Weather Update : ହେ ପ୍ରଭୁ ! ପୁଣି ଓଡିଶାକୁ ମାଡି ଆସୁଛି ଆଉ ଏକ ଭୟଙ୍କର ବାତ୍ୟା “ଲାୟନରକ୍” ଏହି ସବୁ ଜିଲ୍ଲା ହେବ ଅଧିକ କ୍ଷତିଗ୍ରସ୍ତ…

ତେବେ ପୁଣି ଓଡ଼ିଶା କୁ ମାଡ଼ି ଆସୁଛି ବାତ୍ୟା, ବର୍ତ୍ତମାନ ଛାନିଆ ହୋଇ ପଡିଲେଣି ଉପକୂଳ ଜିଲ୍ଲା ର ଲୋକ ମାନେ | ଆତଙ୍କିତ ଅବସ୍ଥା ରେ ଏବେ ଦିନ କଟୁଛି, ଏହି ଅକ୍ଟୋବର ମାସ ଆସି ଗଲେ ଉପକୂଳ ଲୋକ ଙ୍କର ଚିନ୍ତା ବଢ଼ି ଯାଉଛି | କାରଣ ପ୍ରତିବର୍ଷ ଏହି ବାତ୍ୟା ମାଡ଼ ରେ ଉପକୂଳ ଲୋକ ମାନଙ୍କର ଅଣ୍ଟା ଭାଙ୍ଗି ଯାଉଛି | ତେବେ ଆମ ଓଡ଼ିଶା ଆଗରୁ ମଧ୍ୟ ଅନେକ ବଡ଼ ବଡ଼ ବାତ୍ୟା ର ସାମ୍ନା କରିଛି କିନ୍ତୁ ପୁଣି ଏକ ବାତ୍ୟା ଆସିବାକୁ ଯାଉଛି ଯାହା ଉପକୂଳ ଉପରେ ପୁଣି ବେଶୀ ପ୍ରଭାବ ପଡ଼ିବ ବୋଲି ଜଣା ପଡ଼ିଛି | ତେବେ ପୁଣି ଏକ ବାତ୍ୟା ଆସିବାକୁ ଯାଉଛି ଯାହାର ନାମ ରହିଛି ଲାୟନରକ, ଯାହା 24 ଘଣ୍ଟା ମଧ୍ୟରେ ବାତ୍ୟା ଟି ଦକ୍ଷିଣ ଚୀନ ସାଗର ରେ ସୃଷ୍ଟି ହେଉଛି |

ପାଣିପାଗ ସଂସ୍ଥା ସ୍କାଏମେଟ ସୂଚନା ଅନୁଯାଇ ଏହି ବାତ୍ୟା ଭିଇତନାମ, ଥାଇଲାଣ୍ଡ, ମିଆଁମାର ଦେଇ ଅତିକ୍ରମ କରିବ ଏବଂ ବଙ୍ଗୋପସାଗର ରେ ପ୍ରବେଶ କରିବ ବୋଲି ଯାହା ଅନୁମାନ କରା ଯାଇଛି |

ତେବେ ବାତ୍ୟା ଗୁଲାବ ଆରବ ସାଗର ରେ ସୃଷ୍ଟି ହୋଇ ଥିଲା ଏହା ମଧ୍ୟ ସେପରି ଦକ୍ଷିଣ ଚୀନ ସାଗର ରେ ସୃଷ୍ଟି ହୋଇ ବାତ୍ୟା ର ଅବଶିଷ୍ଟ ବଙ୍ଗୋପ ସାଗର ରେ ପ୍ରବେଶ କରିବା ପରେ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି କରିବ ବୋଲି ଯାହା ପାଣିପାଗ ରୁ ଜଣା ପଡ଼ିଛି | ଭାରତୀୟ ପାଣିପାଗ ବିଭାଗ ରୁ ଏ ପର୍ଯ୍ୟନ୍ତ କୌଣସି ବାତ୍ୟା କୁ ନେଇ ସୂଚନା କିମ୍ବା ଆର୍ଲଟ ଜାରି କରା ଯାଇ ନାହିଁ | କିନ୍ତୁ ଏହା ସ୍ପଷ୍ଟ ଯେ ଏହି ବାତ୍ୟା ର ଅବଶିଷ୍ଟ ବଙ୍ଗୋପ ସାଗର ରେ ହିଁ ପ୍ରବେଶ କରିବ |

ପୁଣି ଜଣା ପଡ଼ିଛି ଯେ ଏହା ପଛ କୁ ପଛ ଆଉ ଦୁଇଟି ଲଘୁଚାପ ହେବାର ଅଛି, ସୂଚନା ଅନୁଯାଇ ଅକ୍ଟୋବର ଦ୍ୱିତୀୟ ସପ୍ତାହ ରେ ଆଣ୍ଡାମାନ ସାଗର ରେ ଗୋଟିଏ ଲଘୁଚାପ ସୃଷ୍ଟି ହେବ | କିନ୍ତୁ ଏହାର ପ୍ରଭାବ କେତେ ମାତ୍ରା ରହିବ ଏହା କେଉଁ ଆଡେ ହେବ ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ | ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ର ସୂଚନା ଅନୁଯାଇ ଏହି ଲଘୁଚାପ ଟି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ର ସ୍ଥଳ ଭାଗକୁ ସ୍ପର୍ଶ କରିବ ବୋଲି ଅନୁମାନ କରା ଯାଇଛି, କିନ୍ତୁ ଏହା କେତେ ମାତ୍ରା ରେ ହେବ ତାହାକୁ ନେଇ କିଛି ଏ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ |

 

ତେବେ ଏହି ବାତ୍ୟା ର ପ୍ରଭାବ ରେ 24 ଘଣ୍ଟା ମଧ୍ୟରେ ଓଡ଼ିଶା ରେ କେତେ ଗୋଟି ଜିଲ୍ଲା ରେ ବର୍ଷା ଲାଗି ରହିବ | ଏହା କିଛି ସ୍ଥାନ ରେ ଘଡ଼ଘଡ଼ି, ବଜ୍ରପାତ ସହ ପ୍ରବଳ ରୁ ପ୍ରବଳ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି କିନ୍ତୁ ଏହା ପରେ ପରେ କମି ଯିବ |