‘ମୋର କୋଉଁ ଜାଗାକୁ ଛାଡିଲେନି’, ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପୁଅ ଝିଅକୁ ଜବରଦସ୍ତ….ଦେଖନ୍ତୁ ଭି଼ଡିଓ…

ଆଜି କାଲି ସୋସିଆଲ ମିଡ଼ିଆରେ ଆମେ ସମସ୍ତ ଘଟଣା ବିଷୟରେ ଅବଗତ ହୋଇପାରୁଛୁ। ସେଥିପାଇଁ ସୋସିଆଲ ମିଡ଼ିଆ ଏକ ସମସ୍ତଙ୍କ ପାଇଁ ତଥା ଯୁବ ସମାଜ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କିନ୍ତୁ ସୋସିଆଲ ମିଡ଼ିଆରେ ବେଳେ ବେଳେ ଏମିତି ଭିଡିଓ ସାମ୍ନାକୁ ଆସିଥାଏ। ଯାହା ଆମକୁ ବିଶ୍ୱାସ ନ ହେଲେ ମଧ୍ୟ କଥାଟି ସତ ହୋଇଥାଏ। ଆପଣ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖୁଥିବେ । ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି, ଯାହା ଅନ୍ୟ ଭିଡିଓ ଠାରୁ ଅଲଗା ହୋଇଥାଏ।

ବର୍ତ୍ତମାନ ସମାଜରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି। ସମାଜରେ ଏମିତି କିଛି ଅସଭ୍ୟ ଲୋକମାନେ ଅଛନ୍ତି, ଯାହା ଦ୍ଵାରା ସମାଜରେ ଅନ୍ୟାୟ, ଅତ୍ୟାଚାର, ଓ ଅନୀତି ବଢ଼ିବାରେ ଲାଗିଛି।

ସେମାନେ ସବୁବେଳେ ପାଇଁ ଅନ୍ୟାୟ କାର୍ଯ୍ୟ କରି ଚାଲିଥାନ୍ତି। ସେମାନେ କାହାକୁ ମନ ଭିତରେ ଭୟ କରନ୍ତି ନାହିଁ। ଅସଭ୍ୟ ଲୋକମାନେ ତାଙ୍କ ମନ ଇଚ୍ଛା କାର୍ଯ୍ୟ କରିଥାନ୍ତି। ତେବେ ଏମିତି କିଛି ଘଟଣା ଘଟିଛି ଯାହା ଜାଣିଲେ ଆପଣ ମାନେ ଚକିତ ହୋଇଯିବେ। ତାହା ହେଉଛି ପ୍ରେମୀ ଯୁଗଳ ଙ୍କୁ ଅଟକ ରଖି ଜବରଦସ୍ତ ବାହାଘର କରାଇଦେଲେ।

ନବରଂଗପୁର ରାଇଘର ବ୍ଲକ୍ ସୋନପୁର ରୁ ଏହି ଘଟଣା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଜଣେ ଝିଅଟି କାଳୀ ପୂଜା ଦେଖିବା ପାଇଁ ଯାଇଥିଲା। ସେହି ସମୟରେ ସେ ଏକ ପୁଅ ସହିତ କଥାବାର୍ତ୍ତା ହେଉଥିଲା। ସେହି ଗାଁର ଲୋକମାନେ ସେହି ଦୁଇ ଜଣଙ୍କର କଥାବାର୍ତ୍ତା ହେବାର ଦେଖିଦେଇଥିଲେ। ଏହା ପରେ ଗାଁ ଲୋକମାନେ ମିଶି ସେ ଦୁଇ ଜଣଙ୍କୁ ନେଇ ଏକ ବନ୍ଦ କୋଠରୀରେ ବନ୍ଦ କରିଦେଇଥିଲେ। ଏହା ପରେ ଗାଁ ଲୋକମାନେ ମିଶି ଶଙ୍ଖା, ସିନ୍ଦୁର ଓ ମଙ୍ଗଳସୂତ୍ର ଆଣିଥିଲେ।

ଏହି ସବୁ ଜିନିଷ ଆଣି ସାରିବା ପରେ, ସେହି ପୁଅଟିକୁ କହିଥିଲେ ,ଏହାକୁ ସବୁ ଝିଅକୁ ଲଗାଇଦିଅ। ଏହି ସବୁ କଥା ଶୁଣି ଝିଅଟି ସେମାନଙ୍କ ଆଗରେ କାକୁତି ମିନତି ହୋଇ ଅନୁରୋଧ କରିଲା, କିନ୍ତୁ ସେମାନେ ଝିଅଟିର କୌଣସି କଥା କୁ ଶୁଣିଲେ ନାହିଁ। ଏହା ପରେ ଗାଁ ଲୋକମାନେ ସେହି ପୁଅ ସହିତ ଝିଅଟିକୁ ଜବରଦସ୍ତ ବାହାଘର ବାହାଘର କରାଇଦେଇଥିଲେ। ଏହା ସହିତ ସେମାନେ ଝିଅଟିକୁ ଖରାପ ବ୍ୟବହାର କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ।

ଗାଁ ଲୋକମାନେ ଏହି ସବୁ କରି ସାରିବା ପରେ ସେମାନେ ସେ ଦୁଇ ଜଣଙ୍କର ଭିଡିଓ ତିଆରି କରି ଭାଇରାଲ କରାଇଥିଲେ। ସେ ଦୁଇ ଜଣଙ୍କର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ନିଆଁ ପରି ଖୁବ୍ ଜୋର ସୋର ରେ ଭାଇରାଲ ହେବାରେ ଲାଗିଛି। ଝିଅଟିର ବାପା ଏହି ସବୁ ଘଟଣା ଜାଣିବା ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ସେହି ଗାଁ ଲୋକମାନେ ଖବର ଜାଣି ପାରି ଝିଅଟିର ବାପାଙ୍କୁ ଚପଲରେ ମାଡ଼ ମାରିଥିଲେ।

ବାପା ଓ ଝିଅ କହିଛନ୍ତି ଯେ, ଯଦି ନ୍ୟାୟ ନ ମିଳିବ , ତାହେଲେ ସେମାନେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ତେଣୁ ସମାଜରେ ରହିଥିବା ଏଭଳି ଅସଭ୍ୟ ଲୋକମାନଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।