breaking news- ଟି 20 ବିଶ୍ୱ କପ ରୁ ବାଦ୍ ପଡିଲା ପରେ ବିରାଟ କୋହିଲି ଙ୍କ ଏମିତି ପ୍ରତିକ୍ରିୟା ..ଯଦି ଏମିତି ହୁଏ ତେବେ ଆଉ ଖେଳିବିନି…..

+-ନାମ୍ବିଆ ବିପକ୍ଷ ସହ ଟିମ ଇଣ୍ଡିଆ ବିଶ୍ୱ କପ ରେ ଅଭିଯାନ ଶେଷ କରିଛି ଆଉ ଏହା ସହ କୋହଲି ମଧ୍ୟ ଟି 20 ଅଧିନୟ ପଦ କୁ ବାୟ ବାୟ କରିଛନ୍ତି | ଏଣିକି ଆଉ ଟି 20 ଫର୍ମାର୍ଟ ରେ କୋହଲି ଙ୍କୁ ଆଉ ଟସ ପକାଉ ଥିବାର ଦେଖିବାକୁ ମିଳିବ ନାହିଁ | ତେବେ ନାମ୍ବିଆ ବିପକ୍ଷ ମ୍ୟାଚ ପରେ କୋହଲି ମୁହଁ ଖୋଲିବା ସହ ମନ ର କଥା ମଧ୍ୟ କହିଛନ୍ତି | ଟିମ ଇଣ୍ଡିଆ ର ଟି 20 ଅଧିନୟ ପଦ କୁ ଛାଡିବା ପରେ କୋହଲି କହିଛନ୍ତି, ଏଭଳି ଦାୟିତ୍ୱ ଛାଡିବା ପରେ ଟିକିଏ ହାଲୁକା ଲାଗୁଛି ଏହା ମୋ ପାଇଁ ସବୁଠୁ ସ୍ମରଣୀୟ ଓ ଗର୍ବ ର ମୁହୂର୍ତ୍ତ ହୋଇ ରହିବ | କିନ୍ତୁ ଆମକୁ ଏହାଠାରୁ ମଧ୍ୟ ଆହୁରି ଆଗକୁ ବଢିବାକୁ ପଡ଼ିବ, ନିଜ ଉପରୁ ଅଧିକ କାର୍ଯ୍ୟ ଚାପ କମାଇବାର ଏହା ଉପଯୁକ୍ତ ସମୟ |

ଗତ 6 ରୁ 7 ବର୍ଷ ହେବ ଲଗାତାର କ୍ରିକେଟ ଖେଳି ଆସୁଛି, ଟିମ ଭାବେ ଆମେ ଭଲ ପ୍ରଦର୍ଶନ ମଧ୍ୟ କରି ଆସୁଛୁ ବିଶ୍ୱ କପ ରେ ଆମେ ଆଗକୁ ବଢ଼ି ପାରିଲୁନି ସତ କିନ୍ତୁ ଟି 20 କ୍ରିକେଟ ରେ ଆମେ ଅନେକ ଥର ଭଲ ଖେଳ ଖେଳିଛୁ |

ପ୍ରଥମ ଦୁଇ ଟି ମ୍ୟାଚ ର ପ୍ରଥମ ଦୁଇ ଓଭର ଯଦି ଭଲ ଖେଳି ଥାଆନ୍ତୁ ତେବେ ଫଳାଫଳ କିଛି ଭିନ୍ନ ହୋଇ ଥାଆନ୍ତା ବୋଲି କୋହଲି କହିଛନ୍ତି | ତେବେ ଅଧିନୟ ପଦ ଛାଡିବା ପରେ ମଧ୍ୟ ପଡିଆ ରେ ପୂର୍ବ ଭଳି ଜୋସ ଦେଖିବାକୁ ମିଳିବ, ଏହି ଅଭ୍ୟାସ କେବେ ବଦଳିବ ନାହିଁ ଯେଉଁ ଦିନ ପଡିଆ ରେ ଏହି ଜୋସ ଦେଖିବାକୁ ମିଳିବ ନାହିଁ ସେଦିନ ଆଉ ଖେଳିବିନି ବୋଲି କୋହଲି କହିଛନ୍ତି |


