ଦେଖନ୍ତୁ Viral ଭିଡିଓ ! ସରକାରୀ କ୍ୱାର୍ଟରରେ ଘର ବନାଇବାକୁ ନେଇ ରାଜଧାନୀ ରାସ୍ତାରେ ନିସ୍ତୁକ ଆକ୍ରମଣ….ପୁରା ଭିଡିଓ ଦେଖିଲେ ଛାତି ଥରି ଉଠିବ…..

ବର୍ତ୍ତମାନ ର ଏହି ସମାଜର ମାନବିକତା କୁଆଡେ ଉଭେଇ ଗଲାଣି ଆଉ ବର୍ତ୍ତମାନ କେବଳ ଦେଖାଯାଉଛି , ଅମାନବୀକତା , ଅସଭ୍ୟତା ର କରାଳ ଦୃଶ୍ୟ। ତେବେ ଆମେ ଅନେକ ସମୟରେ ଆପଣଙ୍କୁ ଭିନ୍ନ ଭିନ୍ନ କ୍ରାଇମ , ଗୁଣ୍ଡାଗ୍ରଦି , ଅନ୍ୟାୟ ଅତ୍ୟାଚାର , ଚୋରି , ଆଶୀଳତା ବିଷୟରେ ଜଣେଇଛୁ ।କିନ୍ତୁ ଆଜି ଆପଣଙ୍କୁ ଯେଉଁ ପରି ଏକ ଘଟଣା ବିଷୟ ରେ ଜଣେଇବାକୁ ଯାଉଛୁ ତାହା ଜାଣିଲା ପରେ ଆପଣ ବୁଝିପାରିବେ ନାହିଁ , ବର୍ତ୍ତମାନ ସମାଜର କଣ ହେଉଛି ଏବଂ ଏହି ଲୋକମାନ କେଉଁ ସ୍ତର ଦେଇ ଗତି କରିଛୁନ୍ତି ବୋଲି।

ସରକାରୀ କ୍ୱାର୍ଟରରେ ଘର ବନାଇବାକୁ ନେଇ ରାଜଧାନୀ ରାସ୍ତାରେ ଗଣ୍ଡଗୋଳ । ବିଚ୍ ବଜାରରେ ବୁଲିଲା ଖଣ୍ଡା ଓ ଭୂଜାଲି । ରାଜଧାନୀର ପ୍ରମୁଖ ସ୍ଥାନ ସିଆରପି ଛକରେ ଘଟିଲା ଘଟଣା । ଆହତ ହେଲେ ଯୁବକ , ଆଉ ଏହି ଘଟଣାକୁ 2 ଦିନ ପୁରିଛି କି ନାହିଁ ପୁଣି ଭାଇରାଲ୍ ହେଲାଣି ଜଣେ ଯୁବକ ଙ୍କୁ ରାସ୍ତା ଉପରେ ନିର୍ଦ୍ଧୁମ ମାଡ ର ଭିଡିଓ ।ଆଖି ବୁଜା ମାଡ ମାରୁଥାନ୍ତି 2 ଜଣ ଲୋକ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓ ଦେଖିଲେ ଆପଣ ନିଶ୍ଚୟ ଅନୁମାନ କରି ପାରିବେ କିଭଳି ଲୋକମାନେ ଏତେ ନୃଶଂସ ହୋଇ ଯାଉଛନ୍ତି ଥିରେ ଥିରେ ।

 ତେବେ ଏହି ଗଣ୍ଡଗୋଳ ର କାରଣ ଜାଣିଲେ ଆପଣ ବି ତାଜୁବ୍ ହୋଇ ଯିବେ ଏବଂ ଭାବିବେ ସତରେ ଏ ରାଜଧାନୀ ଭୂବନେଶ୍ବର ରେ କଣ ସବୁ ଚାଲିଛି ବୋଲି । ଚାଲନ୍ତୁ ଜାଣିବା କଣ ପାଇଁ ଏହି ଗଣ୍ଡଗୋଳର ସୂତ୍ରପାତ ହୋଇଛି ସଂମ୍ପୂର୍ଣ୍ଣ ଘଟଣା ବିଷୟରେ,

ସୂଚନା ଅନୁସାରେ ସ୍ରିନୁ ସେଠି ନାମକ ଜଣେ ବ୍ୟକ୍ତି ୟୁରିଣ୍ଡ ଛଅ ଅଞ୍ଚଳରେ ପରିବାର ସହିତ ରୁହନ୍ତି ଏବଂ ଆକ୍ରମଣ କାରୀ ମଧ୍ୟ ସେହି ପାଖିପାଖି ରହୁଛନ୍ତି । ଏହି ପରିତ୍ୟକ୍ତ ସରକାରୀ କ୍ୟୁାଟରରେ ଘର ତିଆରି କରିବାକୁ ନେଇ ଏହି ଗଣ୍ଡଗୋଳ ହୋଇଛି ।

ଆଉ ସେହି ବିବାଦ ପରେ ଉଗ୍ର ରୂପ ନେଇଥିଲା । ଅନ୍ୟ ପଟେ ଏହି ଘଟଣା ର 12 ଘଣ୍ଟା ହୋଇନି ମନୋଜ ନାୟକ ଙ୍କ ଓମଫେଡ୍ ଦୋକାନ ରେ ନିଆଁ ଲାଗି ଥିବା ଦେଖିବାକୁ ମିଳି ଥିଲା । ତେବେ ନିଆଁ ଲାଗିବା ଘଟଣା ପାଇଁ ଏମାନେ ସ୍ରିନୁ ସେଠି ଉପରେ ଦୋଷାରୋପ କରୁଛନ୍ତି ।

ତେଣୁ କହିବାକୁ ଗଲେ ଉଭୟ ପକ୍ଷ ପରସ୍ପରକୁ ଦୋଷ ଦେଉଛନ୍ତି ଏବଂ ଏଥିପାଇଁ ଥାନା ରେ ମାମଲା ମଧ୍ୟ ରୁଜୁ ହୋଇଛି ।ତେବେ ନ୍ୟାୟ କାହାକୁ ମିଳିବ ଏବଂ କିଏ ଦୋଷୀ ସାବ୍ୟସ୍ତ ହେବ ତାହା ତ ପଛ କଥା କିନ୍ତୁ ରାଜଧାନୀ ରେ ଏବେ ଆତଙ୍କରାଜ ଘଟଣା ସାଧାରଣ ଲୋକ ଙ୍କୁ ଭୟଭୀତ କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।