ରାଜଧାନୀ ଭୁବନେଶ୍ୱର ରେ ଭିଡିଓ Calling ରେ ପୁଙ୍ଗୁଳା ଦେହ ଦେଖାଇ ଲୁଟୁଛନ୍ତି ଡିଜିଟାଲ ସୁନ୍ଦରୀ, ଟଙ୍କା ନ ଦେଲେ କରୁଛନ୍ତି ଏମିତି କାମ….

ତେବେ ସୋସିଆଲ ମିଡ଼ିଆ ଦ୍ୱାରା ଆମେ ଅନେକ କଥା ଜାଣି ଥାଉ, ଯାହା ଦ୍ୱାରା ଆମେ ସଚେତନ ଏବଂ ସତର୍କ ହୋଇ ମଧ୍ୟ ରହି ପାରୁ ଏଣୁ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି | ତେବେ ଆମେ ସୋସିଆଲ ମିଡ଼ିଆ ରେ ବେଳେ ବେଳେ ଏପରି କିଛି ଘଟଣା ଆମେ ଦେଖି ଥାଉ ଯାହା ବହୁତ ଆଶ୍ଚର୍ଯ୍ୟ ଜନକ ଏବଂ ଲଜ୍ୟା ଜନକ ହୋଇ ଥାଏ | ଆମ ସମାଜ ଆଜି କାଲି ଅତି ନିମ୍ନତର କୁ ଚାଲି ଗଲାଣି ନିଜ ଖୁସି ପାଇଁ ଯାହାର ଯାହା ମନ ହେଉଛି ସେ ତାହା କରୁଛି ଆଗ ପଛ କିଛି ମଧ୍ୟ ବିଚାର କରୁନି |

ଏ ଦୁନିଆଁ ରେ ସମସ୍ତେ ଟଙ୍କା ଲୋଭୀ, ଟଙ୍କା ପାଇଁ ପ୍ରାୟ ଲୋକ ଭୟଙ୍କର ଏବଂ ଲଜ୍ୟାକର କାମ କରିଥାନ୍ତି, କେବଳ ଆଉ କେବଳ ନିଜର ସ୍ୱାର୍ଥ ପୂରଣ ପାଇଁ ଏମାନେ ଏତେ ତଳକୁ ଖସି ଯାଇ ପାରନ୍ତି | ଦରକାର ପଡ଼ିଲେ ଟଙ୍କା ପାଇଁ ନିଜ ଦେହ କୁ ମଧ୍ୟ ବିକ୍ରି କରି ଦେବାକୁ ପଛାଉ ନାହାଁନ୍ତି |

ତେବେ ଏହିଭଳି ଏକ ଖବର ଆଖି ସାମ୍ନା କୁ ଆସିଛି ଯେଉଁଠି ଦେଖିବାକୁ ମିଳିଛି ଯେ, ଗୋଟେ ଯୁବତୀ ଭିଡ଼ିଓ କଲ ରେ ସମସ୍ତ ଙ୍କୁ ତା ଲଙ୍ଗଳା ଦେହ ଦେଖାଉଛି ଏବଂ ଦେଖାଇ ସାରିଲା ପରେ ତା ଠୁ ଟଙ୍କା ଆଦାୟ କରୁଛି | ଏହା ଶୁଣିବାକୁ ମଧ୍ୟ କେତେ ଲଜ୍ୟା ଜନକ ଅଟେ, ଭାବି ମଧ୍ୟ ହଉନି ଯେ ଏମିତି କାମ ମଧ୍ୟ ଏକ ଯୁବତୀ କରୁଛି | ଏକ ମହିଳା ର ତା ଇଜ୍ଜତ ହିଁ ସବୁଠୁ ବଡ଼ ଗହଣା ହୋଇ ଥାଏ କିନ୍ତୁ ସେହି ଗହଣା କୁ ହିଁ ଗୋଟେ ନାରୀ ଟଙ୍କା ପାଇଁ ବିକ୍ରି କରି ଦେଉଛି |

 

ତେବେ ସୂଚନା ଅନୁଯାଇ, ଜଣେ ବ୍ୟକ୍ତି ଏହିଭଳି ଏକ ଠକାମୀ ରେ ଶିକାର ହୋଇଛନ୍ତି | ରାଜଧାନୀ ଭୁବନେଶ୍ୱର ର ନୟାପଲ୍ଲୀ ଅଞ୍ଚଳ ରେ ହିଁ ଏହିଭଳି ଘଟଣା ଦେଖିବାକୁ ମିଳିଛି |

ତେବେ ଏହି ବ୍ୟକ୍ତି ଜଣଙ୍କ ଏକ ଅନଲାଇନ ସୁନ୍ଦରୀ ଜଣଙ୍କ ପାଲ ରେ ପଡ଼ି ଯାଇଛନ୍ତି, ଏହି ଡିଜିଟାଲ ସୁନ୍ଦରୀ ମାନେ ଫୋନ ର ସେକ୍ସ ନାଁ ରେ ଭିନ୍ନ ପ୍ରକାର ର ଠକାମୀ କରି ସାଧାରଣ ବ୍ୟକ୍ତି ଙ୍କୁ ବ୍ଲାକମେଲ କରି ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି | ତେବେ ଏହି ସୁନ୍ଦରୀ ମାନେ ପ୍ରଥମେ ସୋସିଆଲ ମିଡ଼ିଆ ରେ ଫ୍ରେଣ୍ଡ ରିକୁ୍ୟେଷ୍ଟ ପଠାଇ ବନ୍ଧୁତା ସ୍ଥାପନ କରୁଛନ୍ତି | ପରେ ପରେ ସେମାନେ ମିଠା ମିଠା କଥା କହି ସମ୍ପର୍କ କୁ ନିବିଡ଼ କରି ଉଲଗ୍ନ ଅବସ୍ଥା ରେ ଫୋଟ ପଠାଉଛନ୍ତି ପୁଣି ଏହା ପରେ ଉଲଗ୍ନ ହୋଇ ଭିଡ଼ିଓ କଲ କରି ବ୍ୟକ୍ତି ଜଣଙ୍କୁ ମଧ୍ୟ ଉଲଗ୍ନ ହେଵାକୁ କହୁଛନ୍ତି |

ପରେ ପୁଣି ଏହି ସବୁ କୁ ସ୍କ୍ରିନସଟ ନେଇ ବ୍ୟକ୍ତି ମାନଙ୍କୁ ବ୍ଲାକମେଲ କରୁଛନ୍ତି ଏବଂ ହଜାର ହଜାର ଟଙ୍କା ଦାବି କରୁଛନ୍ତି | ତେବେ ଆମେ ଯଦି ପ୍ରଥମ ରୁ ହିଁ ସଚେତନ ରହିବା ତେବେ ଏଭଳି ଘଟଣା ର ଶିକାର ମଧ୍ୟ ହେବା ନାହିଁ |