ବାରମ୍ବାର ପରିସ୍ରା ଲାଗୁଛି କି ? କେମିତି ପାଇବେ ଏହି ସମସ୍ୟା ରୁ ମୁକ୍ତି.. ଜାଣନ୍ତୁ ନିଶ୍ଚିତ

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ଗୁତୁତ୍ୱପୂର୍ଣ୍ଣ ବିଷୟ ସଂପର୍କରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ ଅଟେ । ଆପଣ ମାନେ ତ ଜାଣିଥିବେ କି ଅନେକ ସମୟରେ ବ୍ୟକ୍ତି ମାନଙ୍କ ନିକଟରେ ପରିସ୍ରାକୁ ଅନେକ ସମସ୍ୟା ମାନ ଦେଖା ଯାଇଥାଏ । ତେବେ ଆଜି ଆମେ ସେହି ଗୁରୁତ୍ବପୂର୍ଣ୍ଣ ସମସ୍ୟା ବିଷୟରେ ଆପଣଙ୍କ ସହିତ ଆଲୋଚନା କରିବୁ ।

ବାରମ୍ବାର ପରିସ୍ରା ଲାଗୁଛି କି ?

ତେବେ ଜଣେ ସାଧାରଣ ମଣିଷ ଅର୍ଥାତ ପ୍ରାପ୍ତ ବୟସ୍କ ପିଲାମାନେ ନୁହଁନ୍ତି, ଅର୍ଥାତ ଯେତେବେଳେ ଜଣଙ୍କୁ 12-13 ବର୍ଷ ବୟସ ହୋଇଯାଏ ପ୍ରାପ୍ତ ବୟସ ହୋଇଯାଏ ସେତେବେଳେ ତାର ପରିସ୍ରା ଥଳିର କେପାସିଟି ସାଧାରଣତଃ ତିନିଶହ ରୁ ଚାରିଶହ ଏମଏଲ୍ ଥାଏ । ଅର୍ଥାତ ଆମେ ଥରେ ପରିସ୍ରା କରିଲେ 300-400 ଏମଏଲ୍ ପରିସ୍ରା କରୁ । ସେହି ଅନୁସାରେ ଯଦି ଆମେ ଦେଖିବା ଆମେ କେତେ ପରିସ୍ରା କରୁଛୁ ଆମେ କେତେ ପାଣି ପିଉଛେ ।

ଆମେ ସାଧାରଣତଃ ଖରା ଦିନେ ଯେତିକି ପାଣି ପିଉ ସେଥିରେ ଝାଳ ଅଧିକ ବାହାରେ ଏବଂ ଶରୀର ରୁ ପାଣି ଅଂଶ ବହୁତ କ୍ଷୟ ହୋଇଯାଏ ଏବଂ ଶୀତ ସମୟରେ ଆଦ୍ରତା ଅଧିକ ରହେ ସେଥିପାଇଁ ଆମ ଶରୀରରୁ ପାଣିର ମାତ୍ରା ଯେଉଁ କ୍ଷୟ ହୁଏ ତାହା ଟିକିଏ କମ୍ ହୋଇଯାଏ ।

ଆମେ ସାରା ଦିନରେ ମୋଟରେ ଯେତିକି ପାଣି ପିଇଥାଉ ତାହାର 500 ଏମଏଲ୍ ପରିମାଣର ପାଣି ଶରୀର ନିଜର ରକ୍ଷଣା ବେକ୍ଷଣ ପାଇଁ ବ୍ୟବହାର କରେ । ଅର୍ଥାତ ଯଦି ଆପଣ ଦିନକୁ 2,500 ପାଣି ପିଉଛନ୍ତି ତାହେଲେ 500 ଲିଟର ଶରୀରର ନିଜ ପାଇଁ ରଖିନେଇଥାଏ ଏବଂ ଆଉ ଯାହା ରହିଲା ବା 2ଲିଟର ପାଣି ଆପଣ ପରିସ୍ରା ରେ ନିଷ୍କାସିତ ହୋଇଯିବ ।

ତେବେ ଯଦି ଆପଣ ଗୋଟେ ଥରରେ 300-400 ଲିଟର ପରିସ୍ରା କରୁଛନ୍ତି ଏବଂ ଦିନକୁ ଅଢେଇ ଲିଟର ପାଣି ପାଣି ପିଉଛନ୍ତି ତାହେଲେ ଆପଣ ଦିନକୁ 6-7 ଥର ପରିସ୍ରା ନିଶ୍ଚିତ ଭାବରେ କରିବେ ।

କିନ୍ତୁ ଯଦି ଜଣେ ସାଧାରଣ ଲୋକ ଥରକେ ପରିସ୍ରାରେ 300-400 ମିଲି ପରିସ୍ରା ନକରିଲେ ଅର୍ଥାତ ତାବଦଳରେ 100 ଏମଏଲ୍ କରିଲେ ତାହେଲେ ତାହାର କାରଣ ହେଉଛି ତାଙ୍କର ପ୍ରୋଷ୍ଟେଡ ଅଧିକ ବଢିଯାଇଥିବ କିମ୍ବା ବହୁ ସମୟ ଥରି ଡାଇବେଟିସ୍ ହୋଇଥିବ । କାହିଁକି ନାଁ ଡାଇବେଟିସର ଗୋଟିଏ ଲକ୍ଷଣ ଥାଏ ବାରମ୍ବାର ପାଣି ପିଇବା ଏବଂ ବାରମ୍ବାର ପରିସ୍ରା କରିବା ।

କିନ୍ତୁ ଯଦି ଆପଣ ଦିନକୁ 6-7 ଥର ପରିସ୍ରା କରିବା ବଦଳରେ 10-12 ଥର ପରିସ୍ରା କରେ ଏବଂ ତାହା ତାହାର ଦୈନନ୍ଦିନ ଜୀବନରେ ବହୁତ କୁପ୍ରଭାବ ପକାଇଲା ତେବେ ତାହା ହେଉଛି ଆବ୍ ନରମାଲ୍ ତେଣୁ ଏଥିପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହାପାଇଂ ଉପଚାର ଅଛି ତେଣୁ ଆପଣ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।