ଦେଖନ୍ତୁ shocking ଭିଡିଓ. ଜିଅନ୍ତା ଜଳିଗଲେ ଯାତ୍ରୀ ..ଆଉ ତା ପରେ ଯାହା ହେଲା ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ……….

ଆପଣ ମାନେ ତ ଜାଣୁଛନ୍ତି ଏବଂ ଦେଖୁଛନ୍ତି ମଧ୍ୟ ଯେ ଆଜି କାଲି ର ଏହି ସମାଜ ରେ କେତେ ହେ ସଡ଼କ ଦୁର୍ଘଟଣା ହେଲାଣି ଏବଂ ଏହି ସଡ଼କ ଦୁର୍ଘଟଣା ରେ କେତେ ଯେ ଲକ୍ଷ ଲକ୍ଷ ଲୋକ ଙ୍କ ଜୀବନ ମଧ୍ୟ ଚାଲି ଗଲାଣି | ଆଗ କାଳ ରେ କେହି ଏତେ ଗାଡ଼ି ବ୍ୟବହାର କରୁ ନଥିଲେ ସମସ୍ତେ ପ୍ରାୟ ଚାଲି ଚାଲି ଯାତାୟାତ କରୁ ଥିଲେ ନହେଲେ ସାଇକେଲ ବ୍ୟବହାର କରୁ ଥିଲେ ଏବଂ ଭଲ ରାସ୍ତା ବି ନଥିଲା ଏଣୁ ଦୁର୍ଘଟଣା ମଧ୍ୟ ଦେଖିବାକୁ ମିଳୁ ନଥିଲା | କିନ୍ତୁ ବର୍ତ୍ତମାନ ର ଯୁଗ ରେ ଯେତେ ଜଣ ଲୋକ ସେତେ ଗାଡ଼ି ରାସ୍ତା ମଧ୍ୟ ପକ୍କା ଏଣୁ ପ୍ରାୟ ସଡ଼କ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି | ତେବେ ପୁଣି ଏକ ଦୁର୍ଘଟଣା ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣ ଙ୍କ ରୁମ ମଧ୍ୟ ଟାଙ୍କୁରୀ ଉଠିବ |

ତେବେ ଏକ ବସ ଦୁର୍ଘଟଣା ଦେଖିବା ପାଇଁ ମିଳିଛି ଯେଉଁଠି ଅନେକ ଙ୍କର ଜୀବନ ମଧ୍ୟ ଚାଲି ଯାଇଛି | ଏହି ଦୁର୍ଘଟଣା ଟି ରାଜସ୍ଥାନ ର ବାର୍ମେର ଯଦପୁର ଜାତୀୟ ରାଜ ପଥ ରେ ହିଁ ଦେଖିବାକୁ ମିଳିଛି, ଯାହା ବହୁତ ବଡ଼ ଆକାର ର ଦୁର୍ଘଟଣା ହୋଇ ଥିଲା ବୋଲି ଦେଖିବାକୁ ମଧ୍ୟ ମିଳିଛି |

ତେବେ ସୂଚନା ଅନୁଯାଇ ଏକ ଯାତ୍ରୀ ବାହୀ ବସ ସହିତ ଟ୍ୟାଙ୍କର ମୁହାଁମୁହିଁ ଧୋକା ହୋଇ ଥିଲା ଏବଂ ଧୋକା ଏତେ ବଡ଼ ଆକାର ରେ ହୋଇ ଥିଲା ଯେ ବସ ଟି ଜାଳିବାରେ ଲାଗି ଥିଲା | ତେବେ ଏହି ନିଆଁ ରେ ପୋଡି ହୋଇ 8 ଜଣ ଙ୍କର ଅକାଳ ରେ ମୃତ୍ୟୁ ହୋଇଛି |

ତେବେ ମିଳି ଥିବା ସୂଚନା ଅନୁଯାଇ ସେହି ବସ ରେ ମୋଟ 25 ଜଣ ଲୋକ ଥିଲେ ଏବଂ 10 ଜଣ ଙ୍କୁ ସେଠାରୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲ ରେ ଭର୍ତ୍ତି କରା ଯାଇ ଥିଲା |

 ଏହା ମଧ୍ୟ ସୂଚନା ମିଳିଛି ଯେ ବସ ରେ ଥିବା 3 ଜଣ ଙ୍କର କୌଣସି ପତ୍ତା ମିଳି ନାହିଁ ଯାହାକି ବହୁତ ଆଶ୍ଚର୍ଯ୍ୟ ର ଘଟଣା ଅଟେ | ତେବେ ଏହି ଯାତ୍ରୀ ବାହୀ ବସ ସକାଳ 10 ଟାରେ ବାଲୋତ୍ରା ରୁ ବାହାରି ଥିଲା ଆଉ ବିପରୀତ ଦିଗ ରେ ଆସୁ ଥିବା ଏକ ଟ୍ୟାଙ୍କର କୁ ସାମ୍ନା ରୁ ଧୋକା କରି ଥିଲା |

ତେବେ ଏହି ଦୁର୍ଘଟଣା ଟି ଏତେ ଭୟଙ୍କର ଥିଲା ଯେ ଧୋକା ହେବା କ୍ଷଣି ବସ ଟି ଜାଳିବା ଆରମ୍ଭ କରି ଦେଇ ଥିଲା | ଘଟଣା ସମ୍ପର୍କ ରେ ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ ଅଧିକାରୀ ଏବଂ ପୋଲିସ ସେଠାରେ ଆସି ପହଞ୍ଚି ଥିଲେ | ଏହା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ନିଆଁ କୁ ଆୟତ୍ତ କରି ଥିଲେ | ତେବେ ବର୍ତ୍ତମାନ ପୋଲିସ ସ୍ଥିତି କୁ ନିୟନ୍ତ୍ରଣ କରି ଘଟଣା ର ଯାଞ୍ଚ ଏବେ ଆରମ୍ଭ କରିଛି |