ବାଡିରେ ଫଳିଛି ଅଦ୍ଭୁତ କାକୁଡି, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…ଯାହାକୁ ଏତେ ପର୍ଯ୍ୟନ୍ତ 6 ମିଲିୟନ ଲୋକ ଦେଖିସାରିଲେନି

ଆଜି କାଲି ସୋସିଆଲ ମିଡ଼ିଆରେ ଆମେ ସମସ୍ତ ଘଟଣା ବିଷୟରେ ଅବଗତ ହୋଇପାରୁଛୁ। ସେଥିପାଇଁ ସୋସିଆଲ ମିଡ଼ିଆ ଏକ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କିନ୍ତୁ ସୋସିଆଲ ମିଡ଼ିଆରେ ବେଳେ ବେଳେ ଏମିତି ଭିଡିଓ ସାମ୍ନାକୁ ଆସେ , ଯାହା ଆମକୁ ବିଶ୍ୱାସ ନ ହେଲେ ମଧ୍ୟ କଥାଟି ସତ ହୋଇଥାଏ। ଆପଣ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଅଲଗା ହୋଇଥାଏ। ସମସ୍ତଙ୍କ ବାଡ଼ିରେ ବିଭିନ୍ନ ପ୍ରକାରର ଫଳ ଗଛରେ ଫଳିଥାଏ। କିନ୍ତୁ ବର୍ତ୍ତମାନ ଏମିତି ଏକ ଫଳ ଆମ ଲୋକଲୋଚନକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି।

ଜଣଙ୍କ ବାଡ଼ିରେ କୋରନା ଭାଇରସ୍ ଆକୃତିର କାକୁଡ଼ି ଫଳିଛି। ସାରା ବିଶ୍ୱରେ କୋରନା ଭାଇରସ୍ ର ଆତଙ୍କରେ ଲୋକେ ଆତଙ୍କିତ ଥିବା ବେଳେ ଏହି କାକୁଡ଼ି ର ସମ୍ଭାବ୍ୟ ଆକୃତି କୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ଏହି ଭାଇରସ୍ ର ସମ୍ଭାବ୍ୟ ଆକୃତି କୁ ଦର୍ଶାଇବା ଉଦ୍ଦେଶ୍ୟରେ ବୈଜ୍ଞାନିକମାନେ ଏହି ଆକୃତି କୁ ଜାରି କରିଛନ୍ତି। କୋରନା ସଚେତନ କରିବା ପାଇଁ ଯାହାକୁ ସବୁ ଜାଗାରେ ବ୍ୟବହୃତ କରାଯାଉଛି।

ତେବେ ଏହି ଦୃଶ୍ୟ ଟି ଆସିଛି ନବରଂଗପୁରରୁ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ସରାଗୁଡ଼ା ଗାଁ ର ଏକ କାକୁଡ଼ି ଗଛରେ କୋରନା ଭାଇରସ୍ ଆକୃତିର କାକୁଡ଼ି ଫଳିଛି। ସରାଗୁଡ଼ା ଗାଁ କୁ ନିଜ ବ୍ୟକ୍ତିଗତ କାମ ପାଇଁ ଯାଇଥିବା ରବି ନାମକ ବ୍ୟକ୍ତିଙ୍କୁ ସେହି ଗ୍ରାମର ଜଣେ ବ୍ୟକ୍ତି କାକୁଡ଼ି ଟି ଗଛରୁ ତୋଳିଆଣି ତାଙ୍କୁ ଦେଇଥିଲେ।

 ସାଧାରଣତଃ କାକୁଡ଼ି ଦେହ ଚିକ୍କଣ ରହିଥିବା ବେଳେ କିନ୍ତୁ ଏହି କାକୁଡ଼ି ର ଦେହ ସାରା ଲମ୍ବା ଲମ୍ବା କଣ୍ଟା ଭଳି ବାହାରିଛି। କାକୁଡି ଟିକୁ ଦେଖି ରବି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାକୁଡ଼ି ଟି ଅବିକଳ କୋରନା ଭାଇରସ୍ ଆକୃତିର ପରି ହୋଇଛି। ରବି ଏହି କାକୁଡ଼ି ର ଫୋଟୋ ଉଠେଇ ଏହାକୁ ସୋସିଆଲ ମିଡ଼ିଆରେ ଆପଲୋଡ଼ କରିଥିଲେ।

ଏହି ଫଟୋ ଟି ଅପଲୋଡ଼ କରିବା ମାତ୍ରେ ଏହା ସୋସିଆଲ ମିଡ଼ିଆରେ ପ୍ରବଳ ମାତ୍ରାରେ ଭାଇରାଲ ହୋଇଥିଲା। ଏହି କୋରନା ଭାଇରସ୍ ପରି ଆକୃତି ର କାକୁଡ଼ି ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି ଏବଂ ଗହଳି ମଧ୍ୟ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।