ବ୍ରାହ୍ମଣୀ ନଦୀରେ ବିଶାଳକାୟ ମୂର୍ତ୍ତି କେହି ଗଢିନାହାନ୍ତି , ଆପଣାଛାଏଁ ବଢିଛି ! ଜାଣନ୍ତୁ ଏହାର ଐତିହାସିକ ଭିତ୍ତିଭୂମି ସମ୍ପର୍କରେ….

ଦୁନିଆରେ ଏମିତି ବିଭିନ୍ନ ପ୍ରକାରର ମୂର୍ତ୍ତି ରହିଛି। ଯାହାକୁ କେଉଁଠି ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି ତ ଆଉ କେଉଁ କେଉଁ ସ୍ଥାନରେ ସେହି ମୂର୍ତ୍ତି ମାନଙ୍କର ରକ୍ଷଣାବେକ୍ଷଣ ଅଭାବରୁ ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଛି। ଯାହା ଦ୍ଵାରା ମୂର୍ତ୍ତି ଗୁଡ଼ିକ ଲୀନ ହେବାରେ ଲାଗିଛି।ଢ଼େଙ୍କାନାଳ ପର୍ଜଙ୍ଗ ବ୍ଲକ ସରଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀର ଗର୍ଭରେ ରହିଛି ଏହି ଐତିହ୍ୟ ସମ୍ପନ୍ନ ବିଷ୍ଣୁ ଙ୍କ ଅନନ୍ତ ଶୟନ ମୂର୍ତ୍ତି। ଅନନ୍ତ ଶୟନ ରେ ପ୍ରଭୁ ବିଷ୍ଣୁ ଚାରୋଟି ହାତରେ ଶୋଭା ପାଉଛି ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ। ମୁଣ୍ଡରେ ମୁକୁଟ ଘେରି ରହିଛି ଅନନ୍ତ ସର୍ପ।

କିନ୍ତୁ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏହି ବିଶାଳ ମୂର୍ତ୍ତି ଲୀନ ହେବାର ଗାଁ ଲୋକମାନେ ଆଶଙ୍କା କରୁଛନ୍ତି । ୭ ଏକର ୧୩ ଡେସିମିଲ୍ ଜାଗାରେ ନିର୍ମାଣ ହୋଇଛି ଏହି ପୀଠ । ନିର୍ମାଣ ହୋଇଥିବା ଏହି ପୀଠ ର ଦାୟିତ୍ବ ନେଇଥିଲେ ପ୍ରତ୍ନତତ୍ତ୍ବ ବିଭାଗ।

ଏହି ପୀଠ କୁ କେବଳ ଲୁହା ବାଡ଼ ଦେଇ ଏହାର କାମ ସାରି ଦେଇଛନ୍ତି ବୋଲି ଗାଁ ଲୋକମାନେ ଅଭିଯୋଗ କରିଛନ୍ତି। ସେହି ଲୁହା ବାଡ଼ ମଧ୍ୟ ନଦୀ ବଢ଼ି ସ୍ରୋତରେ ଭାଙ୍ଗି ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଏହି ପୀଠ ର ସୁରକ୍ଷା ବ୍ୟବସ୍ଥା ପାଇଁ ଗାଁ ଲୋକମାନେ ଦାବି କରିଛନ୍ତି। ଗାଁ ଲୋକେ କହୁଛନ୍ତି କି, ପ୍ରତ୍ନତତ୍ତ୍ବ ବିଭାଗ ୨ ବର୍ଷ ଧରି ଏହି ପୀଠ ର ଦାୟିତ୍ବ ନେଇଥିଲେ।

ଗାଁ କୋକଙ୍କ ସୂଚନା ଅନୁସାରେ, ଏହା ହେଉଛି ୮୦୦ ବର୍ଷ ତଳର କଥା। ପୂର୍ବ ପୁରୁଷ କିମ୍ବା ରାଜା ମହାରାଜା ମାନେ ମଧ୍ୟ କହିଛନ୍ତି ଏହାର ଏ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଛି। ତେଣୁ ଗାଁ ଲୋକମାନେ କହିଛନ୍ତି କି, ଯଦି ଏହାର କିଛି ରକ୍ଷଣାବେକ୍ଷଣ ନ ହୁଏ ତେବେ ଏହି ମୂର୍ତ୍ତି ଧୀରେ ଧୀରେ ଲୀନ ହୋଇଯିବ।

ଅନନ୍ତ ଶୟନ ମୂର୍ତ୍ତି କୁ ନେଇ ରହିଛି ଅନେକ କିମ୍ବଦନ୍ତୀ ଐତିହାସ୍। ୫୧ ଫୁଟ ଲମ୍ବ ଏବଂ ୨୩ ଫୁଟ ଓସାର ର ମୂର୍ତ୍ତି କୁ କେହି କାଳେ ତିଆରି କରିନାହାନ୍ତି। ନବମ ଶତାବ୍ଦୀରେ ଏହି ବିଶାଳ ମୂର୍ତ୍ତି ଟି ଆପେ ଆପେ ନଦୀ ର ଜଳ ସ୍ରୋତ ଯୋଗୁଁ ଏଭଳି ମୂର୍ତ୍ତି ସୃଷ୍ଟି ହୋଇଛି।

ବ୍ରାହ୍ମଣୀ ନଦୀର ଗର୍ଭରେ ବାଲି ରେ ପୋତି ହୋଇ ରହିଥିବା ଏହି ଦ୍ୱାଦଶ ଶତାବ୍ଦୀରେ ଲୋକଲୋଚନକୁ ଆସିଥିଲା ବୋଲି ଶୁଣିବାକୁ ମିଳୁଛି। ପୂର୍ବରୁ ଏହି ପୀଠ କୁ ହଜାର ହଜାର ପର୍ଯ୍ୟଟକ ଦେଖିବା ପାଇଁ ଆସୁଥିଲେ । କିନ୍ତୁ ବର୍ତ୍ତମାନ ଏଭଳି ଗହଳି ନାହିଁ। ସରକାର ଏହି ପୀଠ କୁ ଦୃଷ୍ଟି ଦେଇ ଏହାର ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।