ଦେଖନ୍ତୁ ଏହି viral ଭିଡିଓ ! ଉଠ୍ ଧନ ଉଠ୍ ଧନରେ ମୁଁ ଥାଉ ଥାଉ ତୁ ଚାଲିଗଲୁ’ ପୁରା ଭି଼ଡିଓ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ….

ଉଠ ଧନ ଉଠ୍ ।ମୁଁ ଡାକୁଛି । ତୋ ସୁନା ଡାକୁଛି ।ଉଠୁନୁ , ତୁମକୁ ମୋ ଡାକ ଶୁଭୁନି ,ଆରେ ତୋମେ ପରା କହିଥିଲ , ଆମର ଦୁଇଟି ପିଲା ଜନ୍ମ ହେଲେ ତୁମର ଗୋଟିଏ , ମୋର ଗୋଟିଏ । ତୋମେ କ ଣ ଭୁଲି ଗଲ ।ଏମିତି କିଛି କହି ସ୍ତ୍ରୀ କୁ ଧରି ଜୋର ରେ କାନ୍ଦୁଛି ସ୍ୱାମୀ ।ହେଲେ ବିଧିର ବିଧାନ ସ୍ୱାମୀ ଙ୍କୁ ଛାଡି ସ୍ତ୍ରୀ ଆର ପାରିରେ ।ସ୍ତ୍ରୀ ର ମୃତ ଦେହକୁ ଧରି ଏଭଳି ବାହୁନି ବାହୁନି କାନ୍ଦୁଛି ସ୍ୱାମୀ ।ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ପଞ୍ଚାୟତ ସୁନାରୀ ଗାଁ ରେ ।ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି ।ମହିଳା ଜଣକ ର ବୟସ 21 ବର୍ଷ ହୋଇଥିବା ବେଳେ ତାଙ୍କ ମୃତ୍ୟୁ ରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।

ତେବେ ସୂଚନା ଅନୁସାରେ , ଗର୍ଭବତୀ ମହିଳା ଜଣଙ୍କ ଡେଲିଭରି ସମୟ ହେବାରୁ ଏବଂ ଯନ୍ତ୍ରଣା ହେବାରୁ ସେ ତାଙ୍କ ସ୍ୱାମୀ ଙ୍କୁ କହିଥିଲେ ।ତାଙ୍କ ସ୍ୱାମୀ ଏହା ଶୁଣି ସେ ତାଙ୍କ ମାଆ ଙ୍କୁ ଏ ବିଷୟରେ ଜଣାଇଥିଲେ ଏବଂ ମେଡିକାଲ୍ ନେବା ପାଇଁ ମଧ୍ୟ ଆମ୍ବୁଲାନ୍ସ କୁ ଡାକିଥିଲେ ।

ତା ପରେ ଆମ୍ବୁଲାନ୍ସ ସାହାଯ୍ୟରେ ଗର୍ଭବତୀ ମହିଳା , ତାଙ୍କର ସେଠାକାର ଆଶା ଓ ତାଙ୍କର ସ୍ୱାମୀ ସମସ୍ତେ ମେଡିକାଲ୍ ଯାଇଥିଲେ । କିନ୍ତୁ ବିଧିର ବିଧାନ ଅଲଗା ଥିଲା । ହସପିଟାଲ୍ ପହଞ୍ଚିଲା ବେଳକୁ ଡାକ୍ତର ତାଙ୍କୁ ଦେଖିବା ପରେ ସେତେବେଳକୁ ସିଏ ଆଖୁ ବୁଜି ଦେଇଥିଲେ ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତାଙ୍କ ସ୍ୱାମୀ ସ୍ତ୍ରୀ କୁ ହରାଇବା ପରେ କାନ୍ଦି କାନ୍ଦି ଆଖି ରୁ ଲୁହ ଶୁଖି ଗଲାଣି ।ଆଉ କିଛି ସମୟ ପରେ ତାଙ୍କର ସ୍ତ୍ରୀ ଦୁଇଟି ପିଲାଙ୍କୁ ଜନ୍ମ ଦେଇଥାନ୍ତା ।କିନ୍ତୁ ଦୁଃଖର ଓ ପରିତାପର ବିଷୟ ଯେ, ସେମାନେ ବି ଦୁନିଆ ଦେଖିବା ଆଗରୁ ସେମାନଙ୍କ ଜୀବନ ଚାଲି ଯାଇଛି ।ମହିଳା ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଆମ୍ହୁଲାନ୍ସ ଡକାଉ ମେଡିକାଲ କୁ ଆଣିବା ବାଟରେ ତାଙ୍କର ଜୀବନ ଚାଲି ଯାଇଛି ।

ତେବେ ମଣିଷ ଜୀବନ ଏଇ ଅଛି ଏଇ ନାହିଁ । କେତେବେଳେ ଯେ କଣ ହେବ ତାହା କହି ହେବ ନାହିଁ ।ମହିଳା ଜଣଙ୍କ ପେଟ ରେ ଯନ୍ତ୍ରଣା ଅନୁଭବ କରିବାରୁ ଆମ୍ବୁଲାନ୍ସ ଡକାଇ ମେଡିକାଲ ଆଣିବା ବାଟ ରେ ତାଙ୍କର ଜୀବନ ଚାଲି ଯାଇଛି | ତାଙ୍କର ସ୍ୱାମୀ ସ୍ତ୍ରୀ କୁ ହରାଇବା ପରେ କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖି ଗଲାଣି, ଆଉ କିଛି ସମୟ ପରେ ତାଙ୍କର ସ୍ତ୍ରୀ ଦୁଇଟି ପିଲା କୁ ଜନ୍ମ ଦେଇଥାନ୍ତେ କିନ୍ତୁ ସେମାନେ ଵି ଦୁନିଆଁ ଦେଖିବା ପୂର୍ବରୁ ତାଙ୍କ ଜୀବନ ଚାଲି ଯାଇଛି |