19 ନଭେମ୍ବର 2021- ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଣିବ ଖରାପ ଖବର

ଆପଣ ମାନେ ତ ଜାଣିଛନ୍ତି ଯେ ପ୍ରତ୍ୟେକ ମନୁଷ୍ୟ ଜୀବନ ରେ ଦୁଃଖ ସୁଖ ଓ ଭଲ ମନ୍ଦ ଆଦି ଲାଗି ରହି ଥାଏ | କିନ୍ତୁ ଏହା ବି ସତ ଯେ ଯେତେ ବି ଦୁଃଖ କଷ୍ଟ ଆଦି ଆସୁ ମଣିଷ ତାହାକୁ ସାମ୍ନା କରି ଆଗକୁ ବଢିବ ଉଚିତ | ତେବେ ଲୋକ ମାନେ ଅଧିକ ସତର୍କ ରହିବା ପାଇଁ ନିଜ ନିଜ ରାଶି ମାନଙ୍କୁ ଦେଖି ଭବିଷ୍ୟତ ବିଷୟ ରେ କିଛି ଜାଣି ପାରି ଥାଆନ୍ତି | ତେବେ ଏହା ମଧ୍ୟ ସତ ଯେ ଏହି ରାଶି ମାନଙ୍କର ଭାଗ୍ୟ ଗ୍ରହ ଉପରେ ନିର୍ଭର ହୋଇ ଥାଏ, ଏଣୁ ଗ୍ରହ ମାନଙ୍କର ଚଳଣି ସମୟ ଅନୁସାରେ ବଦଳି ଥାଏ ଏବଂ ଚଳଣି ବଦଳିଲେ ରାଶି ମାନଙ୍କର ଭାଗ୍ୟ ମଧ୍ୟ ବଦଳି ଥାଏ | କେତେ ବେଳେ ଭଲ ଖବର ଆସି ଥାଏ ତ ପୁଣି କେତେ ବେଳେ ଖରାପ ଖବର ଚାଲି ଆସି ଥାଏ |

ତେବେ ଏହି 2021 ମସିହା ରେ ସମୁଦାୟ ଚାରୋଟି ଚନ୍ଦ୍ର ଗ୍ରହଣ ଅନୁଷ୍ଠିତ ରହିଛି, ସେଥିମଧ୍ୟରୁ ଦୁଇଟି ଚନ୍ଦ୍ର ଗ୍ରହଣ ଘଟି ସାରିଛି ଏବଂ ଆଉ ଦୁଇଟି ଚନ୍ଦ୍ର ଗ୍ରହଣ ଆଗାମୀ ଦିନ ରେ ହେବାକୁ ଯାଉଛି | ତେବେ ଏହି ବର୍ଷ ରେ ଗୋଟିଏ ଚନ୍ଦ୍ର ଗ୍ରହଣ ଏବଂ ଗୋଟିଏ ସୂର୍ଯ୍ୟ ପରାଗ ହୋଇଛି |

26 ମେ 2021 ବୁଧୁବାର ଦିନ ରେ ବର୍ଷ ର ପ୍ରଥମ ଚନ୍ଦ୍ର ଗ୍ରହଣ ହୋଇ ଥିଲା ଏବଂ 19 ନଭେମ୍ବର 2021 ଅର୍ଥାତ ଶୁକ୍ରବାର ଦିନ ଶେଷ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି | ଏହା ପରେ ପୁଣି ବର୍ଷ ର ଶେଷ ଚନ୍ଦ୍ର ଗ୍ରହଣ ଡିସେମ୍ବର 4 ରେ ହେବ ଯାହା ସୂର୍ଯ୍ୟ ପରାଗ ନାମ ରେ ନାମିତ ହେବ | ତେବେ ଆସନ୍ତା ମାସ ନଭେମ୍ବର ରେ ହେବାକୁ ଯାଉ ଥିବା ଏହି ଗ୍ରହଣ ସକାଳ 11 ଟା 34 ମିନିଟ ରେ ଆରମ୍ଭ ହୋଇ 19 ତାରିଖ ସନ୍ଧ୍ୟା 5 ଟା 33 ସମୟ ରେ ଶେଷ ହେବ |

ତେବେ ଏହା ଏକ ଆଂଶିକ ଚନ୍ଦ୍ର ଗ୍ରହଣ ହେବ ଏହା ଭାରତ ର ଆସାମ ଏବଂ ଅରୁଣାଚଳ ପ୍ରଦେଶ ରେ କିଛି ସମୟ ପର୍ଯ୍ୟନ୍ତ ଦୃଶ୍ୟ ମାନ ରହିବ | ଏହା ସହିତ ଆମେରିକା, ଉତ୍ତର ୟୁରୋପ, ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ପ୍ରଶାନ୍ତ ମହାସାଗର ରେ ଏହି ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ |

ତେବେ ଏହି ଚନ୍ଦ୍ର ଗ୍ରହଣ ଦ୍ୱାରା କେତୋଟି ରାଶି ମାନଙ୍କ ଉପରେ କୁ ପ୍ରଭାବ ପଡ଼ିବାକୁ ଯାଉଛି | ତେବେ ଶାସ୍ତ୍ର ଅନୁଯାଇ, ଚନ୍ଦ୍ର ଗ୍ରହଣ ରେ ବୃଷ ରାଶି ବ୍ୟକ୍ତି ମାନଙ୍କ ଉପରେ ଅନେକ ପ୍ରଭାବ ପଡ଼ିବ | ତେବେ ଏହି ରାଶି ର ବ୍ୟକ୍ତି ମାନଙ୍କୁ କଳହ ଠାରୁ ଦୁରେଇ ରହିବାକୁ ପଡ଼ିବ ଏବଂ ଅତି ଖର୍ଚ୍ଚ ରୁ ମଧ୍ୟ ବର୍ତ୍ତୀ ରହିବାକୁ ପଡ଼ିବ |

ତେବେ ଏହି ଚନ୍ଦ୍ର ଗ୍ରହଣ ସମୟ ରେ କିଛି ମଧ୍ୟ ଖାଆନ୍ତୁ ନାହିଁ କି କିମ୍ବା ପିଅନ୍ତୁ ନାହିଁ ଏବଂ ଯଥା ସମ୍ଭବ ଭଗବାନ ଙ୍କୁ ଉପାସନା କରନ୍ତୁ | ଏହା ସହିତ ରନ୍ଧା ଖାଇବାରେ ତୁଳସୀ ପତ୍ର ବ୍ୟବହାର କରନ୍ତୁ ଏବଂ ଚନ୍ଦ୍ର ଗ୍ରହଣ ପରେ ନିଶ୍ଚିତ ଭାବେ ସ୍ନାନ କରନ୍ତୁ | ଏହା ପରେ ଚନ୍ଦ୍ର ଗ୍ରହଣ ଛାଡି ସାରିବା ପରେ ଗଙ୍ଗା ଜଳ ଘର ଭିତରେ ଏବଂ ବାହାରେ ସିଞ୍ଚନ କରନ୍ତୁ, ଏହା ସହିତ ଚନ୍ଦ୍ର ଗ୍ରହଣ ସମୟ ରେ ଗର୍ଭବତୀ ମହିଳା ମାନେ ବାହାରକୁ ଯିବା ଉଚିତ ନୁହେଁ |