Dr Sunita Sahoo- ଝିଅମାନେ ଶୀତ ଋତୁରେ କେମିତି ବଢ଼ିବ ଓଜନ? ଜାଣନ୍ତୁ ଏହି ସଠିକ୍ ନିରାକରଣ ସମ୍ପର୍କରେ…

ବହୁତ ଲୋକ ଅଛନ୍ତି ଯେଉଁ ମାନେ ନିଜର ଓଜନ କୁ ନେଇ ବହୁତ ଚିନ୍ତା ରେ ଥାଆନ୍ତି କାରଣ ସେମାନଙ୍କ ଶରୀର ବହୁତ ପତଳା ଥାଏ | ତେବେ ଆମେ ଆଜି ଆପଣ ଙ୍କୁ ଜଣାଇବୁ ଆପଣ କିପରି ଓଜନ ବୃଦ୍ଧି କରି ପାରିବେ ଏବଂ ଆପଣ ଙ୍କର ଓଜନ ଠିକ ଅଛି ନାଁ ନାହିଁ, ତେବେ ଆସନ୍ତୁ ଏହି ସମ୍ପର୍କ ରେ ଜାଣିବା |

ଓଜନ ସଠିକ ଅଛି ବୋଲି କେମିତି ଜାଣିବେ :-

ଯଦି ଆପଣ ଙ୍କ ଉଚ୍ଚତା 5 ଫୁଟ ଅଛି ଅର୍ଥାତ 150 ସେଣ୍ଟିମିଟର ରହିଛି ତେବେ ଆପଣ ଙ୍କୁ ନିହାତି ଭାବରେ 50 ରୁ 55 କିଲୋ ରହିବା ଉଚିତ | ଆଉ ଯଦି ତା ଠାରୁ ଅଧିକ ଅଛନ୍ତି ତେବେ ଜାଣନ୍ତୁ ଆପଣ ଙ୍କର ଅଧିକ ଓଜନ ଅଛି | ତେବେ ଆଉ କିଛି ଅଛନ୍ତି ଯେଉଁ ମାନଙ୍କର ଉଚ୍ଚତା ଅନୁସାରେ ଓଜନ ନାହିଁ ଅର୍ଥାତ ବହୁତ ପତଳା ଅଛନ୍ତି, ତେବେ ତାଙ୍କର କେମିତି ଓଜନ ବଢିବ ସେହି ବିଷୟ ରେ ମଧ୍ୟ ଜାଣିବା |

କାହିଁକି ବଢୁନି ଓଜନ :-

ତେବେ ଓଜନ ବୃଦ୍ଧି ନ ହେବାର ମଧ୍ୟ ବହୁତ କାରଣ ରହିଥାଏ | ପ୍ରଥମ ହେଉଛି ଯଦି ଆପଣ ଙ୍କ ପରିବାର ରେ ତଥା ବାପା, ମା, ଜେଜେମା ଙ୍କର ଓଜନ ସେପରି ଥିବ ଅର୍ଥାତ ପତଳା ହୋଇ ଥିବେ ତେବେ ସେମିତି ହେବାର କାରଣ ଅଛି |

 

ଦ୍ୱିତୀୟ କାରଣ ହେଉଛି ଆପଣ ଙ୍କୁ ଯେତିକି କ୍ୟାଲୋରୀ ଦରକାର ଆପଣ ଯଦି ସେତିକି ନେଉ ନାହାଁନ୍ତି ତାହେଲେ ବି ଓଜନ ବହୁତ ହିଁ କମ ହେବ | ଖାଦ୍ୟ ରେ ଅନେକ ପ୍ରୋଟିନ ରହି ଥାଏ ଯଦି ଆପଣ ଭିଟାମିନ ଖାଦ୍ୟ ଖାଉ ନାହାଁନ୍ତି ତେବେ ଆପଣ ଙ୍କର ଓଜନ ବୃଦ୍ଧି ହେବ ନାହିଁ |

ତୃତୀୟ କାରଣ ହେଉଛି ଯେଉଁ ମାନଙ୍କର ଓଜନ ବହୁତ କମ ବା ପତଳା ସେମାନେ ଭାବନ୍ତି ମୁଁ ତ ବହୁତ ପତଳା ମୋର ଏକ୍ସସାଇଜ କରିବା କିଛି ଦରକାର ନାହିଁ | କିନ୍ତୁ ଓଜନ ବୃଦ୍ଧି କରିବାକୁ ଏକ୍ସସାଇଜ ମଧ୍ୟ ନିହାତି ଜରୁରୀ |

ଓଜନ ବୃଦ୍ଧି ପାଇଁ ପୋଷଣ :-

ତେବେ ଆମର ଯଦି ଓଜନ କମ ଅଛି ପ୍ରଥମେ ତ ଆମେ କ୍ୟାଲୋରୀ ଖାଦ୍ୟ ବଢାଇବା ଉଚିତ | ଜଣେ ଲୋକଙ୍କୁ ନିହାତି ଭାବରେ 25 କିଲୋ କ୍ୟାଲୋରୀ ଖାଇବା ଉଚିତ | ଏହା ସହିତ ଯେଉଁ ଖାଇବା ଖାଉଛନ୍ତି ସେଥିରେ ଆପଣ ଙ୍କୁ କ୍ୟାଲସିୟମ ବୃଦ୍ଧି କରିବାର ଅଛି, ସେସବୁ ଜିନିଷ ପ୍ରତି ଆପଣ ଧ୍ୟାନ ଦେବା ନିହାତି ଜରୁରୀ | ପ୍ରାୟ ଯେଉଁ ମାନେ ପତଳା ଥାଆନ୍ତି ସେମାନେ ବହୁତ କମ ଖାଇବା ଖାଆନ୍ତି, ଯଦି ଆପଣ ଦୁଇଟି ରୁଟି ନେଉଛନ୍ତି ତ ତାକୁ ବଢ଼ାଇ 3 ଟି ରୁଟି ଖାଇବା ଉଚିତ |

ଏହିପରି ଭାବରେ ସମସ୍ତ ଖାଇବା ଅଧିକ ଅଧିକ ଖାଇବା ଉଚିତ | ଓଜନ ବୃଦ୍ଧି କରିବା ପାଇଁ ଆପଣ କ୍ଷୀର, ଅଣ୍ଡା, ମାଛ, ମାଂସ ଓ ବିଭିନ୍ନ ପନିପରିବା ଆଦି ମଧ୍ୟ ଖାଇ ପାରିବେ | ତେବେ ବହୁତ ଲୋକ ଅଛନ୍ତି ଯେଉଁ ମାନେ ନିଜର ଓଜନ ବୃଦ୍ଧି କରିବା ପାଇଁ ବହୁତ ପ୍ରକାର ର ଫାଷ୍ଟଫୁଡ ଆଦି ଖାଇ ଦିଅନ୍ତି ଏବଂ ଭାବନ୍ତି ଯେ ଏହାକୁ କହିଲେ ସେମାନେ ତାଙ୍କ ଓଜନ ବୃଦ୍ଧି କରି ପାରିବେ | କିନ୍ତୁ ଏହାକୁ ଖାଇଲେ ମୋଟା ତ ଆପଣ ହେବେ କିନ୍ତୁ ଏଥିରେ କୌଣସି ଭିଟାମିନ ନଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।