ଦେଶର ସବୁଠୁ ଡେଙ୍ଗା ପରିବାର ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଏହି ବ୍ୟକ୍ତି ସ୍ୱାମୀ ସ୍ତ୍ରୀ ସହିତ ପିଲାଙ୍କର ଉଚ୍ଚତା ଏତେ କି ଜାଣିଲେ ହୋସ ଉଡିଯିବ ….

ଆମ ପୃଥିବୀ ବହୁତ ବିଚିତ୍ର ଏବଂ ଏଠାରେ ରହୁଥିବା ଲୋକମାନେ ମଧ୍ୟ ବହୁତ ଭିନ୍ନ । ଏହାରି ଭିତରେ ଆମ ଭାରତ କଥା ଜାଣିଲେ ଆପଣ କହିବେ ସତରେ ମୋର ଭାରତ ମହାନ । ଆମେ କହୁଛୁ ଭାରତରେ ରହୁଥିବା ସବୁଠୁ ଡେଙ୍ଗା ପରିବାର ବିଷଯରେ । ଡେଙ୍ଗା ଲୋକ ଆପଣ ମାନେ ହୁଏତ ଦେଖିଥିବେ ମାତ୍ର ଡେଙ୍ଗା ପରିବାର ଆପଣ ମାନେ କେବେ ଦେଖିଛନ୍ତି କି । ଯଦି ଦେଖି ନାହାନ୍ତି ତେବେ ଏବେ ହିଁ ଦେଖନ୍ତୁ ଏବଂ କୁହନ୍ତୁ ଏମାନଙ୍କର ଉଚ୍ଚତା କେତେ ହୋଇଥିବ । ଯଦି ଆପଣାମନେ କହି ପାରୁ ନାହାନ୍ତି ତେବେ ଆପଣମାନଙ୍କୁ କହୁଛୁ ଏହି ଡେଙ୍ଗା ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଉଚ୍ଚତା ସହ ଆହରୁ ଏମିତି କିଛି କଥା ଯାହା ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।।

ତେବେ ଆମେ କହୁଛୁ ଭାରତରେ ରହୁଥିବା ସବୁଠୁ ଡେଙ୍ଗା ପରିବାର ବିଷୟରେ । ମହାରାଷ୍ଟ୍ର ପୁନେ ର ସିଟେମ୍ପ ପିମ୍ପରି ଅଞ୍ଚଳରେ ଏମିତି ଏକ ପରିବାର ରହୁଛନ୍ତି ଯେଉଁମାନେ କି ଅନ୍ୟ ମାନଙ୍କ ଠାରୁ ଭିନ୍ନ । ଏହି ପରିବାରରେ ସଦସ୍ୟ ସାଧାରଣ ଦେଖାଯାଉଥିଲେ ମଧ୍ୟ ସେମାନଙ୍କର ଉଚ୍ଚତା ଦେଖି ବିଗ ବି ଲାଜେଇ ଯିବେ ।

ଏହି ପରିବାରରେ ସଦସ୍ୟ ଶରତ ଏବଂ ସଂଯତ କୁଲକରନି ଦେଶର ସବୁଠୁ ଉଚ୍ଚତା ସମ୍ପନ୍ନ ଦମ୍ପତ୍ତି ଭାବରେ ପରିଗଣିତ ହୋଉଥିବା ବେଳେ ସେମାନଙ୍କର ସନ୍ତାନର ଉଚ୍ଚତା ମଧ୍ୟ ଆକାଶ ଛୁଆଁ । କୁଲକରନି ପରିବାରରେ ଚାରି ଜଣ ସଦସ୍ୟ ଅଛନ୍ତି ।

58 ବର୍ଷୀୟ ଶରତ କୁଲକରନି ଙ୍କ ଉଚ୍ଚତା 7 ଫୁଟ୍ 1 ଇଞ୍ଚ ରହିଥିବା ବେଳେ ତାଙ୍କ ପତ୍ନୀ ସଂଯତଙ୍କର ଉଚଚ୍ଚତା 6 ଫୁଟ୍ ରହିଛି । ମାତା ପିତାଙ୍କର ଉଚ୍ଚତା ଏପରି ହୋଇଥିବା ବେଳେ ସନ୍ତାନ ମାନଙ୍କର ଉଚଚ୍ତା ବା କିପରି କମ୍ ହୁଅନ୍ତା । ଶରତଙ୍କର ବଡ ଝିଅର ବୟସ 28 ବର୍ଷ ହୋଇଥିବା ବେଳେ ଉଚ୍ଚତା 6 ଫୁଟ୍ । ସେହିପରି ସାନ ଝିଅର ବୟସ 22 ବର୍ଷା ରହିଥିବା ବେଳେ ଉଚ୍ଚତା 6 ଫୁଟ୍ 4 ଇଞ୍ଚ ।

ସବୁଠାରୁ ମଜା କଥା ହେଉଛି ଶରତ ଓ ସଂଯତଙ୍କର ବିବାହ 1989 ମସିହାରେ ହୋଇଥିଲା । ସଂଯତଙ୍କର ଉଚ୍ଚତା 6 ଫୁଟ୍ ରୁ ଅଧିକ ହୋଇଥିବାରୁ କେହି ବିବାହ କରିବା ପାଇଁ ଚାହୁଁନ ଥିଲେ । ମାତ୍ର ଦିନେ ହଠାତ୍ ସଂଯତଙ୍କର ଜେଜମା ଘର ପାଖ ଏକ ପରିବା ଦୋକାନକୁ ପରିବା କିଣିବା ପାଇଁ ଯାଇଥିବା ସମୟରେ ଶରତଙ୍କୁ ଦେଖିଥିଲେ । ସେହିଠାରେ ଶରତଙ୍କୁ ସିଧାସିଧି ବିବାହ ପ୍ରସ୍ତାବ ଦେଇଥିଲେ ।

 

ଏହା ଶୁଣି ଶରତ ଆଶ୍ଚର୍ଯ୍ୟ ହୋଇଥିଲେ । ମାତ୍ର ସଂଯତଙ୍କର ଉଚ୍ଚତା ଜାଣିବା ପରେ ରାଜି ହୋଇଥିଲେ । ଶରତ ଓ ସଂଯତଙ୍କର ନାମ ଦେଶରେ ଡେଙ୍ଗା ଦମ୍ପତ୍ତି ଭାବେ ଲିମକା ବୁକ୍ ଅଫ୍ ରେକର୍ଡ ରେ ସ୍ଥାନ ପାଇଛି । ବର୍ତ୍ତମାନ ଶରତଙ୍କର ପରିବାର ଦେଶର ସବୁଠୁ ଉଚ୍ଚତା ବିଶିଷ୍ଟ ପରିବାର ଭାବେ ଗିନିଜ ବୁକ୍ ଅଫ୍ ରେକର୍ଡ ରେ ନିଜ ନାମ ଦର୍ଜ କରିବା ଲାଗି ଉଦ୍ୟମ ଚଳେଇଛନ୍ତି ।