ଚନ୍ଦ୍ର ଗ୍ରହଣ ( 19 November ) ହାଣ୍ଡିଛାଡ଼ ସଠିକ ସମୟ ,୪ଟି ରାଶି କୋଟିପତି,Chandra Grahana 2021 .. ହାଣ୍ଡିଛାଡ ସମୟ, ଗର୍ଭବତୀ ମହିଳା ସାବଧାନ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ତେବେ 19 ନଭେମ୍ବର କୁ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଅଛି, ଏହି ଏହା ଦ୍ୱାରା ଚାରୋଟି ରାଶି ର ଭାଗ୍ୟ ବଦଳିବାକୁ ଯାଉଛି | 2021 ମସିହା ରେ ଏହା ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ଯାହା କାର୍ତ୍ତିକ ମାସ ରେ ପୂର୍ଣ୍ଣିମା ତିଥି ରେ ପଡୁଛି | ତେବେ ଏହି ଚନ୍ଦ୍ର ଗ୍ରହଣ ବହୁତ ଲମ୍ବା ସମୟ ଧରି ରହିବ, ଆଉ ଏହି ଚନ୍ଦ୍ର ଗ୍ରହଣ ସବୁ ରାଶି ଉପରେ ଅଲଗା ଅଲଗା ପ୍ରଭାବ ପକାଇବ | କିନ୍ତୁ ସବୁ ରାଶି ମଧ୍ୟରୁ ଚାରୋଟି ରାଶି ଉପରେ ଏହା ଶୁଭ ପ୍ରଭାବ ପକାଇବ, ଏହି ରାଶି ମାନେ ଧନ ରେ ମାଲାମାଲ ହେବେ |

ଏହି ଗ୍ରହଣ ପରେ ବହୁତ ଅଧିକ ଦେଶ ରେ ପ୍ରଭାବ ପଡ଼ିବ, କେତେ ପ୍ରକାର ଶୁଭ ଏବଂ ଅଶୁଭ କଥା ଦେଖିବାକୁ ମିଳିବ ଯେପରି କି ଭୂମିକମ୍ପ, ପ୍ରାକୃତିକ ବିପର୍ଯୟ ଆଦି ଦେଖିବାକୁ ମିଳିବ | ତେବେ ଏହି ଚନ୍ଦ୍ର ଗ୍ରହଣ ର ଠିକ ସମୟ ଓ କେଉଁ କେଉଁ ରାଶି ଭାଗ୍ୟଶାଳୀ ରହିବେ ଏବଂ କେଉଁ ପ୍ରକାର ର ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡ଼ିବ ତାହା ଆଜି ଜାଣିବା |

ତେବେ ଏହି ଚନ୍ଦ୍ର ଗ୍ରହଣ ଭାରତ ରେ ମଧ୍ୟ ଦେଖା ଯିବ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ର ସୂତକ କାଳ କୁ ମାନା ଯାଇ ନାହିଁ ଏହା ସହିତ ଏହା ଭାରତ ରେ ଦିନ ରେ ଦେଖା ଯିବ | ଏହି ଚନ୍ଦ୍ର ଗ୍ରହଣ ଆମେରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପୂର୍ବ ଆମେରିକା ତା ସହିତ ଉତ୍ତର ୟୁରୋପ ରେ ଦେଖା ଯିବ | ଭାରତ ରେ ଆସାମ ଏବଂ ଅରୁଣାଚଳପ୍ରଦେଶ ର କିଛି ଅଂଶ ରେ ଦେଖା ଯିବ |

ଚନ୍ଦ୍ର ଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୋଇ ଯିବ, କିନ୍ତୁ ଏହା ଦିନରେ ଦେଖା ଯାଉ ଥିବାରୁ ଏହାକୁ ମାନା ଯିବ ନାହିଁ | ଏହି ଚନ୍ଦ୍ର ଗ୍ରହଣ ଲାଗିବାର ସମୟ ହେଉଛି 19 ନଭେମ୍ବର ଦିପହର ର 11ଟା ବାଜି 32 ମିନିଟ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା 5ଟା ବାଜି 34 ମିନିଟ ରେ ଶେଷ ହେବ |ତେବେ ଆସନ୍ତୁ ଜାଣିବା ସେହି ଚାରୋଟି ରାଶି ସମ୍ପର୍କ ରେ ଯେଉଁ ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି |

