ଦେଖନ୍ତୁ Live ଭିଡ଼ିଓ- ବାହାରେ ଲାଗିଥିଲା କନସଲଟାନ୍ସି ସେଣ୍ଟରର ବୋର୍ଡ। ଭିତରେ କିନ୍ତୁ ଚାଲିଥିଲା ପଲଙ୍କ ସେବା…ପୁରା କାରନାମା ଦେଖିଲେ ଆପଣ ବି ହେବେ ଚକିତ

ଆଜି କାଲି ର ଦୁନିଆଁ ଏତେ ମାତ୍ରା ରେ କଳୁଷିତ ହୋଇ ଗଲାଣି ଯେ ଯାହା ସ୍ୱପ୍ନ ରେ ମଧ୍ୟ ଭାବି ହେବ ନାହିଁ | କାରଣ ଦିନକୁ ଦିନ ଏତେ ନିନ୍ଦନୀୟ କାର୍ଯ୍ୟ ଶୁଣିବାକୁ ମିଳୁଛି ଯେ ମଣିଷ ଉପରେ ଏକ ବିଶ୍ୱାସ ହଟି ଯାଉଛି | ଲୋକ ମାନେ ଯେତେ ବେଳେ ପାଠ ପଢା ସାରନ୍ତି ସେତେ ବେଳେ ସେମାନେ ଏକ ଚାକିରୀ ପାଇଁ ଏଣେ ତେଣେ ଘୁରି ବୁଲନ୍ତି | କିନ୍ତୁ ଆଜି ର ସମାଜ ଏମିତି ହେଲାଣି ଯେ ଚାକିରୀ ର ପ୍ରଲୋଭନ ଦେଖାଇ ଯୁବତୀ ଙ୍କ ସହ ଖରାପ ବ୍ୟବହାର କରିବା ପାଇଁ ମଧ୍ୟ ପଛାଉ ନାହାଁନ୍ତି |

ଆଜି କାଲି ଚାକିରୀ ଦେବା ନାଁ ରେ ମଧ୍ୟ ଏଭଳି ନିନ୍ଦନୀୟ କାର୍ଯ୍ୟ କରିବା ଆରମ୍ଭ କରି ଦେଲେଣି | ତେବେ ସେଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ |

ବାହାରେ କନ୍ସଲଟାନ୍ସୀ ଭିତରେ ସେକ୍ସ ରାକେଟ, କନ୍ସଲଟାନ୍ସୀ ସେଣ୍ଟର ର ବୋର୍ଡ ଲଗାଇ ଭିନ୍ନ କାରବାର ଭିତରେ ଚାଲୁ ଥିଲା | ସେଠାକାର ନିୟୋଜିତ ମାନେ ଝିଅ ମାନଙ୍କୁ ଚାକିରୀ ଦେବା ନାଁ ରେ ଏହି ସବୁ କାମ କରୁ ଥିଲେ | ତେବେ ସେଠାରୁ ଜଣେ ଯୁବତୀ ଖସି ଆସି ଥାନା ରେ ଅଭିଯୋଗ କରିବା ପରେ ପୁରା ଘଟଣା ର ଫର୍ଦାଫାଶ ହୋଇ ଥିଲା |

ଏହା ପରେ ପୋଲିସ ଘଟଣା ସ୍ଥଳ କୁ ଆସି ମାଲିକ ଙ୍କୁ ଗିରଫ କରିବା ପରେ ଆଉ 4 ଜଣ ଯୁବତୀ ଙ୍କୁ ସେଠାରୁ ଉଦ୍ଧାର କରି ଥିଲା | ତେବେ ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ର ଜନ ଗହଳି ପୂର୍ଣ୍ଣ ମଞ୍ଚେଶ୍ୱର ସତ୍ୟବିହାର ଅଞ୍ଚଳ ରେ |

ପୋଲିସ ଏବେ କୌଣସି ସୁରାଗ ପାଇ ନଥିବା ବେଳେ ଜଣେ ଯୁବତୀ ଙ୍କ ଅଭିଯୋଗ ରେ ପୋଲିସ ଆକ୍ସନ ମୋଡ଼ କୁ ଆସି ଥିଲା | ଆଉ ତାପରେ ପୋଲିସ ସେହି ସେଣ୍ଟର ର ମାଲିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଙ୍କୁ ଗିରଫ କରି ଥିବା ବେଳେ 4 ଜଣ ଯୁବତୀ ଙ୍କୁ ଉଦ୍ଧାର ମଧ୍ୟ କରିଛି |

ତେବେ ଯାହା ସୂଚନା ମିଳିଛି ଯେ ଚାକିରୀ ର ପ୍ରଲୋଭନ ଦେଖାଇ ମଞ୍ଚେଶ୍ୱର ସତ୍ୟବିହାର ଅଞ୍ଚଳ ର ଏକ କନ୍ସଲଟାନ୍ସୀ ସେଣ୍ଟର ରେ ଯୁବତୀ ମାନଙ୍କୁ ଭର୍ତ୍ତି କରାଯାଉ ଥିଲା | ଯେଉଁଠିକି ଯିବା ପରେ ଯୁବତୀ ମାନଙ୍କୁ ଜୋର ଜବରଦସ୍ତି ସେକ୍ସ ରାକେଟ ରେ ଭର୍ତ୍ତି କରା ଯାଉଥିଲା |

ଦୀର୍ଘ ଦିନ ହେଲା ଉକ୍ତ ସେଣ୍ଟର ରେ କାରବାର ଚାଲି ଥିବା ବେଳେ ପୋଲିସ କିପରି କିଛି ସୂଚନା ପାଇ ପାରୁ ନଥିଲା ତାହା ଏବେ ପ୍ରଶ୍ନ ଉଠିଛି | ତେବେ ଯୁବତୀ ଜଣଙ୍କ ଅଭିଯୋଗ କରିବା ପରେ ହିଁ ଏହାର ଖୁଲାସା ହୋଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।