ଧଳା ଓଢ଼ଣୀ ତଳେ ଆଜି ବହୁତ୍ କାନ୍ଦିଲେ ବିଦ୍ୟା,୪ ଘଣ୍ଟାରେ ନର୍ଭସ ହୋଇ ପାଣି ପିଇଲେ,କିଛି ପ୍ରଶ୍ନରେ ଝୁଣ୍ଟିଲେ ବିଦ୍ୟା…ଦେଖନ୍ତୁ ପୁରା ଭିଡିଓ..

କାନ୍ଦିଲେ ,ସୌମ୍ୟଙ୍କୁ ମନେ ପକେଇଲେ ,ପାଣ ପିଇଲେ ,ପ୍ରଶ୍ନର ଉତ୍ତର ରଖିଲେ । ମୁହଁ ଘୋଡେଇ ଯାଇଥିଲେ , ମୁହଁ ପୋତି ଫେରିଲେ ।ସରିଛି ଏସିଏଫ ସୌମ୍ୟ ରଞ୍ଜନ ଙ୍କ ବିଧବା ପତ୍ନୀ ବିଦ୍ୟା ଭାରତୀଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ ।ପାରଳାକେମୁଣ୍ଡି ଓସିଏଫ ସୌମ୍ୟ ରଞ୍ଜନଙ୍କ ମୃତ୍ୟି ମାମଲାରେ ଆସିପାରେ ନୁଆ ଟୁଇଷ୍ଟ ।ଲାଇ ଡିଟେକ୍ସନ୍ ଟେଷ୍ଟ ଶେଷ ହେବା ପରେ କିଛି ଆଶା ର ଆଲୋକ ମିଳି ପାରେ କ୍ରାମବ୍ରାଞ୍ଚଙ୍କୁ ।ପୂର୍ବରୁ ଡିଏଫଓ ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଇ ଡିଟେକ୍ସନ୍ ସରିଥିଲା ଏସଏଫଏସଏଲ ରେ ।

ସ୍ଟେଟ ଫରେନ୍ସିକ୍ ସାଇନ୍ସ ଲବୋରେଟୋରୀ ରେ ଆଜି ବିଦ୍ୟା ଭାରତୀଙ୍କୁ ଚାରିଶହ ରି ଅଧିକ ପ୍ରଶ୍ନ ପଚରା ଯାଇଥିଲା ।ଛୋଟ ବଡ ଗୋଡେଇ ତଡେଇ ସବି ପ୍ରଶ୍ନ ପଚାରିଥିଲା କ୍ରାଇମବ୍ରାଞ୍ଚ ।ବିଶେଷ କରି ଘଟମା ଦିନ କ ଣ ଘଟିଥିଲା ସେ ନେଇ 161 ଟି ରେ ରେକର୍ଡ ହୋଇଥିବା ତାଙ୍କ ବୟାନ ସତ ନା ମିଛ ଜାଣିବାକୁ ପ୍ରୟାସ କରିଥିଲା କ୍ରାଇମବ୍ରାଞ୍ଚ ।

ତେବେ ମିଳୁଥିବା ସୂଚନା ଅନୁଯାୟୀ, ସୌମ୍ୟ ରଞ୍ଜନ ଙ୍କ ବାବଦରେ ପଚାରିବାରୁ ବିଦ୍ୟା ଭରାତୀ ଭାବ ବିହ୍ୱଳ ହୋଇଥିଲେ ।ଆଖି ଓଦା ହୋଇଯାଇଥିଲା ।ଜକେଇ ଆସିଥିଲା ଲୁହ ଆଖିରେ ।

ଆଉ ଘଟଣା ଦିନର ସବୁକଥା କହିବା ବେଳେ କଇଁ କଇଁ ହୋଇ କାୀନ୍ଦି ପକେଇଥିଲେ । ଚାରି ଘଣ୍ଟାର ବିଦ୍ୟା ଭାରତୀ ଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ ପରେ କିଛି ନୂଆ ତଥ୍ୟ ମିଳିଥିବ ବୋଲି ଯାହା ଆଶା କରାଯାଇପାରେ ।

 ଅନ୍ୟପଟେ ସୌମ୍ୟଙ୍କ ମାଆ ଓ ଭାଇ ଖୁସି ନାହାନ୍ତି ବିଦ୍ୟା ଭାରତୀଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ ରେ ।ପାରଳାଖେମୁଣ୍ଡି ଏସିଏଫ ଙ୍କ ମୃତ୍ୟୁ ମାମଲାରେ ଏହା ପୂର୍ବରୁ ବି ଡିଓଫଓ ଓ ରୋଷେଯା ଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ ହୋଇ ସାରିଥିଲା ।ଆଉ ଏହାପରେ ପ୍ରତିକ୍ରିୟା ରଖି ସୌମ୍ୟଙ୍କ କହିଥିଲେ ଯେ, ଲାଇ ଡିଟେକ୍ସନ୍ ଟେଷ୍ଟ ହେବା ସମୟରେ ସେ ଚାହାନ୍ତି ଯେ ତାଙ୍କ ପରିବାର ରୁ ଜଣେ କି ଦୁଇ ଜଣ ନିରପେକ୍ଷ ସାମ୍ବାଦିକ ଉପସ୍ଥିତ ରୁହନ୍ତୁ ।ହେଲେ ସେମିତି କିଛି ଶୁଣି ନ ଥିଲେ କ୍ରାଇମବ୍ରାଞ୍ଚ ।

ତେବେ ମୃତ ସୌମ୍ୟ ରଞ୍ଜନ ଙ୍କ ବାପା ଅବିରାମ ମହାପାତ୍ର ଙ୍କ ଅଭିଯୋଗ ଆଧାରରେ ପତ୍ନୀ ବିଦ୍ୟା ଭାରତୀଙ୍କ ସହିତ ଡିଏଫଓ ସଂଗ୍ରାମ ବେହାରା ଆଉ ରୋଷଏୟା ମନ୍ମଥ କୁମ୍ଭ ଙ୍କୁ ତଦନ୍ତ ପରିସର ଭୁକ୍ତ କ୍ରାଇମବ୍ରାଞ୍ଚ । ତେବେ ତିନି ଜଣଙ୍କ ଲାଇ ଡିଟେକ୍ସନ ଟେଷ୍ଟ ସରିଛି ।ଆଗକୁ ସୌମ୍ୟ ଙ୍କ ପରିବାରର ଦାବି ଆଉ ତିନି ଜଣଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ ମଧ୍ୟ କରାଯାଉ ।

ତେବେ ଏହା ପରେ ପ୍ରତି ବ୍ୟକ୍ତିର ସ୍ଟେଟମେଣ୍ଟକୁ ଆଉ ଏକ ବ୍ୟକ୍ତିର ସ୍ଟେଟମେଣ୍ଟ ସହିତ ମିଶେଇବ କ୍ରାଇମବ୍ରାଞ୍ଚ ।ଏହା ସହିତ କିଛି ନୂଆ ତଥ୍ୟ ସାମ୍ନାକୁ ବି ଆସିପାରେ ।ତେବେ ଏହି ଟେଷ୍ଟର ଫଳାଫଳ କେବେ କହିବ ଜନସାଧାରଣ ଙ୍କୁ କ୍ରାଇମବ୍ରାଞ୍ଚ ।ତେବେ ସୌମ୍ୟଙ୍କ ମୃତ୍ୟୁ ଏବେ ଦୁଇ ମାସ ବିତିଗଲାଣି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।