ହଟହଟା ହେଲେ ଜେଇ ମାଡାମ୍ ! ମାଡାମ୍ ଆନସର ଦିଅନ୍ତୁ ..କୁଆଡେ ଯାଉଛନ୍ତି ? ଦେଖନ୍ତୁ ଭିଡିଓ ହଟହଟା ହେଲେ ଜେଇ ମାଡାମ୍ ! ମାଡାମ୍ ଆନସର ଦିଅନ୍ତୁ ..କୁଆଡେ ଯାଉଛନ୍ତି ? ଦେଖନ୍ତୁ ଭିଡିଓ କେମିତି

ତେବେ ଏକ ସ୍ଥାନ ରେ ଦେଖିବାକୁ ମିଳିଛି ଯେ ଏକ କଲ୍ୟାଣ ମଣ୍ଡପ ର କାମ ଚାଲିଛି କିନ୍ତୁ ଦୁଇ ମାସ ହେଲାଣି ଛାତ ପଡ଼ିଲାଣି ଏପର୍ଯ୍ୟନ୍ତ କାମ ଆଗକୁ ବଢ଼ି ପାରୁ ନାହିଁ, ଏମିତି କି ଛାତ ରୁ ପାଣି ମଧ୍ୟ ଗଳୁଛି | ତେବେ ଏହାକୁ ନେଇ ଗାଁ ଲୋକ ମାନେ ଜେଇ ମ୍ୟାଡ଼ାମ ଙ୍କୁ ଅନେକ ପ୍ରଶ୍ନ ପଚାରି ଥିଲେ, ଯେମିତି କି କଲ୍ୟାଣ ମଣ୍ଡପ ର କାମ ଏପର୍ଯ୍ୟନ୍ତ ହୋଇ ନଥିଲା କାହିଁକି, ଦୁଇ ମାସ ପୂର୍ବରୁ ଛାତ ପଡିବା ପରେ ବି ପାଣି କାହିଁକି ଗଳୁଛି ଏବଂ ସରକାର ଦେଉ ଥିବା ପଇସା କୁଆଡେ ଯାଉଛି |

ଏମିତି ଅନେକ ପ୍ରଶ୍ନ ଜେଇ ମ୍ୟାଡ଼ାମ କୁ ଗାଁ ର ଲୋକ ମାନେ ପ୍ରଶ୍ନ କରି ଥିଲେ କିନ୍ତୁ ଜେଇ ମ୍ୟାଡ଼ାମ କୌଣସି ର ଉତ୍ତର ଦେଇ ନଥିଲେ ବରଂ ସିଧା ସିଧା ସେ ତାଙ୍କ ବାଟ ରେ ଚାଲି ଯାଉ ଥିଲେ |

ରବିବାର ଦିନ ମଧ୍ୟ କୌଣସି କାମ ହୁଏ ନାହିଁ ତେବେ ସରକାରୀ କର୍ମଚାରୀ ରବିବାର ଦିନ ଏଠାରେ କିପରି କାମ ଆରମ୍ଭ କରିଛନ୍ତି ବୋଲି ମଧ୍ୟ ଜେଇ ମ୍ୟାଡ଼ାମ ଙ୍କୁ ପ୍ରଶ୍ନ କରି ଥିଲେ | ଏହା ପରେ ଗାଁ ଲୋକ ତାଙ୍କୁ ଅଟକ ରଖି ପ୍ରଶ୍ନ ପଚାରିବାରୁ ସେ କାମ ଅଟକାଇବାର ଧମକ ଦେଇ ଥିଲେ ଓ ପୋଲିସ କୁ ଫୋନ କରି ମଧ୍ୟ ସମସ୍ତ ଙ୍କ ନାଁ ରେ ଏଫୟାର କରିବେ କହି ଧମକ ଦେଇ ସେଠାରୁ ଚାଲି ଯାଇ ଥିଲେ |


ତେବେ ସେହି ଗ୍ରାମ ଲୋକ ମାନଙ୍କ ଅଭିଯୋଗ ଅନୁଯାଇ ସେମାନେ ମିଡ଼ିଆ ସାମ୍ନା ରେ କହିଛନ୍ତି ଯେ, ଆଜି କୁ ପ୍ରାୟ ଦୁଇ ମାସ ରୁ ଅଧିକ ହେବ ଛାତ ପଡ଼ିଲାଣି କିନ୍ତୁ ଏବେ ଛାତରୁ ପାଣି ପଡୁଛି ଆଉ ଆମେ ଯେତେ ବେଳେ ଆସି ବିରୋଧ କଲୁ ସେତେବେଳେ ଆମକୁ ମାରିବାର ଧମକ ଦେଲେ | ତାପରେ ରବିବାର ଦିନ ଯେତେ ବେଳେ ଜେଇ ଆସି ପହଁଚିଲେ ସେତେବେଳେ ଆମେ ଜେଇ ଙ୍କୁ ପଚାରିଲୁ ଆଜି ରବିବାର ଏଠି କୌଣସି ସରକାରୀ କର୍ମଚାରୀ ତ ଉପସ୍ଥିତ ନାହାଁନ୍ତି ତେବେ କାହିଁକି କାମ ହେଉଛି |

କିନ୍ତୁ ଜେଇ ଏହାର କିଛି ବି ମତ ଦେଲେନି ଆଉ ରୋଡ଼ ଉପରେ ଠିଆ ହୋଇ କମ ବନ୍ଦ କର ବୋଲି କହି ଗଲେ କିନ୍ତୁ ଏପର୍ଯ୍ୟନ୍ତ କାମ ବନ୍ଦ ହୋଇ ନାହିଁ ଏବଂ କାମ ପାଇଁ ସରକାର ଯେଉଁ 5 ଲକ୍ଷ ଟଙ୍କା ଦେଇ ଥିଲା ସେଭଳି ଭାବରେ ମଧ୍ୟ କାର୍ଯ୍ୟ ହେଉ ନାହିଁ ବୋଲି ଗାଁ ର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି | ଅନ୍ୟ ପକ୍ଷରେ କୁହାଯାଇଛି ଯେ ଜେଇ ପ୍ରତିଦିନ ରବିବାର ରେ କାମ ଆସି ଦେଖନ୍ତି ଆଉ କାମ ମଧ୍ୟ ବହୁତ ଭଲ ଚାଲିଛି |

ମଝିରେ ପ୍ରବଳ ବର୍ଷା ଯୋଗୁଁ କାମ ବନ୍ଦ ହୋଇ ଥିଲା ଏବଂ କାମ ପାଇଁ ମିସ୍ତ୍ରୀ ମଧ୍ୟ ଦରକାର ତେଣୁ କାମ ବନ୍ଦ ଥିଲା ବୋଲି କୁହାଯାଇଛି | ତେବେ କିଏ ସତ କହୁଛି ଆଉ କିଏ ମିଛ କହୁଛି ଘଟଣା ର ତଦନ୍ତ ପରେ ହିଁ ଜଣା ପଡ଼ିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।