକ | ଶାସ୍ତ୍ର ଅନୁସାରେ ତୁଳସୀ କୁ ମା ଲକ୍ଷ୍ମୀ ଙ୍କର ପ୍ରତୀକ ବୋଲି ମାନା ଯାଇ ଥାଏ ଏଣୁ ଏହି ଦିନ ତୁଳସୀ ଙ୍କୁ ପୂଜା କରନ୍ତୁ ଏବଂ ସାତ ଥର ବୃନ୍ଦାବତୀ ଙ୍କର ପରିକ୍ରମା କରନ୍ତୁ | ଏହି ଦିନ ରେ ଦାନ ପୁର୍ଣ୍ୟ ବି ବିଶେଷ ଫଳ ମିଳି ଥାଏ, ତ ଆପଣ ମାନେ ଏହି ବିଶେଷ ଦିନ ର ଲାଭ ଉଠାନ୍ତୁ |