ବଡ ଖବର !ଟ୍ରେନ ଟିକେଟ୍ ହଜିଗଲେ କେମିତି କରିବେ ଯାତ୍ରା …ଜାଣନ୍ତୁ ଏହି ପ୍ରକାର ସମସ୍ୟା ରୁ କେମିତି ପାଇପାରିବେ ଫାଇଦା…

ଟ୍ରେନ ଯାତ୍ରା ସମୟ ରେ ବା ଯାତ୍ରା ପୂର୍ବରୁ ଯଦି ଟିକେଟ ହଜି ଯାଏ ତାହେଲେ କଣ କରିବେ ଏବଂ କିପରି ଭାବେ ଟ୍ରେନ ରେ ଯାତ୍ରା କରିବେ | ଯଦି ଆପଣ ଏହି ପ୍ରକାର ର ସମସ୍ୟା ଦୃଷ୍ଟି ରେ ରଖି ଭାରତୀୟ ରେଳ ବାହିନୀ ଏକ ବ୍ୟବସ୍ଥା କରିଛି | ଯଦି ଆପଣ ଅନେକ ସମୟ ରେ ଟ୍ରେନ ରେ ଯାତାୟାତ କରୁଛନ୍ତି ତେବେ ଏହି ଖବର କୁ ନିଶ୍ଚୟ ଭାବରେ ଜାଣି ରଖନ୍ତୁ | ଏଣିକି ଟ୍ରେନ ଟିକେଟ ହଜି ଗଲେ ଚିନ୍ତା କରିବାର ର ଆଉ କୌଣସି ବିଷୟ ନାହିଁ, କାରଣ ଭାରତୀୟ ରେଳବାହୀ ଯାତ୍ରୀ ଙ୍କର ଏହି ସମସ୍ୟା ର ସମାଧାନ ରାସ୍ତା ବାହାର କରିଛି |

ଯଦି କୌଣସି ପରିସ୍ଥିତି ରେ ଟ୍ରେନ ଟିକେଟ ହଜି ଯାଉଛି ତାହେଲେ ଡୁପ୍ଲିକେଟ ଟିକେଟ ବା ନକଲି ଟିକେଟ ଜରିଆରେ ଯାତ୍ରୀ ଯାତ୍ରା କରି ପାରିବେ | କିନ୍ତୁ ଏହା ପାଇଁ ଯାତ୍ରୀ ଙ୍କୁ ଅଳ୍ପ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ |

ଭାରତୀୟ ରେଳ ବାହନୀ ଅନୁଯାଇ ଯଦି ସଂରକ୍ଷଣ ଜାଣ୍ଟ ହେବା ପୂର୍ବରୁ ଟିକେଟ ହଜିବାର ସୂଚନା ମିଳେ ତାହେଲେ ଏଭଳି ପରିସ୍ଥିତି ରେ ନକଲି ଟିକେଟ ଜାରି କରି ଦିଆ ଯାଏ | ଏଥିପାଇଁ ଗ୍ରାହକ ଙ୍କୁ 50 ଟଙ୍କା କିମ୍ବା 100 ଟଙ୍କା ଦେବାକୁ ପଡ଼ିବ, ସେକେଣ୍ଡ ଏବଂ ସ୍ଲିପର କ୍ଲାସପାଇଁ ଯାତ୍ରୀ ଙ୍କୁ 50 ଟଙ୍କା ଦେବାକୁ ପଡ଼ିବ |

ସେହିପରି ବାକି ଅନ୍ୟ କ୍ଲାସ ପାଇଁ 100 ଟଙ୍କା ଦେବାକୁ ପଡ଼ିବ ଆଉ ଯଦି ସଂରକ୍ଷଣ ଚାର୍ଟ ପ୍ରସ୍ତୁତ ହେବା ପାଇଁ ଟିକେଟ ହଜିବାର ସୂଚନା ମିଳେ ତାହେଲେ ଯାତ୍ରୀ ଙ୍କୁ ଟିକେଟ ର 50 ପ୍ରତିଶତ ଟଙ୍କା ଦେବାକୁ ପଡ଼ିବ | ଯଦି ଟିକେଟ କନଫର୍ମ ହୋଇ ଯାଇ ଥିବ ଆଉ ଆପଣ ଙ୍କ ପାଖରେ ଥିବା ଟିକେଟ କଟି ଫାଟି ଯାଇ ଥିବ ତାହେଲେ ମଧ୍ୟ ଡୁପ୍ଲିକେଟ ଟିକେଟ ଆବେଦନ କରି ପାରିବେ | ଯାହା ପାଇଁ ସଂରକ୍ଷଣ ଚାର୍ଟ ପ୍ରସ୍ତୁତି ହେବା ପରେ ଯାତ୍ରା ଙ୍କୁ ମୋଟ ଭଡ଼ା 25 ପ୍ରତିଶତ ଦେବାକୁ ପଡ଼ିବ |


ଭାରତୀୟ ରେଳ ବାହିନୀ ଅନୁଯାଇ ୱେଟିଙ୍ଗ ଲିଷ୍ଟ ରେ ଥିବା ଟିକେଟ କଟି ଫାଟି ଯାଇ ଥିଲେ ଏହା ଉପରେ କୌଣସି ନକଲି ଟିକେଟ ଜାରି ହୋଇ ପାରିବ ନାହିଁ | ଏହା ଛଡା ଆରଏସ ଟିକେଟ କ୍ଷେତ୍ର ରେ ସଂରକ୍ଷଣ ଚାର୍ଟ ପ୍ରସ୍ତୁତି ହେବା ପରେ କୌଣସି ନକଲି ଟିକେଟ ଜାରି କରାଯାଇ ପାରିବ ନାହିଁ |

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ନକଲି ଟିକେଟ ଆବେଦନ କରିବା ପରେ ମୂଳ ଟିକେଟ ଯାତ୍ରୀ ଙ୍କ ପାଖରେ ଉପଲବ୍ଧ ହୁଏ ଅର୍ଥାତ ହଜି ଯାଇ ଥିବା ଟିକେଟ ଆପଣ ଖୋଜି ପାଆନ୍ତି ତେବେ ଉଭୟ ଟିକେଟ ରେଳ ବାହୀ ଙ୍କୁ ଦେଖାଇ ନକଲି ଟିକେଟ ପାଇଁ ଦିଆ ଯାଇ ଥିବା ଶୁଳ୍କ ଯାତ୍ରୀ ଫେରସ୍ତ ପାଇ ପାରିବେ ଏବଂ ଏଥିରୁ 5 ପ୍ରତିଶତ ଟଙ୍କା କଟି ଯିବ |