କଟକ ଭିଡ଼ିଓ ଗ୍ୟାଙ୍ଗ: ଖୁସିରେ ଭିଡ଼ିଓ କରୁ କରୁ ଥାନାରେ ଖୁସି ବାହାରିଗଲା | ମୁଁ ଭାବୁଛି ଆମ ଭବିଷ୍ୟତ କଣ ହେବ…

ଆପଣ ମାନେ ତ ଜାଣିଛନ୍ତି ଯେ ଏବେ କେବିଏନ ଗ୍ୟାଙ୍ଗ କେତେ ଚର୍ଚ୍ଚା ରେ ରହିଛି କାରଣ ତାଙ୍କ 29 ଜଣ ସଦସ୍ୟ ଗ୍ରୁପ ଭୁବନେଶ୍ୱର ରେ ଖୁବ ଆତଙ୍କ ମତାଇ ସାରିଲେଣି | କେଉଁଠି ଖଣ୍ଡା ଧରି ନବାବ ଷ୍ଟାଇଲ ରେ ଚାଲୁଛନ୍ତି ତ ଆଉ କେଉଁଠି ବନ୍ଧୁକ ଫାୟାର କରି ଧମକ ଦେଉ ଥିବାର ସର୍ଟ ରିଲ୍ସ ଭିଡ଼ିଓ ଦେଖିବାକୁ ମିଳୁଛି | ତେବେ କେଉଁ ଝିଅ କୁ କେତେ ବେଳେ ଧମକ ଦେଉଛନ୍ତି ତ ପୁଣି ଆଉ କେଉଁଠି ରାତି ସମୟ ରେ ଟେରର ଭଳି ଆଡା ଜମାଉଛନ୍ତି |

ତେବେ ଏହି ଗ୍ୟାଙ୍ଗ କେବଳ ଭୁବନେଶ୍ୱର ରେ ନୁହେଁ ବରଂ କଟକ ରେ ମଧ୍ୟ ଅଛନ୍ତି ବୋଲି ଜଣା ପଡିଛି | ଆଉ ଏହି 29 ଜଣ ମଧ୍ୟରୁ 9 ଜଣଙ୍କୁ ପୋଲିସ ଧରି ମଧ୍ୟ ସାରିଲାଣି ଏବଂ ଆଉ 20 ଜଣଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇ ଚାଲିଛି |

ତେବେ ଆଉ ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ | ତେବେ ଆପଣ ମାନେ ଏହି ଭିଡ଼ିଓ କେବଳ ପୁଅ ପିଲା ଙ୍କର ଦେଖି ଥିଲେ କିନ୍ତୁ ବର୍ତ୍ତମାନ ଏକ ଝିଅ ଙ୍କର ଭିଡ଼ିଓ ଆଖି ସାମ୍ନା କୁ ଆସିଛି | ତେବେ ସେହି ସର୍ଟ ରିଲ୍ସ ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଯେ ଏକ ଝିଅ ଯିଏ କି ନବାବ ଷ୍ଟାଇଲ ରେ ବସି ହାତ ରେ ଏକ ବନ୍ଧୁକ ଧରି ଆକ୍ସନ କରୁଛନ୍ତି |


ତେବେ ବର୍ତ୍ତମାନ ଏହି ଭିଡ଼ିଓ ଖୁବ ଭାଇରାଲ ହୋଇଛି ଏବଂ ଭିଡ଼ିଓ ର ଗ୍ରୁପ ନାଁ ରହିଛି ପବ୍ଲିକ ଷଣ୍ଢ | ତେବେ ପୋଲିସ ଏହାକୁ ଦେଖି ସେହି ଯୁବତୀ ଙ୍କୁ ଥାନା କୁ ଡାକି ପଚରା ଉଚରା ଆରମ୍ଭ କରି ଥିଲା | ସେହି ଯୁବତୀ ଜଣଙ୍କ ଏହି ଭିଡ଼ିଓ କୁ ନେଇ କହି ଥିଲେ ଯେ, ମୁଁ କେବଳ ଖୁସି ରେ ଏହି ସର୍ଟ ରିଲ୍ସ ଭିଡ଼ିଓ କରି ଥିଲି କିନ୍ତୁ ଥାନା କୁ ଆସି ମୋର ଖୁସି ବାହାରି ଗଲା ଆଉ ସେମିତି କିଛି ଉଦେଶ୍ୟ ନଥିଲା |

 ଆଉ ଏହା ମଧ୍ୟ କହି ଥିଲେ ଯେ ମୁଁ ସତ ବନ୍ଧୁକ କେବେ ଦେଖି ନାହିଁ ତାହା ଏକ ନକଲି ବନ୍ଧୁକ ଥିଲା | ଯେହେତୁ ଆମେ ଗୋଟେ ପାଠ ପଢା ଛୁଆ କିନ୍ତୁ ମିଡ଼ିଆ ଆଗରେ ଠିଆ ହୋଇ ଏସବୁ କହିବାକୁ ଆମକୁ ବହୁତ ଖରାପ ଲାଗୁଛି | ଏହା ମଧ୍ୟ ଯୁବତୀ ଙ୍କ କହିବା ଅନୁଯାଇ ଜଣା ପଡିଛି ଯେ ଆଉ ଏକ ଏଭଳି ଗ୍ରୁପ ଅଛି ଯାହାର ନାମ ଅମାନିଆ ବାଘ | ଯୁବତୀ ଜଣଙ୍କ କହି ଥିଲେ ଯେ ସେହି ଗ୍ରୁପ ଅସଲି ଖଣ୍ଡା ଧରି ଭିଡ଼ିଓ କରନ୍ତି ତେବେ ଏହି ଗ୍ରୁପ କୁ ମଧ୍ୟ ଥାନା କୁ ଅଣାଯାଉ ବୋଲି ସେ ଦାବି କରିଛନ୍ତି |