ବାପାର ମୃତ୍ୟୁ ପରେ ପୁଅ ଭଳି ଶବ ସଂସ୍କାର କଲେ ୪ ଦିବ୍ୟାଙ୍ଗ ଝିଅ !ଏପରି ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳ ରେ ଦେହ ବୋହି ଦେବତା ହେଲେ ବି ମରଇ ।ସଂସାରରେ ଜନ୍ମ ହୋଇଛି ତ ମୃତ୍ୟୁ ଶୁନିଶ୍ଚିତ ।ତେଣୁ ଦୁନିଆରେ କିଛି ବି ମିଛ ହୋଇପାରେ । ହେଲେ ମୃତ୍ୟୁ ନୁହେଁ ।ଅବଶ୍ୟ ଆମେ ଏଠି ମୃତ୍ୟୁକୁ ନେଇ ମୃତ୍ୟୁ ପରର କଥା କହିବାକୁ ଯାଉଛୁ ।ଯେଉଁଠି ମୃତ୍ୟୁ ପରେ ଶବ ସସ୍କାର ପାଇଁ ପୁଅ ଭଳି ସବୁ ନିତ୍ୟ କର୍ମ ସମ୍ପନ୍ନ କରିଛନ୍ତି ଚାରି ଦିବ୍ୟାଙ୍ଗ ଝିଅ ।ତେବେ ବାପା ମଲା ପରେ ଝିଅମାନେ କୋକେଇରେ କାନ୍ଧ ଦେଉଛନ୍ତି ।ଆଜିକାଲି ପୁଅ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଯାହାର ଏକ ବଡ ଉଦାହରଣ ଏବେ ଆପଣଙ୍କ ସାମ୍ନାରେ ।ଛଅ ମାସ ତଳେ ମାଆ ଛେଉଣ୍ଡ ହୋଇଯାଇଥିବା ଏମାନେ । ଆଉ ଏବେ ବାପା ସମସ୍ତଙ୍କୁ ପର କରି ଚାଲି ଗଲେ ।

ଜନ୍ମରୁ ବାପା ମାଆ ଙ୍କ ଉପରେ ନିର୍ଭରଶୀଳ ଥିବା ଚାରି ଅସହାୟ ଦିବ୍ୟାଙ୍ଗ ଝିଅ ଶେଷରେ ବାପାଙ୍କ ଶବ ସସ୍କାର ପାଇଁ କୋକେଇରେ କାନ୍ଧ ଦେଇଛନ୍ତି ।ଖାଲି ସେତିକି ନୁହେଁ ,ସାମାଜିକ ବିଧି ବିଧାନ ଅନୁସାରେ ,ଦିବ୍ୟାଙ୍ଗତ ବାପା ଙ୍କର ପାର୍ଥିବ ଶରୀର କୁ କାନ୍ଧରେ ବୋହି ଗାଁ ମଶାଣୀ ରେ ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି ଏହି ଚାରି ଦିବ୍ୟାଙ୍ଗ ଝିଅ ।

ଏଥିରେ ଗାଁ ଭାଇ ବନ୍ଧୁ କୁଟୁମ୍ବ ସଭିଏଁ ସହଯୋଗ କରିଛନ୍ତି ଏମାନଙ୍କୁ ।ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ନିଗାମପୁର ପଞ୍ଚାୟତ ଅନ୍ତର୍ଗତ ଦୁମୁଦା ଗ୍ରାମର ବାଇଧର ଜେନାଙ୍କର 75 ବର୍ଷା ବୟସ ରେ ଗତ କାଲି ରାତିରେ ମୃତ୍ୟୁ ଘଟିଥିଲା ।

 ତେବେ ସବୁଠୁ ଦୁଃଖର ବିଷୟ ,ବାଇଧର ଙ୍କର ଚାରି ଦିବ୍ୟାଙ୍ଗ ଝିଅ ଅବନ୍ତି, ଶୁକାନ୍ତି,ବାସନ୍ତୀ ଓ ଜୟନ୍ତୀ ସମସ୍ତେ ଜନ୍ମ ରୁ ମୂକ ଓ ବଧିର ।ସେଥିପାଇଁ କେହି ବାହା ମଧ୍ୟ ହୋଇ ନାହାନ୍ତି ।ଚାଷରୁ ପେଟ ପୁରୁ ନ ଥିଲେ ମଧ୍ୟ ଗରିବ ବାଇଧର ଚାରି ଦିବ୍ୟାଙ୍ଗ ଝିଅ ଙ୍କୁ ପାଖରେ ଦୁଃଖ କଷ୍ଟରେ ପରିବାର ଚଳାଉଥିଲେ ।ହେଲେ ବାପାଙ୍କ ପରଲୋକ ପରେ ଏବେ ଚାରି ମୂକ ,ବଧିର ଝିଅ ଏବେ ଅସହାୟ ହୋଇ ପଡିଛନ୍ତି ।

କିଛି ବର୍ଷ ତଳେ ପକ୍ଷାଘାତ ରୋଗରେ ପଡି ବାଇଧର ଶଜ୍ୟାଶୟୀ ହେବାପରେ ପତ୍ନୀ ହାରାମଣୀ ଛେଳି ପାଳନ କରି ପରିବାର ବୋଝ ମୁଣ୍ଡାଇଥିଲେ ।କିନ୍ତୁ ଛଅ ମାସ ପୂର୍ବରୁ ତାଙ୍କର ଦେହାନ୍ତ ଘଟିବା ପରେ ଚାରି ଭଉଣୀ ଏକ ପ୍ରକାରର ଅସହାୟ ହୋଇ ପଡିଥିବା ବେଳେ ଏବେ ଦୁଃଖର ଭାର ଦୁଇ ଗୁଣିତ ହୋଇଯାଇଛି ।ଅନ୍ୟପଟେ ଏହି ଅସହାୟ ଭଉଣୀ ମାନଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।