viral video- ଭଗବାନଙ୍କୁ ସାକ୍ଷୀ ରଖି ଚୋରି କଲା ଚୋର …ଶୁଣନ୍ତୁ ଚୋରି କରିବା ସମୟରେ ଚୋର ଠାକୁର ପାଖରେ କଣ କହୁଛି….ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଆଜି କାଲି ର ସମାଜ ରେ ଅନେକ ଘଟଣା ଦେଖିବାକୁ ମିଳୁଛି ଯାହା ଆମେ ସୋସିଆଲ ମିଡ଼ିଆ ଦ୍ୱାରା ହିଁ ଜାଣି ପାରୁଛୁ | କେତେ ବେଳେ ହତ୍ୟା ତ ପୁଣି କେତେ ବେଳେ ଦୁଷ୍କର୍ମ ତ ପୁଣି ଆଉ କେତେ ବେଳେ ଚୋରି ଡକାୟତ, ବିଭିନ୍ନ ପ୍ରକାର ର ଆଜି କାଲି ର ଯୁବ ପିଢ଼ି ଅପରାଧ ବଢ଼ାଇ ଚାଲୁଛନ୍ତି | ଯେଉଁ ବୟସ ରେ ପାଠ ପଢି ନିଜ ଭବିଷ୍ୟତ କୁ ଉଜ୍ଜଳ କରିବା କଥା ସେହି ବୟସ ରେ ଅନେକ ଭୟଙ୍କର କାର୍ଯ୍ୟ କରି ବସୁଛନ୍ତି ଯାହାକି ଉଚିତ ନୁହେଁ | କାରଣ ଏମାନଙ୍କୁ ଦେଖି ହିଁ ଆଗାମୀ ଯୁବ ପିଢ଼ିଙ୍କ ଉପରେ ଅନେକ ଖରାପ ପ୍ରଭାବ ପଡୁଛି |

ଏମିତି ବି ଦେଖିବାକୁ ମିଳେ ଯେ କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ ଭଗବାନ ଙ୍କୁ ପୂଜା କରନ୍ତି ଭକ୍ତି କରନ୍ତି ପୁଣି ତାଙ୍କ ମନ୍ଦିର ରୁ ଚୋରି କରି ବସନ୍ତି ଯାହାକି ଏକ ବହୁତ ବଡ଼ ଅପରାଧ ଅଟେ | ତେବେ ସେଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ , ଆସନ୍ତୁ ଘଟଣା ଟି ଉପରେ ନଜର ପକାଇବା |

ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଚୋର ଚୋରି କରିବା ପୂର୍ବରୁ ଠାକୁର ଙ୍କୁ ସ୍ମରଣ କରି ଚୋରି କରିଛି | ହେ ପ୍ରଭୁ ମତେ କ୍ଷମା କରିବେ ମୁଁ ବାଧ୍ୟ ହେଉଛି ଚୋରି କରିବାକୁ, ଏପରି ମନେ ମନେ ଭାବି ଶେଷରେ ଠାକୁର ଙ୍କ ନିକଟ ରୁ ଚୋର ଚୋରି କରି ନେଲା ଠାକୁର ଙ୍କ ବାକ୍ସ |

 ତେବେ ଏଭଳି ଏକ ଦୃଶ୍ୟ ମନ୍ଦିର ର ସିସି ଟିଭି ରେ ରେକର୍ଡ ହୋଇଛି ଯାହା ଏବେ ଚାରି ଆଡେ ଖୁବ ଭାଇରାଲ ହୋଇଛି | ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ମହାରାଷ୍ଟ୍ର ର ଥାନେଶ୍ୱର ରେ | ତେବେ ସୂଚନା ଅନୁଯାଇ ନଭେମ୍ବର 9 ତାରିଖ ଏକ ଯୁବକ ରାତି ଅଧ ରେ ସେହି ସ୍ଥାନ ଥିବା ଏକ ହନୁମାନ ମନ୍ଦିର ର ତାଲା ଭାଙ୍ଗି ଭିତରକୁ ଯାଇ ଥିଲା |

ତେବେ ଭିତରକୁ ଗଲା ପରେ ଯୁବକ ଜଣଙ୍କ ଏପଟ ସେପଟ ଚାହିଁ ପ୍ରଥମେ ଦେଖିଛି କି ନିକଟରେ କେହି ଅଛନ୍ତି କି ଏହା ପରେ ମୋବାଇଲ ରେ ଠାକୁର ଙ୍କର ଏବଂ ନିଜର ଫୋଟ ମଧ୍ୟ ଉଠାଇଛି | ଶେଷରେ ରେ ଭଗବାନ ଙ୍କୁ ସ୍ମରଣ କରି ମନ୍ଦିର ରେ ଥିବା ଦାନ ବାକ୍ସ କୁ ନେଇ ସେଠାରୁ ଚାଲି ଯାଇଛି |

ତେବେ ଏହା ପରେ ଦାନ ବାକ୍ସ ଚୋରି ର ଥାନା ରେ ଅଭିଯୋଗ ହୋଇ ଥିଲା ଏବଂ ପୋଲିସ ସିସି ଟିଭି କୁ ଯାଞ୍ଚ କରି ଅଭିଯୁକ୍ତ କୁ ପୋଲିସ ଗିରଫ କରି ଥିଲା | ଏହା ସହିତ ଅଭିଯୁକ୍ତ କୁ ଗିରଫ କରି ତା ଠାରୁ ଚୋରି ଟଙ୍କା ମଧ୍ୟ ଜବତ କରିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।