ପୃଥିବୀ ଉପରେ ବିପଦ । ମାଡି ଆସୁଛି ବିରାଟକାୟ ଧୂମକେତୁ । ଘଣ୍ଟା ପ୍ରତି 5 ହଜାର କିଲୋମିଟର୍ ବେଗ ରେ ଏହା ପୃଥିବୀ ଆଡକୁ ମୁହାଁଉଛି ।

ପୃଥିବୀ ଉପରେ ବିପଦ । ମାଡି ଆସୁଛି ବିରାଟକାୟ ଧୂମକେତୁ । ଘଣ୍ଟା ପ୍ରତି 5 ହଜାର କିଲୋମିଟର୍ ବେଗ ରେ ଏହା ପୃଥିବୀ ଆଡକୁ ମୁହାଁଉଛି । ଏହା ଦେଖି ସାରା ବିଶ୍ବ କୁ ସତର୍କ କରାଇଛି ଆମେରିକାର ସ୍ପେସ ଏଜେନ୍ସି ନାସା । ବିଶ୍ବ କୁ ଚେତାବନି ଦେ ନାସା କହିଛି ପୃଥିବୀ ଆଡକୁ ଏକ ବିଶାଳକାୟ ଆସଟ୍ରୁଏଡ୍ ଦ୍ରୁତ ଗତି ରେ ମାଡି ଆସୁଛି । ତେବେ ସବୁ ଠାରୁ ବଡ କଥା ହେଉଛି ଏହି ବିରଳ ବିଶାଳ ଧୂମକେତୁ ଟି ଆକାର ରେ ଫ୍ରାନ୍ସ ର ଆଇପିଏଟା ଠାରୁ ଆହୁରି ବଡ ।

ଆକାର ରେ ଧୂମକେତୁ ଟି ବିଶାଳ ହୋଇ ଥିବା ବେଳେ ଏହାକୁ ଦେଖିବା ବି ଭୟଙ୍କର । ପୃଥିବୀ ଆଡ କୁ ମାଡି ମାଡି ଆସୁ ଥିବା ଏହି ବଡ ଧୂମକେତୁ ନାଁ ରଖା ଯାଇଛି 4660 ନେରିବେସ୍ । ଏହାର ଆକାର ଗୋଟିଏ ଫୁଟବଲ୍ ଗ୍ରାଉଣ୍ଡ ଠାରୁ ପ୍ରାୟ 3 ଗୁଣା ବଡ଼ । ଆସନ୍ତା ଡିସେମ୍ବର 11 ତାରିଖ ରେ ଏହା ପୃଥିବୀ ର ଖୁବ୍ ନିକଟତର ଦେଇ ଗତି କରି ପାରେ ବୋଲି ନାସା ପକ୍ଷରୁ ଜାରି ହୋଇ ଥିବା ସୂଚନା ରେ କୁହା ଯାଇଛି ।ଏତି କ୍ଷିପ୍ର ବେଗରେ ମାଡି ଆସୁ ଥିବା ଏହି ଧୂମକେତୁ ପୃଥିବୀ ପାଇଁ ବିପଦ ହେବ କି ନାହିଁ ତାହା ଆଉ କିଛି ଦିନ ମଧ୍ୟରେ ସ୍ପଷ୍ଟ ହେବ । କାରଣ ଏହା ଏବେ ପୃଥିବୀ ଠାରୁ ପ୍ରାୟ 39 ଲକ୍ଷ କିଲୋମିଟର ଦୂର ରେ ରହିଛି ଯାହା କି ପୃଥିବୀ ଆଉ ଚନ୍ଦ୍ର ର ଦୂରତା ଠାରୁ ପ୍ରାୟତଃ 10 ଗୁଣା । ଘଣ୍ଟା ପ୍ରତି ପ୍ରାୟ 5 ହଜାର କିଲୋ ମିଟର ବେଗରେ ମାଡି ଆସୁ ଥିବା ଏହି ଧୂମକେତୁ ପୃଥିବୀ ପୃଷ୍ଠ ର ଖୁବ୍ ନିକଟ ଦେଇ ଗତି କରି ପାରେ ।

ଅନ୍ତଃରିକ୍ଷରେ ଥିବା 90 ପ୍ରତିଶତ ଧୂମକେତୁ ଏହା ଠାରୁ ଖୁବ୍ ଛୋଟ । ପୂର୍ବ ରୁ ଅନେକ ଥର ଏଭଳି ଆଷ୍ଟ୍ରଏଡ୍ ପୃଥିବୀ ପୃଷ୍ଟକୁ ମାଡି ଆସି ଥିଲେ ବି ଧକ୍କା ହେବା ସମ୍ଭାବନା କମ୍ ରହି ଥିଲା । ହେଲେ ଏହାର ଗତି ଓ ସ୍ଥିତି କୁ ଦେଖି୍ ବିଶ୍ବ ବାସୀ ଙ୍କୁ ଚେତାବନି ଦେବାକୁ ବାଧ୍ୟ ହୋଇଛି ସ୍ପେସ ଏଜେନ୍ସି ନାସା ।

ପ୍ରତି 10 ଲକ୍ଷ ବର୍ଷ ରେ ଏଭଳି ଆଷ୍ଟ୍ରଏଡ୍ ଥରେ ଦେଖିବାକୁ ମିଳେ ବୋଲି କୁହା ଯାଉଛି । ଏ ବିଶ୍ବର ସୃଷ୍ଟି ବଡ ବିଚିତ୍ର । ଅନ୍ଃରିକ୍ଷରେ ପ୍ରତିଦିନ ଅଜବ ଅଜବ ଘଟଣା ଦେଖିବାକୁ ମିଳେ । ଅନେକ ଥ ମହାକାଶରେ ଘୂରି ବୁଲୁଥିବା କ୍ଷୁଦ୍ର ଗ୍ରହ ଗୁଡିକ ପୃଥିବୀ ପାଇଁ ବିପଦ ସୃଷ୍ଟି କରନ୍ତି । ଏମିତିକି ଅନେକ ଧୂମକେତୁ ପୃଥିବୀ ପୃଷ୍ଟରେ ମାଡ ହୋଇ କ୍ଷତି ପହଞ୍ଚାଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।