ଦେଖନ୍ତୁ viral video..ଜୋତାରେ ବିୟର ପିଇଲେ ଅଷ୍ଟ୍ରେଲିଆ ଖେଳାଳି; ବିଶ୍ଵ ଚାମ୍ପିୟାନ ହେବା ପରେ ଖୁସିରେ ପାଗଳ ଅଷ୍ଟ୍ରେଲିଆ ଟିମ

ଆପଣ ମାନେ ତ ଜାଣିଛନ୍ତି ଯେ ଏଥର ଟି 20 ବିଶ୍ୱ କପ ଅଷ୍ଟ୍ରେଲିଆ ଜିତି ପାରିଛି ଆଉ ଏହି ଖୁସି ରେ ବିଭୋର ହୋଇ ଅଷ୍ଟ୍ରେଲିଆ ଖେଳାଳୀ ମାନେ ଜୋତା ରେ ବିୟର ଢ଼ାଳିଲେ ଆଉ ଜୋତା ରୁ ହିଁ ଢକ ଢକ ପିଇ ଗଲେ, ଖୁସି ରେ ପାଗଳ ହୋଇ କିଛି ଏମିତି କଲେ ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି | ତେବେ ଅଷ୍ଟ୍ରେଲିଆ ବିଶ୍ୱ କପ ଜିତିବା ପରେ ଟିମ ର ସବୁ ଖେଳାଳୀ ମାନେ ଏକ ସେଲିବ୍ରେସନ କରି ଥିଲେ | ହେଲେ ସେଲିବ୍ରେଟ କଲା ବେଳେ ବର୍ତ୍ତମାନ ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି |

ଅଷ୍ଟ୍ରେଲିଆ ଖେଳାଳୀ ମାନେ ବିଜୟ ହାସଲ କରି ଥିବା ଖୁସି ରେ ସ୍ପର୍ଟ ସୁସ ତଥା ଖେଳ ରେ ପିନ୍ଧି ଥିବା ଜୋତା କୁ ଖୋଲି ଜୋତା ରେ ବିୟର ଢାଳି ପିଇଛନ୍ତି ଯାହାର ଭିଡ଼ିଓ ଭାଇରାଲ ହେଉଛି ଆଉ ଆଇସିସି ତରଫରୁ ଏହି ଭିଡ଼ିଓ ଟିକୁ ସେୟାର ମଧ୍ୟ କରା ଯାଇଛି |

ଭିଡ଼ିଓ ରେ ମେଥି ୱାର୍ଡଏ ଓ ମାଲ୍କ ଷ୍ଟୋନିସ ଜୋତା ରେ ବିୟର ଢାଳି ପିଇ ଥିବାର ନଜର ରେ ଆସିଛନ୍ତି | ସୂଚନା ଯୋଗ୍ୟ ରବିବାର ଦିନ ଟି 20 ବିଶ୍ୱ କପ ଫାଇନାଲ ଦୁବାଇ ରେ ଖେଳା ଯାଇ ଥିଲା |


ନ୍ୟୁଜଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି 4 ଟି ଉଇକେଟ ରେ 172 ରନ କରି ଥିଲେ, କ୍ୟାପିଟେନ କେନ ଉଇଲିୟମ ସର୍ମ 48 ବଲ ରେ 85 ରନ କରି ଥିଲେ | ତିନୋଟି ଛକା ସହିତ 10ଟି 4 ମାରି ଧୂଁଆଧାର ବ୍ୟାଟିଂ କରି ଥିଲେ, ହେଲେ ଅଷ୍ଟ୍ରେଲିଆ ର ଖେଳାଳୀ ମାନେ ମଧ୍ୟ ଜବରଦସ୍ତ ଖେଳ ଦେଖାଇ ଥିଲେ | 173 ରନ ର ବିଜୟ ଲକ୍ଷ୍ୟ କୁ ଅଷ୍ଟ୍ରେଲିଆ ମାତ୍ର 15 ରନ ରେ ଅଧିନାୟକ ଆରନ ଙ୍କୁ ହରାଇ ଥିଲା, ହେଲେ ଶେଷରେ ଅଷ୍ଟ୍ରେଲିଆ ହିଁ ବିଶ୍ୱ କପ ର ଉପହାର ଜିତି ପାରି ଥିଲା |

45 ମ୍ୟାଚ ର ଘୋମାଘୋଟ ଲଢେଇ ପରେ ଟି 20 କ୍ରିକେଟ କୁ ନୂଆ ବିଶ୍ୱ ବିଜେତା ମିଳିଛି | ତେବେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ବିଶ୍ୱ କପ ହାସଲ କରି ପାରିଛି ଏହା ସହିତ ଅଷ୍ଟ୍ରେଲିଆ ର ନାଁ ବିଶ୍ୱ କପ ରେ ଯୋଡି ହୋଇଛି | ଆଉ ଏବେ ଟି 20 ବିଶ୍ୱ ବିଜେତା କ୍ଳବ ରେ ଭାରତ, ପାକିସ୍ଥାନ, ଇଂଲଣ୍ଡ, ୱେଷ୍ଟଇଂଡିଜ, ଶ୍ରୀଲଙ୍କା ସହ ଅଷ୍ଟ୍ରେଲିଆ ମଧ୍ୟ ସାମିଲ ହୋଇଛି |

ତେବେ ଏହି ଖୁସି ରେ ବିଭୋର ହୋଇ ଅଷ୍ଟ୍ରେଲିଆ ଖେଳାଳୀ ମାନେ ସେଲିବ୍ରେସନ କରୁଛନ୍ତି, ହେଲେ ଅତି ଉତ୍ସାହିତ ହୋଇ ସେମାନେ ଜୋତା ରେ ବିୟର ଢାଳି ପିଇଛନ୍ତି ବୋଲି କ୍ରିକେଟ ପ୍ରେମୀ ମାନେ ମଧ୍ୟ କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।