Niharika Dash-ଶୀତ ଦିନେ ତ୍ୱଚାରେ ଚମକ ପାଇଁ କ’ଣ ଖାଇବେ? ଜାଣନ୍ତୁ ଏହି ସୁନ୍ଦର ଟିପ୍ସ ସମ୍ପର୍କରେ

ବର୍ତ୍ତମାନ ର ଏହି ପୋଷ୍ଟ ମର୍ଡନ ସମାଜରେ ସମସ୍ତେ ନିଜର ସୁନ୍ଦରତା କୁ ନେଇ ବେଶ ଚିନ୍ତାରେ ରହିଥାନ୍ତି।ଯଦିଓ ଭଗବାନ ଆମକୁ ଏକ ପ୍ରକୃତିକ ରୂପ ଦେଇଛନ୍ତି କିନ୍ତୁ କେତେକ ବାହ୍ୟ ଉପାଦାନ ର ଫଳାଫଳ ଯୋଗୁଁ ଆମ୍ଭର ଏହି ସୁନ୍ଦରତା ଉପରେ ପ୍ରଶ୍ନବାଚୀ ଆସିଥାଏ। ଯେପରି କି ମୁହଁ ଏବଂ ଦେହ ହାତରେ କେଶ ଆସିବା , ବେକ ପଛରେ କଳା ଦାଗ ଆସିବା, ମୁହଁରେ ଦାଗ ହେବା ,ଅଳ୍ପ ବୟସରେ ତ୍ୱଚା କିଞ୍ଚିତ ହେବା ଇତ୍ୟାଦି। ତେବେ ଏହି ସବୁ କାରଣରୁ ଆମର ସୁନ୍ଦରତା ଉପରେ ବାଧାପ୍ରାପ୍ତ ହୋଇଥାଏ।

ଏହି ସବୁ ମଧ୍ୟରୁ ବହୁତ କମ ବୟସରୁ ଶରୀରର ତ୍ୱଚା କିଞ୍ଚିତ ହେବା ଏବଂ ବୟସ୍କ ପରି ଦେଖାଯିବା ବର୍ତ୍ତମାନ ଲୋକମାନ ଙ୍କ ପାଖରେ ସାଧାରଣ ।ଏବଂ ଏହାକୁ ନେଇ ଆମେ ବହୁତ ଚିନ୍ତା ରେ ମଧ୍ୟ ରହିଥାଉ। ତେଣୁ ଆଜି ଆମେ ଜାଣିବା ଆମେ ପ୍ରତିଦିନ କଣ ସବୁ ଖାଦ୍ୟ ଖାଇବା ଦରକାର ଯେଉଁଥିରୁ ଆମ ତ୍ବଚାର ଏହି ସବୁ ସମସ୍ୟା ଦେଖା ଯିବ ନାହିଁ ।

ତ୍ବଚାର ଚମକ ପାଇଁ କଣ ସବୁ ଖାଇବେ –

 

ତେବେ ତ୍ବଚାକୁ ଠିକ୍ ରଖିବା ପାଇଁ ଉତ୍ତମ ଖାଦ୍ୟ ସେବନ କରିବା ନିହାତି ଉଚିତ୍ । ଦେଖିବାକୁ ଗଲେ ଏମିତି ଏକ ଷ୍ଟେଜ୍ ଆସିଥାଏ ଉଭୟ ଝିଅ ଏବଂ ପୁଅମାନଙ୍କ କ୍ଷେତ୍ରରେ ଯେଉଁ ସମୟରେ ସେମାନ ଙ୍କ ର ମୁହଁ ରେ ବହୁତ ସାରା ପିମ୍ପଲ୍ ଆସିଥାଏ ଏବଂ ଝିଅମାନଙ୍କର ହରମୋନାଲ୍ ଇନବାଲାନ୍ସ ଯୋଗୁଁ ମଧ୍ୟ ପିମ୍ପଲ୍ ଆସିଥାଏ ଓ ଯାହାର କଳା ଦାଗ ହୋଇଯାଇଥାଏ ।

ତେଣଉ ସ୍କିନ୍ କୁ ଗ୍ଲୋ କରିବା ପାଇଁ ହେଲେ ଉତ୍ତମ ଖାଦ୍ୟ ସହିତ, ବ୍ୟାୟାମ କରିବା ପାଇଁ ପଡିବ, ଚିନ୍ତାମୁକ୍ତ ରହିବା ପାଇଁ ପଡିବ ଏବଂ ପାଖାପାଖି 7-8 ଘଣ୍ଟା ଦିନକୁ ଶୋଇବାକୁ ପଡିବ । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ମ ହେଉଛି ପାଣି ପ୍ରଚୁରରୁ ପ୍ରଚୁର ପରିମାଣରେ ଦିନକୁ ପ୍ରାୟ 6-7 ଲିଟର ପିଇବା ପାଇଁ ପଡିବ । ଏହାସହିତ ଭିଟାମିନ୍ -C,E ଯୁକ୍ତ ଖାଦ୍ୟ ଖାଆନ୍ତୁ ।

ଆଉ ଯେତେ ସବୁ କେମିକାଲ୍ ରୁ ନିଜକୁ ଦୂରେଇ ରଖି ପାରିବେ ତାହେଲେ ଆପଣଙ୍କର ସ୍କିନ ନିଶ୍ଚିତ ଭାବରେ ଗ୍ଲୋ କରିବ । ଆଉ ବ୍ୟାୟାମ କରିବା ସମୟରେ ସ୍କିନ୍ ରୁ ଯେତେ ଅଧିକ ଝାଳ ବାହାରିବ ତାହା ଆପଣଙ୍କର ସ୍କିନ୍ ପାଇଁ ସେତେ ଅଧିକ ଲାଭ ଦାୟକ ଏବଂ ସ୍କିନ୍ ଗ୍ଲୋ କରିବା ପାଇଁ ବହୁତ ଅଧିକ ସହାୟକ ହୋଇଥାଏ ।

ଏହାସହିତ ଯଦି ଆପଣ ଅତ୍ୟଧିକ ଜଙ୍କ୍ ଫୁଟ୍, ସୁଗାର୍ ଆଇଟମ୍ କୁ ଯଦି କଣ୍ଟ୍ରୋଲ କରିଦେବେ ଏବଂ ଲୁଣ ଆଇଟମ୍ କୁ ଯଦି କଣ୍ଟ୍ରୋଲରେ ନେଇ ଆସିବେ ତାହେଲେ ମଧ୍ୟ ଆପଣଙ୍କ ସ୍କିନ୍ ଗ୍ଲୋ କରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।