ଦେଖନ୍ତୁ VIRAL ଭିଡିଓ ! ହାତରେ ଖଣ୍ଡା, ବନ୍ଧୁକ ସର୍ଟ ଭିଡିଓ ନାଁରେ ଗୁଣ୍ଡାଗିରି..ନିଆଁ ପରି ଭାଇରାଲ ହେଉଛି ଭିଡିଓ…

ଆପଣ ମାନେ ତ ଜାଣିଛନ୍ତି ବର୍ତ୍ତମାନ ରାଜଧାନୀ ରେ କିଭଳି ଭାବେ ରକ୍ତ ଚରିତ୍ର ଦେଖିବାକୁ ମିଳୁଛି , ଆଉ ଦେଖିବାକୁ ମିଳୁଛି କ୍ରାଇମ ଆକ୍ସନ ୱାଲା ରିଲ ଭିଡ଼ିଓ | କେତେ ବେଳେ ବ୍ଲାଙ୍କ ଫାଇରିଙ୍ଗ ତ କେତେ ବେଳେ ପୁଣି ନବାବ ଷ୍ଟାଇଲ ରେ ଚାଲି | ଏପରିକି ଶୂନଶାନ ରାତିରେ ସୈତାନ ଗିରି ର ଭାଇରାଲ ଭିଡ଼ିଓ ଦେଖିବା ପାଇଁ ମିଳୁଛି | ତେବେ ଏମାନେ ହେଉଛନ୍ତି ଜଣେ ଜଣେ କ୍ରିମିନାଲ ଯାହାଙ୍କ ଗ୍ୟାଙ୍ଗ ର ନାଁ ରହିଛି କ୍ୟାବିଏନ ଅର୍ଥାତ କୋଇ ଭାଇ ନେହିଁ | ତେବେ ଏହି ଗ୍ୟାଙ୍ଗ, ଯାହାର ମୁଖ୍ୟ ହେଉଛନ୍ତି ବୁବୁ ଜେନା ଓ ପାପୁନି ଯାହାକୁ ପୋଲିସ ଏବେ ଚାରି ଆଡେ ଖୋଜିବାରେ ମଧ୍ୟ ଲାଗିଛି |

ତେବେ ଭୁବନେଶ୍ୱର ଭଳି ଏହି କେବିଏନ ଗ୍ରୁପ କଟକ ରେ ମଧ୍ୟ ମାତିଲେଣି | କଟକ ରେ ମଧ୍ୟ ଯୁବ ପିଢ଼ି ହାତ ରେ ମାରଣାଅସ୍ତ୍ର ଧରି, ଯେମିତି କି ହାତ ରେ ବନ୍ଧୁକ ଆଉ ଖଣ୍ଡା ଧରି ସର୍ବ ସାଧାରଣ ଙ୍କ ପାଇଁ ସର୍ଟ ଭିଡ଼ିଓ କରିବାରେ ଦେଖା ଯାଉଛନ୍ତି |

କେବଳ ବନ୍ଧୁକ ନୁହେଁ ବରଂ ଖଣ୍ଡା ଧରି ନବାବ ଷ୍ଟାଇଲ ଚାଲି ର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଛି | ତେବେ ଆଉ ଏକ ଭିଡ଼ିଓ ଯେଉଁଥିରେ ଏକ ଯୁବକ ହାତ ରେ ବନ୍ଧୁକ ଧରି ଧମାକାଉ ଥିବାର ସର୍ଟ ଭିଡ଼ିଓ ଭାଇରାଲ ହୋଇଛି ଯାହା କଟକ ର ଏକ ସ୍ଥାନ ରେ ହୋଇଛି ବୋଲି ମଧ୍ୟ ଜଣା ପଡିଛି | ତେବେ ଏହାର ଖବର ପାଇ କଟକ ର ପୋଲିସ ଘଟଣା ର ଯାଞ୍ଚ ମଧ୍ୟ ଆରମ୍ଭ କରିଛି |


ତେବେ ଏହି ଗ୍ୟାଙ୍ଗ ର ମୁଖ୍ୟ ବୁବୁ ଜେନା କୁ ଧରିବା ପାଇଁ କମିଶନ ପକ୍ଷରୁ ଏବେ ପର୍ଯ୍ୟନ୍ତ ମଧ୍ୟ ଚଢ଼ାଉ ଜାରି ରହିଛି | କେବିଏନ ଗ୍ୟାଙ୍ଗ ର 29 ଜଣ ସଦସ୍ୟ ମଧ୍ୟରୁ 9 ଜଣ ଙ୍କୁ ଗିରଫ କରା ଯାଇଛି ଏବଂ ଆହୁରି 20 ଜଣଙ୍କୁ ଏବେ ଖୋଜା ଚାଲିଛି | ତେବେ ବୁବୁ ଜେନା କୁ ଧରିବା ପାଇଁ ପୋଲିସ ବୁବୁ ର ଘର କୁ ଖୋଳତାଳ କରିଛି, ଏହି ଘଟଣା ଜାଣି ବୁବୁ ଏବେ ଫେରାର ହୋଇ ଯାଇଛି | ତେବେ ଅନ୍ୟ ପକ୍ଷରେ ପୋଲିସ ବୁବୁ କୁ ଧରିବା ପାଇଁ ଜାଲ ବିଛାଇ ଥିବା ବେଳେ କୌଶଳ କ୍ରମେ ବୁବୁ ଖସି ଯିବାରେ ସକ୍ଷମ ହୋଇ ଥିଲା |

ତେବେ କିଛି ଯୁବ ପିଢ଼ି ଅଛନ୍ତି ଯେଉଁ ମାନେ ସମାଜ ରେ ଆତଙ୍କ ଖେଳାଇ ସାରିଲେଣି | ଆଉ ଏହିଭଳି ଭାବରେ ଆତଙ୍କ ଖେଳାଉ ଥିବା ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଉପଲୋଡ କରିବା ଏକ ପ୍ରକାର ର ଟ୍ରେଣ୍ଡ ହୋଇ ଗଲାଣି | ତେବେ ଭୁବନେଶ୍ୱର ଭଳି କଟକ ରେ ମଧ୍ୟ ଏଭଳି ସର୍ଟ ଭିଡ଼ିଓ ଦେଖିବା ପରେ ଏହି ଯୁବ ପିଢ଼ି ପୋଲିସ ର ମୁଣ୍ଡ ବିନ୍ଧା ଆହୁରି ବଢ଼ାଇ ଦେଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।