ଦେଖନ୍ତୁ viral ଭିଡିଓ ! ପ୍ରତିଶୋଧ ନେବାକୁ ଜଗି ବସିଛି ଷଣ୍ଢ ..ପୁରା ଘଟଣା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ….

ତେବେ ମଣିଷ ର ପ୍ରତିଦିନ ଜୀବନ ସୁଖ ଦୁଃଖ କୁ ନେଇ ଚାଲି ଥାଏ, କିନ୍ତୁ ଏହି ଜୀବନ ରେ କିଏ ଯଦି ତାର କ୍ଷତି କରିବାକୁ ଚାହେଁ ତେବେ ସେ ତାର ରାଗ ସୁଜାଇବାକୁ ଯାଇ ପ୍ରତିଶୋଧ ନିହାତି ଭାବରେ ନେଇ ଥାଏ | କିନ୍ତୁ ଏକ ମଣିଷ ଆଉ ଏକ ମଣିଷ ଉପରେ ରାଗ ରଖି ପ୍ରତିଶୋଧ ନେବା ଏହା ଏକ ସ୍ୱାଭାବିକ କଥା ଅଟେ, ଏହା ଆପଣଙ୍କ ଜୀବନ ରେ ମଧ୍ୟ ବହୁତ ଥର ଘଟି ଥିବ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ଏହିପରି ଦେଖି ଥିବେ | କିନ୍ତୁ ପ୍ରତିଶୋଧ କୁ ନେଇ ଏପରି ଏକ ଘଟଣା ବିଷୟ ରେ କହିବୁ ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ |

କାରଣ ଏଠାରେ କେଉଁ ମଣିଷ ପ୍ରତିଶୋଧ ନେଉ ନାହିଁ ଏଠାରେ ଏକ ପଶୁ ମଣିଷ ଉପରେ ରାଗ ରଖି ତା ଉପରେ ପ୍ରତିଶୋଧ ନେବାକୁ ଚେଷ୍ଟା କରିଛି | ଏହାକୁ ଶୁଣି ଯେ ନାହିଁ ସେ ଆଶ୍ଚର୍ଯ୍ୟ ହେବ କିନ୍ତୁ ଘଟଣା ଟି ପୁରା ସତ୍ୟ, ତେବେ ଆସନ୍ତୁ ଘଟଣା ଉପରେ ନଜର ପକାଇବା |

ତେବେ ଘଟଣା ଟି ହେଉଛି ଏକ ଘର ଆଗରେ ଏକ ଷଣ୍ଢ ଟିଏ ଜଗି ବସିଛି, ତିନି ପରିବାର ର କାହାକୁ ମଧ୍ୟ ଏ ଷଣ୍ଢ ଛାଡ଼ୁନି, ଯାହାକୁ ବି ଏ ଷଣ୍ଢ ଦେଖୁଛି ମାରି ଗୋଡ଼ାଉଛି | ଏହି ପରିବାର ର ଲୋକ ଙ୍କୁ ଘରୁ ବାହାରିବାର ଏକ ପ୍ରକାର ଅସମ୍ଭବ ହୋଇ ପଡିଛି | ମଣିଷ ପରି ପଶୁ ମଧ୍ୟ ପ୍ରତିଶୋଧ ପରାୟଣ ହୋଇ ପାରେ ଯାହାର ଏକ ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଲହୁଣୀ ପଡ଼ା ବ୍ଲକ ଅନ୍ତର୍ଗତ ଥଣ୍ଟେଇପଶି ଗ୍ରାମ ରେ |

 ଏହି ଗ୍ରାମ ର ଡମ୍ବୁରୁ ମହାନ୍ତ, ସୁବାଷ ମହାନ୍ତ ଓ ଦେବରାଜ ମହାନ୍ତ ଏହି ତିନୋଟି ପରିବାର ଥଣ୍ଟେଇପଶି ଗାଁ ର ବାଦାମବାଡ଼ି ର ବାସିନ୍ଦା | ଆଜି କୁ ଆଠ ଦିନ ତଳେ ଡମ୍ବୁରୁ ତାଙ୍କ ଘର ଅଗଣା ରେ ଏକ ହୃଷ୍ଟ ପୃଷ୍ଟ ବୁଲା ଷଣ୍ଢ ପଶି ଆସିବାର ଦେଖି ତାକୁ ଟେକା ପଥର ମାରି ଘୋଉଡାଇ ଦେଇ ଥିଲେ |

ସେହି ଦିନ ଠାରୁ ଷଣ୍ଢ ଟି ପ୍ରତିଶୋଧ ନେବାକୁ ଆରମ୍ଭ କଲା, ଘଟଣା ଏପରି ହେଲା ଯେ ସେହି ବସ୍ତି ରେ ରହୁ ଥିବା ତିନୋଟି ପରିବାର କୁ ଟାର୍ଗେଟ ରଖି ଦିନ ରାତି ଷଣ୍ଢ ଟି ଜଗି ରହିଛି | ଘରୁ ବାହାରିବା ଅସମ୍ଭବ ହେବା ପରେ ଏହି ତିନି ପରିବାର ଗ୍ରାମବାସୀ ଙ୍କ ସହାୟତା ନେଉ ଥିଲେ |

ଗ୍ରାମବାସୀ ଦୁଇ ଥର ଷଣ୍ଢ ଟିକୁ ଘୋଉଡାଇବା ପରେ ମଧ୍ୟ ସେହି ସ୍ଥାନ କୁ ଷଣ୍ଢ ଟି ଫେରି ପୁଣି ଜଗି ରହୁ ଥିବାର ଦେଖିବାକୁ ମିଳି ଥିଲା | ଭୟଭୀତ ତିନି ପରିବାର ନିଜ ଘର ଛାଡି ନିଜ ସମ୍ପର୍କୀୟ ଙ୍କ ଘରେ ବାଧ୍ୟ ହୋଇ ମୁଣ୍ଡ ଗୁଞ୍ଜିଛନ୍ତି | ତେବେ ଏଭଳି ଏକ ଅଦ୍ଭୁତ ଘଟଣା ସେହି ଅଞ୍ଚଳ ରେ ବହୁତ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।