Special Story – ଭାରତ ଛାଡି ଲଣ୍ଡନରେ ରହିବେ ଅମ୍ବାନୀଙ୍କ ପରିବାର…ଜାଣନ୍ତୁ ଏହାର ସତ୍ୟତା ସମ୍ପର୍କରେ

ଆଉ ଭଲ ଲାଗୁ ନାହିଁ ଭାରତ, ଦେଶ ଛାଡିବାକୁ ଭାରି ମନ, ମୁମ୍ବାଇ ଛାଡି ଲଣ୍ଡନ ରେ ରହିବାକୁ ଚାହୁଁଛନ୍ତି କି ଅମ୍ବାନୀ ଙ୍କ ପରିବାର | ତେବେ ଚଳିତ ବର୍ଷ ଅମ୍ବାନୀ ଙ୍କ ପରିବାର ଦୀପାବଳି ପାଳନ କରିବା ପରେ ଏମିତି ଚର୍ଚ୍ଚା ଖୁବ ଜୋର ଧରିଛି | ଆସନ୍ତା ବର୍ଷ ଏପ୍ରିଲ ମାସ ରେ ମୁକେଶ ଅମ୍ବାନୀ ଙ୍କ ପରିବାର ଲଣ୍ଡନ ରେ ରହିବାକୁ ନେଇ ଯୋଜନା କରି ଥିବାର ସୂଚନା ମିଳିଛି | ତେବେ ସୂଚନା ଅନୁଯାଇ, ଲଣ୍ଡନ ର ବକିଂ ହନ ଷ୍ଟୋର ପାର୍କ ରେ ଏକ ବଙ୍ଗଳା କିଣିଛନ୍ତି ରିଲିଆନ୍ସ ଇଣ୍ଡଷ୍ଟ୍ରି ର ମାଲିକ ତଥା ଭାରତ ର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ | 301 ପରିମିତି ରେ ଥିବା ଏହି ବଙ୍ଗଳା ର ମୂଲ୍ୟ ପ୍ରାୟ 5 ଶହ 92 କୋଟି ଟଙ୍କା |

ତେବେ ଲଣ୍ଡନ ର ଏହି ବଙ୍ଗଳା ରେ 49 ଟି ବେଡ଼ ରୁମ ଗୋଟିଏ ଛୋଟ କାଟିଆ ହସ୍ପିଟାଲ ମଧ୍ୟ ରହିଛି | ଆଉ ବଙ୍ଗଳା ର ବାହାରେ ରହିଛି ପାର୍କ, ପଡିଆ, ଏକ ଛୋଟ ଜଳାଶୟ |

ମୁକେଶ କିଣି ଥିବା ଏହି ବଙ୍ଗଳା ଟି ଦିନେ ଜେମ୍ସ ବନ ଙ୍କ ହଲିଓଡ଼ ଫିଲ୍ମ ରେ ମଧ୍ୟ ସ୍ଥାନ ପାଇ ସାରିଛି | ଚଳିତ ଦୀପାବଳି ରେ ଅମ୍ବାନୀ ପରିବାର ଏହି ନୂଆ ଘରେ ହିଁ ଦୀପାବଳି ପାଳନ କରିଛନ୍ତି | ଆସନ୍ତା ବର୍ଷ ଏପ୍ରିଲ ରେ ସେମାନେ ଲଣ୍ଡନ ଯିବାର ଯୋଜନା କରିଛନ୍ତି, ଲକଡାଉନ ସମୟ ରେ ସେମାନେ ମୁମ୍ବାଇ ର ଆଣ୍ଟିଲିଆ ଘରେ ରହି ମୁକେଶ ଙ୍କ ପରିବାର ଦିନ କାଟି ଥିଲେ |


ଆଣ୍ଟିଲିଆ ଏକ ବିଶାଳ ଘର ହେଲେ ମଧ୍ୟ ଏଠାରେ ପ୍ରାକୃତିକ ପରିବେଶ ନାହିଁ, ଏଣୁ ଅମ୍ବାନୀ ଏକ ନୂଆ ଘର କିଣିବା ଚିନ୍ତା କରି ଲଣ୍ଡନ ରେ ଘର କିଣି ଥିବା ବାଧ୍ୟ ହୋଇ ଥିବା ମିଡ଼ ଡେ ରେ ପ୍ରକାଶିତ ରିପୋର୍ଟ ରେ ଦର୍ଶା ଯାଇଛି |

ଭାରତ ଛାଡି ବ୍ରିଟେନ ରେ ରହିବା ଖବର ପ୍ରସାରିତ ହେବା ପରେ ସ୍ପଷ୍ଟୀକରଣ ରଖିବା ପାଇଁ ବାଧ୍ୟ ହୋଇଛି ରିଲିଆନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ | ଅମ୍ବାନୀ ପରିବାର ଲଣ୍ଡନ ରେ ରହିବା ନେଇ ପ୍ରକାଶିତ ଖବର ରେ କୌଣସି ସତ୍ୟାସତ୍ୟ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହା ଯାଇଛି |

ଏମିତି କି ରିଲିଆନ୍ସ ଇଣ୍ଡଷ୍ଟ୍ରି ର ଚେୟାରମ୍ୟାନ ମୁକେଶ ଅମ୍ବାନୀ କିମ୍ୱା ତାଙ୍କ ପରିବାର ବିଶ୍ୱ ର ଅନ୍ୟ କୌଣସି ସ୍ଥାନ ରେ ରହିବାକୁ ଯୋଜନା କରି ନାହାଁନ୍ତି | ଲଣ୍ଡନ ର ଏହି ଅହିତ୍ୟିକ ସମ୍ପତି କୁ ଏକ ପ୍ରମୁଖ ଗୋଲଡ ଗିଲଡ ଏବଂ ସ୍ପଟିଙ୍ଗ ରିପୋର୍ଟ ର ରୂପ ଦିଆ ଯିବା ନେଇ ଯୋଜନା ରହିଛି ବୋଲି କୁହା ଯାଉଛି |

ତେବେ ଲଣ୍ଡନ ର ଏହି ଘର ଟି ମୁକେଶ ଙ୍କର ଦ୍ୱିତୀୟ ଘର ବୋଲି ଖୁବ ଜୋର ରେ ଚର୍ଚ୍ଚା ରହିଛି ବେଳେ ଅମ୍ବାନୀ ଙ୍କ ବାରମ୍ବାର ବିଦେଶ ଯାତ୍ରା କୁ ନେଇ କମ୍ପାନୀ ପକ୍ଷରୁ କିଛି କୁହା ଯାଇ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।