ଯେତେ ବେଳେ ମୁଁ ଅଧିନୟ ନଥିଲି ସେତେ ବେଳେ ମଧ୍ୟ ମୁଁ ଜୋସ ର ସହ ମ୍ୟାଚ ଖେଳୁ ଥିଲି ଆଉ ଆଗକୁ ମଧ୍ୟ ଏପରି ଦେଖିବାକୁ ମିଳିବ, କାରଣ ମୋ ପକ୍ଷରେ ପଡିଆ ରେ କେବଳ ଛିଡା ହୋଇ ରହିବାର ପ୍ରଶ୍ନ ଉଠୁ ନାହିଁ ବୋଲ କହିଛନ୍ତି କୋହଲି | ଏହା ସହ ନାମ୍ବିଆ ବିପକ୍ଷ ରେ କାହିଁକି ବ୍ୟାଟିଂ କରିବାକୁ କୋହଲି ଆସି ନଥିଲେ ତାକୁ ନେଇ ସେ କହିଛନ୍ତି ଯେ, ସୂର୍ଯ୍ୟ କୁମାର ଯାଦବ ଙ୍କୁ ଚଳିତ ଟୁର୍ନାମେଣ୍ଟ ରେ ଅଧିକ ବ୍ୟାଟିଂ କରିବା ପାଇଁ ସୁଯୋଗ ମିଳି ନଥିଲା |

ଜଣେ ଯୁବ ଖେଳାଳୀ ଭାବେ ସୂର୍ଯ୍ୟ କୁମାର ଯାଦବ ଟୁର୍ନାମେଣ୍ଟ ରେ ନିଜ ଷ୍ଟାଇଲ ରେ ମ୍ୟାଚ କୁ ଶେଷ କରିବା ପାଇଁ ଚାହିଁ ଥିଲେ, ଯାହା ଦ୍ୱାରା ସେ ଏକ ଭଲ ଅନୁଭୂତି ହାସଲ କରି ପାରିବେ |

ତେଣୁ ନାମ୍ବିଆ ବିପକ୍ଷ ରେ କୋହଲି ବ୍ୟାଟିଂ ନ ଆସି ସୂର୍ଯ୍ୟ କୁମାର ଯାଦବ ଙ୍କୁ ବ୍ୟାଟିଂ ପାଇଁ ସୁଯୋଗ ଦେଇ ଥିଲେ | ଟି 20 ଫର୍ମାର୍ଟ ବିରାଟ ଙ୍କ ନେତୃତ୍ୱ ରେ 50 ଟି ମ୍ୟାଚ ଟିମ ଇଣ୍ଡିଆ ଖେଳିଛନ୍ତି କେବଳ ଆଇସିସି ଟୁର୍ନାମେଣ୍ଟ କୁ ଛାଡି ଦେଲେ ଅନ୍ୟ ଟି 20 ମୁକାବିଲା ରେ ବିରାଟ ଙ୍କ ଅଧିନୟ ପଦ ରେ ଟିମ ଇଣ୍ଡିଆ ବେସ ଦମଦାର ପ୍ରଦର୍ଶନ କରିଛି |

ତେବେ ଅତ୍ୟଧିକ କାର୍ଯ୍ୟ ଭାର ଯୋଗୁଁ ଟି 20 ଅଧିନୟ ପଦ ଛାଡିବାକୁ ପୂର୍ବରୁ କ୍ୟାପିଟେନ କୋହଲି ଘୋଷଣା କରି ଥିଲେ, ଆଉ ବିରାଟ କୋହଲି ଏହି ଅଧିନୟ ପଦ ଛାଡ଼ିବା ପରେ ଏବେ ରୋହିତ ଶର୍ମା ଙ୍କୁ ଦାୟିତ୍ୱ ଦିଆ ଯାଇ ପାରେ ବୋଲି ଜଣା ପଡିଛି |