ଚମତ୍କାରୀ ଶିବଲିଙ୍ଗ ! ଦିନକୁ ତିନିଥର ବଦଳିଯାଏ ରଙ୍ଗ..ବିଶ୍ବାସ ନହେଲେ ବି ସତ…ମନରେ ଭକ୍ତି ଥିଲେ ନିଶ୍ଚିତ ସେୟାର କରିବେ

ଶୈବପୀଠରେ ଶିବଲିଙ୍ଗକୁ ନେଇ ଅନେକ ଅଲୌକିକ କାହାଣୀ ରହିଥାଏ ।ଏମିତି କିଛି ଆସ୍ଥା ବିଶ୍ୱାସ ଭିତରେ ଏକ ଶିବ ଲିଙ୍ଗକୁ ନେଇ ଆସିଛି ଚମତ୍କାରୀ କାହାଣୀ । ଭାରତର ଏମିତି ଏକ ଶୈବପୀଠ ରହିଛି ଯେଉଁଠି ଶିବଲିଙ୍ଗ ର ରଙ୍ଗ ଦିନକୁ ତିନି ଥର ବଦଳି ଥାଏ ।ହଜାରେ ବର୍ଷ ତଳର ଏହି ଶିବଲିଙ୍ଗକୁ ନେଇ ଏଭଳି ଅଲୌକିକ କାହାଣୀ ସମସ୍ତଙ୍କ ମନରେ ଏକ ରୋମାଞ୍ଚ ଖେଳାଇ ଦେଇଛି ।ତେବେ କାହିଁକି କେଉଁଠି ଏବଂ କେମିତି ଏହି ଶିବଲିଙ୍ଗର ରଙ୍ଗ ଦିନକୁ ତିନିଥର ବଦଳିଥାଏ ଆସନ୍ତୁ ଜାଣିବା ।

ରାଜସ୍ଥ।ନର ଧୋଳପୁର ର ଚମ୍ବଲ ନଦୀ ନିକଟ ବିହୁଡ ସ୍ଥିତ ଅଚଳେଶ୍ୱର ଶିବ ମନ୍ଦିର ।ଯେଉଁଠଇ ଦିନରେ ତିନିଥର ରଙ୍ଗ ବଦଳାଇଥାଏ ଶିବଲିଙ୍ଗ ।ସହରର ପ୍ରାୟ ତିନି କିଲୋମିଟର ଚମ୍ବଲ ର ବିହୁଡ ରେ ସ୍ଥାପିତ ମନ୍ଦିରର ପୂଜାରୀ ଙ୍କ କହିବା କଥା କି ଏଠାରେ ଶିବଲିଙ୍ଗ ସହ ଏଠାରେ ସ୍ଥିତ ତାଙ୍କ ଆଙ୍ଗୁଠି ମଧ୍ୟ ପୂଜା ପାଉଛି ।

ଏପରିକି ଏଠାରେ ଶିବଲିଙ୍ଗ ର ରଙ୍ଗ ସକାଳ ସମୟରେ ଲାଲ , ଦ୍ୱିପହରରେ କେଶରିଆ,ରାତିରେ ଶ୍ୟାମଳ ରଙ୍ଗରେ ଆପଣାଛାଏଁ ବଦଳି ଯାଏ ।ଏହି ମନ୍ଦିର ହଜାରେ ବର୍ଷର ପ୍ରାଚୀନ ମନ୍ଦିର ଅଟେ ।

ମନ୍ଦିରର ମହନ୍ତ କହନ୍ତି ପୁରାଣ କଥା ଅନୁସାରେ ବହୁ ବର୍ଷ ପୂର୍ବରୁ କିଛି ଲୋକ ସୁନା ଅଳଙ୍କାର ଲୋଭରେ ଶିବଲିଙ୍ଗଙ୍କ ତଳ ଭାଗ ଖୋଳିବା ଆରମ୍ଭ କରି ଦେଇଥିଲେ ।ପ୍ରାୟ 20 ଫୁଟ୍ ତଳେ ଖୋଳିବା ପରେ କିଛି ମିଳିଲା ନାହିଁ ।ଏହି କାରଣରୁ ସେ ଶିବଲିଙ୍ଗ କୁ ନଷ୍ଟ କରିବାକୁ ଚେଷ୍ଟା କଲେ ।କିନ୍ତୁ ବାବା ଙ୍କ ମହିମାରୁ ତାହା ବିଫଳ ହେଲା ।ଏହାପରେ ଅଚଳେଶ୍ୱର ମହାଦେବ ଙ୍କ ପ୍ରସିଦ୍ଧି ଆହୁରି ବଢିଗଲା ।

