Pregnancy Tips – ଜାଣନ୍ତୁ କେଉଁ ସମୟରେ ଶାରୀରିକ ସମ୍ପର୍କ ରଖିବା ଦ୍ବାରା ଆପଣ ଗର୍ଭବତୀ ହୋଇପାରିବେ

ବିବାହ ପରେ ସାଂସାରିକ ଜୀବନକୁ ଖୁସିରେ ଅତିବାହିତ କରିବା ପାଇଁ ଏବଂ ସମାଜରେ ବାପା ମାଆ ହିସାବରେ ଏକ ଭିନ୍ନ ଏବଂ ନିଆରା ପରିଚୟ ସୃଷ୍ଟି କରିବା ପାଇଁ ବାପା ମାଆ ସନ୍ତାନ ସନ୍ତତି ଚାହିଁଥାନ୍ତି। ଏହାଛଡା ଜଣେ ନାରୀ କୁ ମାତୃତ୍ୱ ଲାଭ କରିବା ପରେ ତାକୁ ଏକ ସୁନ୍ଦର୍ ଅନୁଭବ ମିଳିଥାଏ।ମାଆ ହେବା ବା ମାତୃତ୍ୱ ଲାଭ କରିବା ଜଣେ ମହିଳା ପାଇଁ ସୌଭାଗ୍ୟ ପୂର୍ଣ୍ଣ ହୋଇଥାଏ।କାରଣ ଜଣେ ମାଆ ହିଁ ଜାଣି ଥାଏ ସନ୍ତାନ କୁ ଜନ୍ମ ଦେବା ପରେ ତାକୁ କିପରି ଅନୁଭବ ହୋଇଥାଏ।ଜଣେ ମାଆ ତାର ସନ୍ତାନକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେଇ ଥାଏ ସମସ୍ତ ଦୁଃଖ କଷ୍ଟକୁ ସହ୍ୟ କରି।

ହେଲେ ଗର୍ଭ ଧାରଣ କରିବା ଏବଂ ସନ୍ତାନକୁ ଜନ୍ମ ଦେବା ମଧ୍ୟ କେତେକାଂଶରେ କିଛି ମହିଳାଙ୍କ ପାଇଁ ସହଜ ହୋଇ ନଥାଏ। ବହୁତ୍ ଜଣଙ୍କୁ ଏ ବିଷୟରେ ଜଣା ନଥାଏ କେଉଁ ସମୟରେ ଶାରିରୀକ ସମ୍ପର୍କ ରଖିବା ଦ୍ବାରା ଜଣେ ମହିଳା ଗର୍ଭବତୀ ହୋଇପାରି ଥାଏ। କିଛି ଅନ୍ୟ କାରଣ ପାଇଁ ମଧ୍ୟ ଜଣେ ମହିଳା ଗର୍ଭବତୀ ହୋଇ ପାରି ନଥାଏ। ଆମେ ଆଜି ଏହି ଲେଖାରେ ସେ ସମ୍ବନ୍ଧୀୟ କାରଣ ଉପରେ ଆଲୋଚନା କରିବା।

୧) ସହବାସ ର ସମୟ ଜାଣନ୍ତୁ- ଆପଣ ସଠିକ୍ ସମୟରେ ସହବାସ ନକଲେ ଏହା ଆପଣଙ୍କ ଗର୍ଭ ଧାରଣ କରିବାରେ ଅସୁବିଧା କରାଇ ଥାଏ।

୨) ପିରିଆଡ୍ସ ର ତାରିଖ ମନେ ରଖନ୍ତୁ- ଯାହା ଜଣାଯାଏ ଯେ ଜଣେ ମହିଳାଙ୍କ ର ପିରିୟଡ୍ସ ହେବାର ୧୧ ଦିନ ପରେ ଲଗାତାର ୫ ଦିନ ଶାରୀରିକ ସମ୍ବନ୍ଧ ରଖିବା ଦ୍ବାରା ଜଣେ ମହିଳା ମା ହେବାର ସମ୍ଭାବନା ରହିଥାଏ।

୩) ଅଭୁଲେଶନ୍ ଡେ ମନେ ରଖନ୍ତୁ- ଆପଣଙ୍କୁ ଆପଣଙ୍କର ଅଭୁଲେଶନ୍ ଡେ ମଧ୍ୟ ମନେ ରଖିବା ନିହାତି ଦରକାର।ପିରିୟଡ୍ସ ହେବାର ୬ ଦିନ ପର ଠାରୁ ଆଗାମୀ ୧୨-୧୪ ଦିନ ପର୍ଯ୍ୟନ୍ତ ର ଦିନ କୁ ଅଭୁଲେସନ୍ ଡେ କୁହାଯାଏ । କାରଣ ଏହି ଅନୁସାରେଏହି ଦିନରେ ଶାରୀରିକ ସମ୍ପର୍କ ରଖିଲେ ଜଣେ ମହିଳା ମାଆ ହେବାର ସମ୍ଭାବନା ଥାଏ।

୪) ଶାରିରୀକ ସମ୍ପର୍କ ସ୍ଥାପନ ପରେ ସାବଧାନତା ଅବଲମ୍ବନ କରନ୍ତୁ- ଆପଣ ଶାରିରୀକ ସମ୍ପର୍କ ସ୍ଥାପନ କରିବା ପରେ ବା ସେକ୍ସ୍ କରିବା ପରେ କିଛି ସମୟ ଅର୍ଥାତ୍ ୧୫ ମିନିଟ ପର୍ଯ୍ୟନ୍ତ ସୋଇ ରହିବା ଦରକାର। ଏହିଭଳି ଉପାୟ କରିବା ଦ୍ବାରା ମହିଳା ଗର୍ଭବତୀ ହେବାର ଅଧିକ ସମ୍ଭାବନା ରହିଥାଏ।

୫) ଶାରିରୀକ ସମ୍ପର୍କ ସମୟରେ ସଚେତନତା- ଆପଣ ଶାରିରୀକ ସମ୍ପର୍କ ସ୍ଥାପନ କରିବା ସମୟରେ କୌଣସି ମାନସିକ ଚାପ କିମ୍ବା ଚିନ୍ତାରେ ରୁହନ୍ତୁ ନାହିଁ। ଖୁସି ମନରେ ଏବଂ ଉତ୍ସାହର ସହିତ ଏହି ସମ୍ପର୍କ ସ୍ଥାପନ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।