୧. ମେଷ ରାଶି :-

ଏହି ରାଶି ର ବ୍ୟକ୍ତି ମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଏମାନଙ୍କ କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରିବେ ଆଉ ଯଦି ଆପଣ କିଛି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଠିକ ସମୟ ଅଟେ | ଯେଉଁ ମାନେ ପ୍ରେମ ଜୀବନ ଯାପନ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ଅଟେ | ଆପଣ ଙ୍କ ଘରେ ଖୁସି ର ବାତାବରଣ ରହିବ, ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇ ପାରେ ଏବଂ ନୂତନ ବନ୍ଧୁ ମଧ୍ୟ ହେବାର ସମ୍ଭାବନା ରହିଛି |

୨. ମିଥୁନ ରାଶି :-

ଏହି ରାଶି ର ବ୍ୟକ୍ତି ମାନଙ୍କୁ ଧନ ପ୍ରାପ୍ତି ର ଯୋଗ ବନୁଅଛି ଏବଂ ଏହା ସହିତ ନିଜର ପୁରୁଣା ପଇସା ମଧ୍ୟ ଫେରସ୍ତ ପାଇବେ | ଯଦି ଆପଣ କାହାକୁ ସୁଧ ବା ଧାର ଭାବରେ ପଇସା ଦେଇ ଥିବେ ତାହା ଏହି ସମୟ ରେ ପାଇବେ | ଯେଉଁ ମାନଙ୍କ ବିବାହ ରେ କୌଣସି କାରଣ ବଶତଃ ବିଳମ୍ୱ ହେଉଛି ତେବେ ସେମାନଙ୍କର ବିବାହ ଯୋଗ ମଧ୍ୟ ଖୋଲି ଯିବ |

୩. କନ୍ୟା ରାଶି :- ଏହି ରାଶି ର ବିଦ୍ୟାର୍ଥୀ ମାନେ ଯଦି କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ସେମାନେ ସେଥିରେ ସଫଳ ହେବେ | ଆପଣ କୌଣସି ନୂଆ ଯାନ କିଣିବାକୁ ମନ ବୋଳାଇ ପାରନ୍ତି ଏବଂ ଘରେ କୌଣସି ଖୁସି ଖବର ଶୁଣି ଆନନ୍ଦ ର ବାତାବରଣ ସୃଷ୍ଟି ହେବ | ଆର୍ଥିକ ସ୍ଥିତି ମଜବୁତ ହେବ ଓ ବ୍ୟବସାୟ ରେ ମଧ୍ୟ ଲାଭ ହେବ ଏହା ସହିତ ଚାକିରୀ ରେ ପଦନୀତି ହେବ |

୪. କୁମ୍ଭ ରାଶି :-

 

କୁମ୍ଭ ରାଶି ର ବ୍ୟକ୍ତି ମାନେ ବ୍ୟବସାୟ ବା ଚାକିରୀ ରେ କୌଣସି ଜିନିଷ କରିବାକୁ ଚେଷ୍ଟା କରୁ ଥିଲେ ସେଥିରେ ସଫଳ ମଧ୍ୟ ହେବେ | ପରିବାର ରେ କୌଣସି ଶୁଭ କାର୍ଯ୍ୟ ହୋଇ ପାରେ ଏବଂ ଆପଣ ଓ ଆପଣଙ୍କ ଜୀବନ ସାଥି କୌଣସି ଭଲ ସ୍ଥାନ କୁ ବୁଲିବାକୁ ଯାଇ ପାରନ୍ତି | ନିଜ ପରିବାର ସହିତ ସୁଖ ର ଜୀବନ ବିତାଇବେ ଓ ଅଳ୍ପ ପରିଶ୍ରମ ଦ୍ୱାରା ଆପଣ ବଡ଼ ସଫଳତା ହାସଲ କରିବେ |