ଦେଖନ୍ତୁ VIRAL ଭିଡିଓ ..ବସି ରହିଛି 5 ଶହ ବର୍ଷର ଶବ…ବିଶ୍ବାସ ନହେଲେ ବି ସତ ଜାଣନ୍ତୁ ପୁରା ରହସ୍ୟ….

ଏହି ଦେବ ଭୂମି ଭାରତ ରେ ଏପରି ଏମିତି ଅନେକ ରହସ୍ୟ ଲୁଚି ରହିଛି ଯାହା ସମସ୍ତ ଙ୍କୁ ଅଜଣା | ଏମିତି ଏକ ଜାଗା ରେ ଲୁଚି ରହିଛି ଜଣେ ବୃଦ୍ଧ ସନ୍ୟାସୀ ଙ୍କ ମମି ବା ମୃତ ଦେହ ଯାହା ପ୍ରାୟ 500 ବର୍ଷ ର ପୁରୁଣା | ହେଲେ ଏବେ ମଧ୍ୟ ଦେଖିଲେ ଲାଗେ ଯେ ଯେପରି ଧ୍ୟାନ ରେ ସେହି ସନ୍ୟାସୀ ଜଣଙ୍କ ବସିଛନ୍ତି | ଆଶ୍ଚର୍ଯ୍ୟ ର କଥା ହେଉଛି ଏହି ମୃତ ଦେହ କୁ କୌଣସି କେମିକାଲ ଦ୍ୱାରା ସଂଗ୍ରକ୍ଷିତ କରି ରଖା ଯାଇ ନାହିଁ କେବଳ ଗୋଟିଏ କାଚ ଘର ଭିତରେ ବୌଦ୍ଧ ସନ୍ୟାସୀ ସାଙ୍ଗଘତେନ ଙ୍କ ମମି ରହିଛି |

ହିମାଚଳ ପ୍ରଦେଶ ର ହିମାଳୟ ପର୍ବତ ଅଞ୍ଚଳ ର ଠିକ ଦିପଦ ସୀମା ରୁ ମାତ୍ର 9 କିଲୋମିଟର ଦୂର ରେ ଥିବା ସ୍ପିଟି ଉପତ୍ୟକା ରେ ଏକ ଛୋଟିଆ ଗାଁ ରହିଛି ଯାହାର ନାଁ ହେଉଛି କୁଏ, ଯେଉଁଠାରେ କି ଏହି ଦୃଶ୍ୟ ଦେଖିବା ପାଇଁ ମିଳିଛି |

କେବଳ ଦେହ ଭିତରେ ସିନା ମାଂସ ନାହିଁ କିନ୍ତୁ ହାଡ଼ ଉପରେ ଥିବା ଚମଡା ସେପରି ଅକ୍ଷୁର୍ଣ୍ଣ ହୋଇ ରହିଛି ଓ ଯାହା କଳା ପଡି ଯାଇଛି ଏବଂ ମୁଣ୍ଡ ରେ ଥିବା ବାଳ ଓ ନଖ ମଧ୍ୟ ଅତୁଟ ରହିଛିଏହା ସହିତ ପୁଣି ଦୁଇ ଓଠ ଭିତରୁ ତାଙ୍କ ଦାନ୍ତ ମଧ୍ୟ ଦେଖା ଯାଉଛି |

ତେବେ ଏହାକୁ ଦେଖି ବୈଜ୍ଞାନିକ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ କିପରି ବିନା ରାସାୟନିକ ପଦାର୍ଥ ରେ ଏହି ମୃତ ଦେହ ଏତେ ଦିନ କେମିତି ଅକ୍ଷୁର୍ଣ୍ଣ ହୋଇ ରହିଛି | 1975 ମସିହା ରେ ଭୂମିକମ୍ପ ଯୋଗୁଁ ଏଠାରେ କ୍ଷତି ଘଟି ଥିଲା, ଏହି ସମୟ ରେ ଏହି ମୃତ ଦେହ ସାମାନ୍ୟ କ୍ଷତିଗ୍ରସ୍ତ ହୋଇ ଥିଲା |

 ତେବେ ସେହି ସମୟ ରେ ହିଁ ଏହି ମମି ଆବିଷ୍କାର ହୋଇ ଥିଲା, ସେବେ ଠାରୁ ଏକ ଗୋଟିକିଆ କଂକ୍ରିଟ ରେ ଏହି ମୃତ ଦେହ କୁ କାଚ ଘର ଭିତରେ ରଖାଯାଇଛି | ଅବଶ୍ୟ ଏହା ପାଖରେ ଏକ ସୁଦୃଶ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି, କିନ୍ତୁ ଏହା ଏବେ ଏକ ପର୍ଯ୍ୟଟନ ସ୍ଥଳୀ ପାଲଟି ଯାଇଛି |

ବୈଜ୍ଞାନିକ ମାନଙ୍କ ମତରେ ସେତେବେଳେ ବୌଦ୍ଧ ସନ୍ୟାସୀ ମାନେ ମୁଖ୍ୟ ପ୍ରାପ୍ତି ନିମନ୍ତେ ଉପବାସ ରେ ରହୁ ଥିଲେ ଏବେ ମୃତ୍ୟୁ ପର୍ଯ୍ୟନ୍ତ ଏହି ଉପବାସ ଜାରି ରହୁ ଥିଲା | ଏହି ସମୟ ରେ ସେମାନେ ଏକ ଗଛ ର ପତ୍ର, ଚେର ଓ କୋଳି ଆଦି ଖାଉ ଥିଲେ ଯାହା ସେମାନଙ୍କ ଦେହ ରେ ଥିବା ଫ୍ୟାଟ ଅଂଶ କୁ କମାଇ ଦେଉ ଥିଲା |

ଅନ୍ୟ ପଟେ ଏହି ଚେର ଓ ଗଛ ଆଦିରେ ରହିଥିବା ଔଷଧୀୟ ଗୁଣ ଯୋଗୁଁ ମୃତ୍ୟୁ ପରେ ମଧ୍ୟ ସେମାନଙ୍କ ଶରୀର ରେ ପୋକ ଜୋକ ଲାଗୁ ନଥିଲେ, ଠିକ ସେହିଭଳି ଭାବେ ଏହି ମୃତ ଦେହ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି ବୋଲି କୁହାଯାଇଛି | ଆଣ୍ଠୁ ଉପରେ ନିଜର ମୁହଁ ରଖି ବସିବା ମୁଦ୍ରା ରେ ତାଙ୍କର ମୃତ ଦେହ ଥିଲା, ଲାଗୁଛି ସେହି ଅବସ୍ଥା ରେ ହିଁ ତାଙ୍କର ମୃତ୍ୟୁ ହୋଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।