ପୁଣି ଘାତକ ସାଜିଲା ଗେମ୍ ! ମୋବାଇଲ ଛଡାଇ ନେବାରୁ ଛାତ୍ରର ଆତ୍ମହତ୍ୟା …ଦେଖନ୍ତୁ ଏହି ଭିଡିଓ ଏବଂ ନିଜ ପିଲାଙ୍କୁ କରାନ୍ତୁ ସତର୍କ

ଆଜି ଆମେ ଆପଣଙ୍କୁ ଯେଉଁ କଥା ସମ୍ପର୍କରେ କହିବୁ ତାହାକୁ ଶୁଣିଲେ ଆପଣମାନେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ହୋଇଯିବେ , କାରଣ ସେହିପରି ଏକ ଅଦ୍ଭୁତ କଥା ବିଷୟରେ ଆପଣ କେବେ ବି ଶୁଣି ନ ଥିବେ ।ଆପଣମାନେ ଜାଣନ୍ତି କି ଆଜିର ପିଲାମାନେ ବହୁତ ଆକ୍ଟିଭ୍ ଏପରିକି ଆଜିର ଏହି ଟେକ୍ନୋଲୋଜି ର ଦୁନିଆରେ ସେମାନେ ତାହାର ଭରୁପୁର ଫାଇଦା ଉଠାଇଥାଆନ୍ତି ।ଆଜିର ଯୁବ ପିଢୀ ମାନେ ସୋସିଆଲ୍ ମିଡିଆ ରେ ଏତେ ପାଗଳ ହୋଇ ଗଲେଣି ନିଜକୁ ଫେମସ୍ କରିବା ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଛେଇବେ ନାହିଁ । ବିଭିନ୍ନ ପ୍ରକାର ଖତରନାକ ଭିଡିଓ କରି ସେମାନେ ନିଜକୁ ଫେମସ୍ କରନ୍ତି ।

ଏହା ସହିତ ବିଭିନ୍ନ ପ୍ରକାର ଅନ ଲାଇନ୍ ଗେମରେ ବିଶେଷ କରି ପିଲାମାନଙ୍କୁ ପାଗଳ କରି ଦେଉଛି । କରୋନା ଯୋଗୁ ସ୍କୁଲ୍ , କଲେଜ ସବୁ ବନ୍ଦ କରିଦେଇ ଥିଲେ ସରକାର । ତେଣୁ ସରକାର ପାଠ ପଢା କୁ ଚାଲୁ ରଖିବା ପାଇଁ ଅନ ଲାଇନ ଶିକ୍ଷା ବ୍ୟବସ୍ଥା ର ବ୍ୟବସ୍ଥା କରିଥିଲେ ।

ତେଣୁ ସବୁ ସ୍କୁଲ୍ ପିଲା ପାଖରେ ଗୋଟିଏ ଲେଖାଏଁ ମୋବାଇଲ୍ ଫୋନ୍ ରହିଥିଲା । କିନ୍ତୁ କିଛି କିଛି ପିଲା ମୋବାଇଲ୍ କୁ ପାଠ ପଢାରେ ନ ଲଗାଇ ବିଭିନ୍ନ ପ୍ରକାର ଗେମ୍ ରେ ସର୍ବଦା ଲିପ୍ତ ରହୁଥିଲେ । ତେବେ ସେହି ଗେମ୍ ରେ ଲିପ୍ତ ଜଣେ ପିଲା ଆତ୍ମହତ୍ୟା କରିଥିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ମୋବାଇଲ୍ ଗେମ୍ ନେଇଗଲା ପୁଅର ଜୀବନ ।ମୋବାଇଲ୍ ଛଡେଇ ନେବାରୁ ନିମିଷକେ ନେଇଗଲା ଘାତକ ନିଷ୍ପତି ।ଅକାଳରେ ଚାଲି ଗଲା ଅଷ୍ଟମ ଶ୍ରେଣୀ ଛାତ୍ର ର ଜୀବନ ।ତେବେ ଏଭଳି ଏକ ଅଭାବନୀୟ ଘଟଣାଟି ଘଟିଛି କୋରାପୁଟ ସହରର ଗୌତମନଗର ଅଞ୍ଚଳରେ ।

 ସୂଚନା ଅନୁସାରେ, ଶ୍ରୀନିବାସ ରାଓ ଙ୍କ 13 ବର୍ଷୀୟ ପୁଅ ସେଣ୍ଟ ଜାଭିଏର ସ୍କୁଲ୍ ରେ ଅଷ୍ଟମ ଶ୍ରେଣୀ ରେ ପାଠ ପଢନ୍ତି । କୋରନା ଯୋଗୁଁ ବିଦ୍ୟାଳୟ ବନ୍ଦ ଯୋଗୁଁ ସେ ଅନଲାଇନ ରେ ମୋବାଇଲ ରେ ପାଠ ପଢୁଥିଲେ ।ହାତରେ ମୋବାଇଲ ଥିବା ମନହର ଅଧିକାଂଶ ସମୟ ଗେମ୍ ଖେଳୁଥିଲେ ଆଉ ମୋବାଇଲ୍ ପ୍ରତି ଆସକ୍ତ ହୋଇ ପଡିଥିଲେ ।ପରିବାର ଲୋକେ ଯେତେ ବୁଝାଇଲେ ବି ତାଙ୍କର ମୋବାଇଲ ନିଶା ଦିନକୁ ଦିନ ବଢି ଚାଲି ଥିଲା ।

ମଙ୍ଗଳବାର ମୋବାଇଲ୍ ଛଡାଇ ନେବାରୁ ସେ ଏଥିରେ ରାଗି ଯାଇ ଗୋଟିଏ ରୁମରେ ପଶି ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ ।ଆଉ ବେକରେ ଶାଢୀ ବାନ୍ଧି ଫ୍ୟାନ ରେ ଝୁଲି ପଡିଥିଲେ । ପରିବାର ଲୋକେ ମନହରକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସପିଟାଲ କୁ ନେଇଥିଲେ । ସେଠାରେ କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା । ପିଲାଙ୍କ ମୋବାଇଲ୍ ନିଶା ଏବେ ଚିନ୍ତାର ବିଷୟ ପାଲଟି ଗଲାଣି ।