ଦେଖନ୍ତୁ viralଭିଡିଓ ଘର ତଳେ ଅଛି ମାଉଜର ! ଖୋଳି ଚାଲିଛି ପୋଲିସ୍

ରାଜଧାନୀ ରେ ଆତଙ୍କ ଖେଳାଇ ଥିବା କ୍ୟାବିଏନ ଗ୍ରୁପ ର ସଦସ୍ୟ ଙ୍କ ଉପରେ ପୋଲିସ ର ଆକ୍ସନ ବର୍ତ୍ତମାନ ସିଧାସଳଖ ରହିଛି | ତେବେ ଏହି କେବିଏନ ସଦସ୍ୟ ଙ୍କର ପୋଲିସ ଏକ 29 ତାଲିକା ପ୍ରସ୍ତୁତି କରିଛି | ଯେଉଁ କେବିଏନ ଗ୍ରୁପ 29 ଙ୍କ ବିରୁଦ୍ଧରେ ଏତଲା କରା ଯାଇଛି ପୋଲିସ ଏବେ ସେହି ଜଣ ଜଣଙ୍କୁ ଖୋଜିବାରେ ଲାଗି ଯାଇଛି | ବର୍ତ୍ତମାନ 7 ଜଣ ପୋଲିସ କବଜା ରେ ଆସି ଥିବା ବେଳେ ଆଉ କିଛି ଅପରାଧ ଅଛନ୍ତି ଯେଉଁ ମାନେ କି ଫେରାର ଅଛନ୍ତି ଏବଂ ତାଙ୍କୁ ଧରିବା ପାଇଁ ଏବେ ଜୋରଦାର ଉଦ୍ୟମ ଚାଲିଛି |

ତେବେ ଜଣେ ଫେରାର ଅପରାଧୀ ଯିଏକି ହେଉଛନ୍ତି ରାଜେଶ ବେହେରା ତାକୁ ବର୍ତ୍ତମାନ ଧରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି | ବର୍ତ୍ତମାନ ପୋଲିସ ସେହି କେବିଏନ ଗ୍ରୁପ କୁ ଏକ ବଡ଼ ସବକ ଦେବା ପାଇଁ ଚାହିଁଛି |

ଯେଭଳି ଭାବରେ ସେମାନେ କେତେ ବେଳେ ବ୍ଲାଙ୍କ ଫାଇରିଙ୍ଗ ତ କେତେ ବେଳେ ପୁଣି ନବାବ ଷ୍ଟାଇଲ ରେ ଚାଲୁଛନ୍ତି | ଏପରିକି ଶୂନଶାନ ରାତିରେ ସୈତାନ ଗିରି ର ଭାଇରାଲ ଭିଡ଼ିଓ ଦେଖିବା ପାଇଁ ମିଳୁଛି | ତେବେ ଏମାନେ ହେଉଛନ୍ତି ଜଣେ ଜଣେ କ୍ରିମିନାଲ ଯାହାଙ୍କ ଗ୍ୟାଙ୍ଗ ର ନାଁ ରହିଛି କ୍ୟାବିଏନ ଅର୍ଥାତ କୋଇ ଭାଇ ନେହିଁ |

 ଗତ 21 ତାରିଖ ଦିନ ମଧ୍ୟ ସିଆରପି ଛକ ରେ ଜଣେ ଯୁବକ ଙ୍କୁ ଆକ୍ରମଣ ପରେ ସାମ୍ନା କୁ ଆସିଛି ଏହି ଗ୍ୟାଙ୍ଗ, ଯାହାର ମୁଖ୍ୟ ହେଉଛନ୍ତି ବୁବୁ ଜେନା ଓ ପାପୁନି | ତେବେ ଏଭଳି ଭାବରେ କଲେ ଆଗାମୀ ଜୀବପିଢ଼ି ଙ୍କ ଉପରେ ଯେ କି ପ୍ରଭାବ ପଡ଼ିବ ଏବଂ ବହୁତ ଭାବରେ ରାଜ୍ୟରେ କୁ ପ୍ରଭାବ ପକାଇବ ଏହା ସହିତ ଲୋକଙ୍କୁ ମାନଙ୍କ ମନ ରେ ଏକ ଭୟ ର ବାତାବରଣ ସୃଷ୍ଟି କରୁଛନ୍ତି |

ତେବେ ପୋଲିସ ବର୍ତ୍ତମାନ ସେହି ଗ୍ୟାଙ୍ଗ ର ରାଜେଶ ବେହେରା ଘର କୁ ଆସି ଖୋଜା ଖୋଜି ରେ ଲାଗି ପଡିଛନ୍ତି | ସେ ତା ଘରେ ନିହାତି ଭାବରେ କିଛି ବନ୍ଧୁକ, ଖଣ୍ଡା ଆଦି ଲୁଚାଇ ରଖିଛି ଯାହାକୁ ପୋଲିସ ଖୋଜିବାରେ ଲାଗିଛି | ଏମିତି କି ରାଜେଶ ଘର ର ଚଟାଣ କୁ ମଧ୍ୟ ପୋଲିସ ଖୋଳିଛି କାଳେ ସେଠାରୁ ମଧ୍ୟ କୌଣସି ପ୍ରକାର ର ଜିନିଷ ମିଳି ଯିବ ବୋଲି ପୋଲିସ ସନ୍ଦେହ କରିଛି |

ତେବେ ସେମାନେ ଯେଉଁ ଭଳି ଭାବରେ ଲୋକ ମାନଙ୍କ ମନ ରେ ଏକ ଭୟ ର ବାତାବରଣ ସୃଷ୍ଟି କରିଛନ୍ତି ତାହା ପୋଲିସ ପାଇଁ ବହୁତ ଅଡୁଆ ର ପରିସ୍ଥିତି ଉପୁଜି ଥିଲା | କାରଣ ସହର ରେ ମାଳ ମାଳ ପୋଲିସ ଥିବା ବେଳେ ଏମାନେ କିପରି ଏଭଳି ଭାବରେ ଭିଡ଼ିଓ କରି ତାକୁ ଭାଇରାଲ କରୁଛନ୍ତି ତାହା ଏବେ ପୋଲିସ ପାଇଁ ବହୁତ ଚିନ୍ତା ର ବିଷୟ ପାଲଟି ଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।