ଦେଖନ୍ତୁ ଦେଖନ୍ତୁ Exclusive ଭିଡ଼ିଓ.. ! ମୋତେ ଛାଡ ,ମୁଁ କିରୋସିନି ଢାଳି ହୋଇ ମରିବି….

ଜୀଵନ ଅଛି ତ ଦୁଃଖ ସୁଖ ରହିବ ଏବଂ ହାର ଜିତ ରହିବ। ତେବେ ଏହାର ଅର୍ଥ ଏହା ମଧ୍ୟ ନୁହେଁ କି ଆପଣ ଥରେ ହାରି ଗଲେ ତ ,ସବୁ କିଛି ହାରିଯାଇଛନ୍ତି ବୋଲି ମନେ କରି ନିଜକୁ ହରାଇ ଦେବ ।ତେବେ ଆଜି କାଲିର ଯୁବ ଗୋଷ୍ଠୀ ଙ୍କର ଆତ୍ମହତ୍ୟା ଘଟଣା ଅଧିକ ରୁ ଅଧିକ ଦେଖିବାକୁ ମିଳୁଛି।ତେବେ କୌଣସି ସମସ୍ୟା ଆସିଲେ ତାହାକୁ ଧୌର୍ଯ୍ୟ ର ସହ ସାମ୍ନା ନକରି ଆତ୍ମହତ୍ୟା କରିଛନ୍ତି ଏହି ଶିକ୍ଷିତ ତଥା ଆଧୁନିକ ଛାତ୍ର ସମାଜ । ଏହିଭଳି ଏକ ଅତ୍ୟନ୍ତ ଅଭାଵନୀୟ ତଥା ଦୁଃଖଦ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ପାରାଦ୍ବୀପ ରେ ।

କେବେ କେବେ ସୋସିଆଲ ମିଡ଼ିଆ ରେ କିଛି ଏପରି କଥା ସାମ୍ନା କୁ ଆସିଥାଏ ଯାହା ଆପଣ ଆଗକୁ କେବେ ବି ଦେଖି ନଥିବେ କି ଜାଣି ନଥିବେ ଏବଂ ଏହାକୁ ବିଶ୍ୱାସ କରିବା ସହଜ ନୁହେଁ ।

କିଛି ଲୋକ ଅଛନ୍ତି ଯେଉଂମାନେ ଦୁଃଖକଷ୍ଟ ଆସିଲେ ତାର ସାମ୍ନା କରି ଆଗକୁ ବଢିଚାଲନ୍ତି କିନ୍ତୁ ଆଉ କିଛି ଏମିତି ଲୋକ ଅଛନ୍ତି ଯେଉଂମାନେ ଏଭଳି ଦୁଃଖ କଷ୍ଟରେ ଚାପରେ ପଡି ଯାଆନ୍ତି ଏବଂ ନିଜର ଭାରସାମ୍ୟ ହରାଇ ବସି ଏଭଳି କିଛି କାଣ୍ଡ କରିଥାନ୍ତି ଯାହାର ଦୁଃଖ ସମସ୍ତଙ୍କୁ ସହିବାକୁ ପଡିଥାଏ । ଆଉ ଏଭଳି କରିବା ଦ୍ବାରା କେବଳ ନିଜ ଲୋକମାନେ ହିଁ ଅଧିକ କଷ୍ଟ ପାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇଣବୁ ଯାହା ଜାଣିବା ପରେ ଆପଣ ପୂରା ଆଶ୍ଚର୍ଯ୍ୟ ହୋଇ ଯିବେ । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ପାରାଦ୍ବୀପ ଲକ୍ ଥାନା ସାମ୍ନାରେ ଜଣେ ଦିବ୍ୟାଙ୍ଗ ଯୁବକ ଦେହେର କିରୋସିନ ଢାଳି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ଆସି ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଦିବ୍ୟାଙ୍ଗ ଯୁବକ ଜଣଙ୍କ ପୋଲିସ୍ ର କଥାକୁ ମାନୁ ନାହାଁନ୍ତି ଏବଂ ବାରମ୍ବାର କହୁଛନ୍ତି ମୁଁ ମରିବାକୁ ଚାହୁଁଛି ସାର୍, ମୁଁ ମରିବାକୁ ଚାହୁଁଛି ସାର୍ ।

ହେଲେ 4 ଜଣ ପୋଲିସ୍ କର୍ମଚାରୀ ତାଙ୍କୁ ବାରମ୍ବାର ଅଟକାଇବା ପରେ ତାଙ୍କ ଠାରୁ କିରୋସିନ୍ ଡବା ଏବଂ ଦିଆସିଲି ନେଇ ଯାଇଥିଲେ । ଏହାପରେ ବି ସେ ନମାନିବାରୁ ଶେଷରେ ସେ ଚାଲିପାରୁନଥିବାରୁ ତାଙ୍କୁ ଟେକି ନେଇ ଯାଇଥିଲେ ଥାନା ଭିତରକୁ ।

ସୂଚନା ଅନୁସାରେ ଦିବ୍ୟାଙ୍ଗ ଯୁବକ ଜଣଙ୍କର ଜମିବାଡି ନେଇ କୌଣସି ସମସ୍ୟା ହୋଇଥିଲା ଏବଂ ସେ ଏଥିପାଇଁ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ୍ କିଛି ବି ଶୁଣୁନଥିବାରୁ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିବା ପାଇଁ ଯାଉଥିଲେ୍ । ଯୁବକଙ୍କର ଗୋଡି ଦୁଇଟି ଅଚଳ ହୋଇଥିବାରୁ ସେ ଆଉ କିଛି ଉପାୟ ପାଇନଥିଲେ । ତେଣୁ ଥାନା ସାମ୍ନାରେ ପୋଲିସ୍ ତଥା ସମସ୍ତଙ୍କ ସାମ୍ନାରେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।