ବିଲେଇ କୁ ମାରି ଘରେ ଲୁଚି ରହିଥିଲା ବିଷଧର କୋବ୍ରା (Cobra) , ତା’ ପରେ କଣ ହେଲା ଦେଖନ୍ତୁ ଭିଡ଼ିଓ

ଜୀବନରେ ଏମିତି କିଛି ନା କିଛି ଭୟାନକ ଘଟଣା ଘଟିଥାଏ। ତେଣୁ ଆପଣ ମାନଙ୍କୁ ଏକ ଭୟାନକ ଜୀବନ ବିଷୟରେ କହିବୁ ଯାହାକୁ ଆପଣ ମାନେ ନିଶ୍ଚିତ ରୂପେ ଭୟ କରୁଥିବେ। ଦୁନିଆରେ ଏମିତି ଅନେକ ପ୍ରକାରର ଜିବ ଜନ୍ତୁ ରହିଛି ଯାହାକୁ ଲୋକମାନେ ଭୟ କରିଥାନ୍ତି। ସେହି ସବୁ ଜୀବ ଜନ୍ତୁ ମଧ୍ୟରୁ ଆପଣ ସାପକୁ ତ ଦେଖିଥିବେ। ଯାହାକୁ ଲୋକମାନେ ଭୟରେ ସେହି ଜାଗା କୁ ଛାଡ଼ି ପଳାଉଛନ୍ତି। ଅନେକ ସମୟରେ ନିଜ ଜୀବନ ବଞ୍ଚାଇବା ପାଇଁ ସାପ କୁ ମଧ୍ୟ ମାରିଦେଇଥାନ୍ତି।

ସାପ ଏକ ଏମିତି ବିଷଧର ସରୀସୃପ ଅଟେ,ଯାହା ମନୁଷ୍ୟ କୁ କାମୁଡ଼ିବା ମାତ୍ରେ ତାହାର ମୃତ୍ୟୁ ନିଶ୍ଚିତ ହୋଇଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ସାପ ର ନାମ ଶୁଣି ଅନେକ ସମୟରେ ଡରିଯାଇଥାନ୍ତି।

ଅନେକ ସମୟରେ ଲୋକଙ୍କୁ ସାପ କାମୁଡ଼ିବା ଯୋଗୁଁ ସେମାନଙ୍କର ଜୀବନ ମଧ୍ୟ ଚାଲିଯାଇଥାଏ। ସାପ ସବୁ ଜାଗାରେ ରହିନଥାଏ, ବଣ ଜଙ୍ଗଲ ମାନଙ୍କରେ ଅଧିକ ମାତ୍ରାରେ ସାପ ଦେଖିବାକୁ ମିଳିଥାଏ। ତେଣୁ ଯଦି ଆମେ ଘରର ଆଖପାଖରେ କିମ୍ବା ଘର ଭିତରେ ସାପ କୁ ଦେଖିଥାଉ ଏବଂ ବହୁତ ଭୟ ମଧ୍ୟ ଲାଗିଥାଏ। ସାପ ଏକ ବିଷଧର ଜୀବ ଅଟେ।

ମାତ୍ର ସେ ସବୁ ସମୟରେ ମନୁଷ୍ୟ କୁ ଦଂଶନ କରିନଥାଏ। ପ୍ରାୟତଃ ଅନେକ ସମୟରେ ଦେଖାଯାଏ କି, ଲୋକମାନେ ସାପ ସହିତ ଲାଗିଲେ ସେ କ୍ରୋଧରେ ସେହି ବ୍ୟକ୍ତି ଙ୍କୁ ଚୋଟ ମାରିଥାଏ।କାରଣ ସାପ ଟି ସେହି ସମୟରେ ନିଜ ଜୀବନକୁ ଭୟ କରିଥାଏ।

ତେଣୁ ବର୍ତ୍ତମାନ ସମୟରେ ଏକ ଭିଡିଓ ଆମ ମାନଙ୍କ ସାମ୍ନାକୁ ଆସିଛି, ଯାହାକି ବହୁତ ଚିନ୍ତାଜନକ ର ବିଷୟ ଅଟେ।ସାପ ଟି ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲା। ସାପଟି ପଶିଯାଇ ଘରର ଥିବା ସିମେଣ୍ଟ ଗଦା ପାଖରେ ଶୋଇରହିଥିଲା। ଏପରିକି ସାପଟି ସେହି ଘରର ଏକ ବିଲେଇ କୁ ଚୋଟ ମାରି ତାର ଜୀବନ ନେଇଥିଲା। ସେହି ଘରର ବ୍ୟକ୍ତି ମାନେ ଯେତେବେଳେ ସାପଟିକୁ ଦେଖିଥିଲେ ସେମାନେ ସଙ୍ଗେ ସଙ୍ଗେ ସାପ ଧରାଳିକୁ ଡାକିଥିଲେ।

ସାପ ଧରାଳି ଆସି ସେହି ସାପଟିକୁ ସିମେଣ୍ଟ ଗଦା ପାଖରୁ ଧରି ବାହାରକୁ ବାହାର କରିଥିଲେ। ସାପଟିକୁ ଯେତେବେଳେ ଘର ଭିତରୁ ବାହାରକୁ ବାହାର କରାଗଲା, ସେତେବେଳେ ସାପଟି ଚୋଟ ମାରିବା ପାଇଁ ବହୁତ ଚେଷ୍ଟା କରିଥିଲା। ମାତ୍ର ସାପଟି କାର୍ଯ୍ୟରେ ସଫଳ ହୋଇପାରିନଥିଲା। ସେଠାକାର ରହୁଥିବା ଲୋକମାନେ ସାପଟିକୁ ଦେଖି ବହୁତ ଭୟଭୀତ ହୋଇଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବନ ବିଭାଗ ଅଧିକାରୀ ମାନେ ସାପଟିକୁ ଏକ ବୁରାରେ ପୁରାଇ ଜଙ୍ଗଲ କୁ ଛାଡ଼ିବା ପାଇଁ ନେଇଯାଇଥିଲେ।