ଧରା ପଡ଼ିଲା ବେଇମାନ୍ ଡେଲିଭରୀ ବଏ ପତିତପାବନ, ସ୍ତ୍ରୀ ଆଉ ପରିବାର କୁ ଠକି ଆଉ ଏକ ଝିଅ ସହ ଫେରାର ହୋଇଥିଲା ।

ସାମ୍ନାକୁ ଆସିଛି ଆରପିଏଫ୍ ହାତରେ ଧରା ପଡି ଥିବା ଭୁବନେଶ୍ୱର ରୁ ଅପହୃତ ର ନିଜେ ନାଟକ କରିଥିବା ଡେଲିଭଳୀ ବୟ ପତିତପାବନ ପୃଷ୍ଟି ଙ୍କର ଫୋଟ ଏବଂ ତା ସହିତ ଯୁବତୀ ଫୋଟ । ଫୋଟରେ ଦୁଇ ଜଣ ଜାକ ମାସ୍କ ନ ପିନ୍ଧି ରେଲ୍ୱେ ପ୍ଲାଟଫର୍ମ ରେ ବସିଛନ୍ତି ପତିତପାବନ ପୃଷ୍ଟି ଯିଏ କି ନିଜ ଅପହରଣର ନାଟକ ରଚିଥିଲେ । ଭୁବନେଶ୍ୱର ଉପକଣ୍ଟ ଲିଙ୍ଗିପୁର ରୁ ଡେଲିଭରୀ ବୟ ଅପହରଣ ଘଟଣା ରେ ଟୁଇଷ୍ଟ ସେତେବେଳେ ଆସି ଥିଲା ଯେତେବେଳେ ଆଉ ଜଣେ ଯୁବତୀ ଅପହତ ହୋଇ ଯିବାର ବା ଘରୁ କୁଆଡେ ଚାଲି ଯାଇଥିବା ର ଗୋଟିଏ ଏଫଆଇଆର ଲଞ୍ଚ କରାଯାଇଥିଲା ।

ଏହା ପରେ ପୋଲିସ୍ ସଂଜ୍ଞାନ ନେଇଥିବା ଏବଂ ପୋଲିସ୍ ଜାଣି ପାରିଥିଲା ଯେ ଯୁବକ ଜଣକ ମିଛ କହୁଛନ୍ତି ।ମଧ୍ୟ ପ୍ରଦେଶ କୁ ଚାଲି ଯାଇଥିଲେ ଏହି ଯୁବକ ଜଣକ । ଏହା ପରେ ପୋଲିସ୍ ମଧ୍ୟ ସୂଚନା ଦେଇଛନ୍ତି ।ଡିସିପି ମଧ୍ୟ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ତେବେ ଚିକୁନ୍ ଏବଂ ସମ୍ପୃକ୍ତ ଯୁବତୀ ଉଭୟଙ୍କୁ ମଧ୍ୟ ପ୍ରଦେଶର ରେଲ୍ୱେ ପୋଲିସ୍ ଅଟକ ରଖିଥିବା ସୂଚନା ମିଳିଛି । ତେବେ ସୂଚନା ଅନୁଯାୟୀ, ଗତ 11 ତାରିଖ ଦିନ ଡେଲିଭରୀ ବୟ ଚିକୁନ୍ ନିଖୋଜ ହୋଇ ଯାଇଥିଲେ ।ତାଙ୍କୁ ଅପହରଣ କରିଥିବା ନେଇ ପରିବାର ଲୋକ ଅଭିଯୋଗ ବି ଆଣିଥିଲେ । ତେବେ ସେ ସେହି ଦିନ ସନ୍ଧ୍ୟାରେ ଫୁଡ୍ ଡେଲିଭରୀ କରିବାକୁ ଯାଇଥିବା ଚିକୁନ୍ ରାତି 10.15 ପରେ ନିଖୋଜ ହୋଇ ଯାଇଥିଲେ ।

 କିଛି ବ୍ୟକ୍ତି ତାଙ୍କୁ ସାନ୍ତାରାପୁର ଛକରେ ପିଛା କରୁଥିବା ଖବର କଥା ସେ ତାଙ୍କ ସ୍ତ୍ରୀ ଙ୍କୁ କହିଥିଲେ ।ଆଉ ଏହା ପରେ ତାଙ୍କ ଗାଡି ଖରାପ ହୋଇ ଯାଇଥିବାରୁ ସେ ଆସି ପାରି ନ ଥିବା କଥା ମଧ୍ୟ କହିଥିଲେ । ତେବେ ପୋଲିସ୍ ଖୋଜାଖୋଜି କରି ଥିଲା ।

ଅନ୍ୟ ପଟେ ତାଙ୍କ ସ୍ତ୍ରୀ କହିଥିଲେ ଯେ, 30 ହଜାର ଟଙ୍କା ଆକାଉଣ୍ଟ ରୁ ଉଠା ହୋଇଛି । ଅନ୍ୟ ପଟେ ବେଦପୁର ଗାଁ ରେ ଜଣେ ଯୁବତୀ ଙ୍କୁ ନିଖୋଜ ହୋଇ ଯାଇଥିବା ଖବର ବି ଆସିଥିଲା ।ଏହି ଯୁବତୀ ଙ୍କ ବାପା ଗୋପ୍ ଥାନାରେ ଅଭିଯୋଗ ବି କରିଥିଲେ ।

ତେବେ ଚିକୁନ୍ ଉକ୍ତ ଯୁବତୀ ଙ୍କ ପଡୋଶୀ ଙ୍କ ଘରକୁ ଯାଆ ଆସ ବେଳେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିବା ନେଇ ଖବର ମିଳିଛି । ଯୁବତୀ ଙ୍କୁ ଚିକୁନ୍ ଅପହରଣ କରିଥିବା ନେଇ ଯୁବତୀଙ୍କ ପରିବାର ଗଣ ମାଧ୍ୟମ ସମ୍ମୁଖରେ ବି ଅଭିଯୋଗ କରିଛନ୍ତି ।

ଏହା ସହିତ ଝିଅ ନିଖୋଜ ହୋଇଥିବା ନେଇ ଗୋପ୍ ଥାନାରେ ପରିବାର ଲୋକ ଅଭିଯୋଗ ବି କରିଥିଲେ ।ସମ୍ପୃକ୍ତ ଯୁବତୀଙ୍କ ସହିତ ଚିକୁନ ର ପ୍ରେମ ସମ୍ପର୍କ ଥିବା ନେଇ ଯୁବତୀ ଜଣକ ତାଙ୍କ ସାଙ୍ଗ ପାଖକୁ ଲେଖିଥିବା ଏକ ଚିଠିରୁ ବି ପ୍ରମାଣ ମିଳିଥିବା କହିଛି ପୋଲିସ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।