ପୌରାଣିକ କଥା ଅନୁସାରେ, ଏଠାକୁ ଯିଏ ଆସି ବାବା ଙ୍କୁ ମନ କଥା ଜଣାଏ ତାହାର ରିଷ୍ଟ ଖଣ୍ଡନ କରି ମନବାଞ୍ଛା ପୂରଣ କରନ୍ତି ବାବା ଅଚଳେଶ୍ୱର ।ଏହି ଶିବଲିଙ୍ଗ ର ଆହୁରି ଏକ ବିଶେଷତ୍ୱ ମଧ୍ୟ ରହିଛି , ଏହା ମାଟିରୁ କେତେ ଗଭୀର ଯାଏଁ ଅଛି ତାହା କାହାକୁ ଜଣା ନାହିଁ ।ପୂର୍ବରୁ ଅନେକ ଲୋକେ ଏହି ଶିବଲିଙ୍ଗ ର ଉଚ୍ଚତା ଜାଣିବାକୁ ଚାହିଁ ଥିଲେ ବି ଏପର୍ଯ୍ୟନ୍ତ ଏହା ଏକ ରହସ୍ୟ ହୋଇ ରହି ଯାଇଛି ।

ଏହି ଅଚଳେଶ୍ୱର ମନ୍ଦିର ର ସବୁଠାରୁ ବଡ ରହସ୍ୟ ଅଟେ ଏହି ମନ୍ଦିରର ଶିବଲିଙ୍ଗ ଦିନକୁ ତିନିଥର ରଙ୍ଗ ବଦଳାଏ ।ସକାଳୁ ଏହି ଶିବଲିଙ୍ଗ ର ରଙ୍ଗ ଲାଲ ହୋଇଥାଏ ।ଦ୍ୱିପହ ସମୟରେ କେଶରିଆ ରଙ୍ଗ ।ରାତିରେ ଶ୍ୟାମଳ ବର୍ଣ୍ଣ ।

ଶିବଲିଙ୍ଗର ଏହି ସ୍ୱରୂପ କୁ ଦେଖିବା ପାଇଁ ଲକ୍ଷାଧିକ ଲୋକ ଏଠାକୁ ଆସିଥଆନ୍ତି ।ଅଚଳେଶ୍ୱର ମହାଦେବ ଙ୍କ ଏହି ଶିବଲିଙ୍ଗ ପଛରେ ଥିବା ରହସ୍ୟ ଉନ୍ମୋଚନ କରିବା ବୈଜ୍ଞାନିକ ଙ୍କ କ୍ଷମତା ବାହାରେ । ହଜାରେ ବର୍ଷ ତଳର ଏହି ପୁରୁଣା ମନ୍ଦିରରେ ଆଜି ପର୍ଯ୍ୟନ୍ତ କେବେ ପୂଜା ନିତୀ ବନ୍ଦ ହୋଇ ନାହିଁ ।ସେଥି ପାଇଁ ଏହାକୁ ଦେଶର ସବୁଠାରୁ ପୁରୁଣା ଶୈବପୀଠ ବୋଲି ବିବେଚନା କରାଯାଏ

।େହି ମନ୍ଦିର କେତେ ପ୍ରାଚୀନ ତାହା ଅଥ୍ରବ ବେଦରେ ଉଲ୍ଲେଖ ରହିଛି ।ପାହାଡ ଉପରେ ପଡିଥିବା ପଥର ଏବଂ ସ୍ତମ୍ଭ ଉପରେ ବୋହୁଥିବା ସିଦ୍ଧ ମନ୍ତ୍ର ଏବଂ ମନ୍ଦିରର ପ୍ରାଚୀନତାର ଆଭାସ ମିଳେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।