ଦେଖନ୍ତୁ ଭିଡ଼ିଓ – ସାମାନ୍ୟ କଥାକୁ ନେଇ ନିଜ ବୁଢୀ ମା’କୁ ଶକ୍ତ ଚାପୁଡ଼ା ମାରିଲା ପୁଅ, ଘଟଣାସ୍ଥଳରେ ବୃଦ୍ଧାଙ୍କର ହେଲା ମୃତ୍ୟୁ, ଆଉ ତା’ ପରେ….

ଆମ ଏଇ ପୃଥିବୀ ରେ ମାଆ ଠାରୁ ବଡ କେହି ନାହାନ୍ତି । ମାଆ ହେଉଛି ଏକ ପବିତ୍ର ସମ୍ପର୍କ ।ମାଆ ଭଗବାନଙ୍କ ଏପରି ଏକ ସୃଷ୍ଟି ଯାହାର ସ୍ଥାନ କେହି ପୂରଣ କରି ପାରିବେ ନାହିଁ । ବିନା ସ୍ୱାର୍ଥରେ , ବିନା ମୂଲ୍ୟରେ ଯିଏ ସାରା ଜୀବନ ଭଲ ପାଇଥାଏ , କେବଳ ତ୍ୟାଗର ପ୍ରତି ମୂର୍ତ୍ତି ବୋଲି କୁହାଯାଏ , ଯିଏ କି ଜୀବନ ଦିଏ ସେ ହେଉଛି ମାଆ ।ନିଜ ପେଟ ରୁ କାଟି ନିଜ ପିଲାଙ୍କୁ ଖାଦ୍ୟ ଖୁଆଏ ମାଆ । ବାଟରେ ଝୁଣ୍ଟି ପଡିଲେ ପାଟିରୁ ବାହାରି ପଡିଥାଏ ମାଆ । କେତେ ଦୁଃଖ ,କଷ୍ଟ ସହି ନିଜ ପିଲାର କୌଣସି ବି ଅସୁବିଧା ହେବାକୁ ଦିଏ ନାହିଁ ମାଆ । ସମସ୍ତ ବିପଦକୁ ନିଜ ମଥା ପାତି ସହି ନିଅନ୍ତି ମାଆ ।ମାଆ ର ମନ ଯେମିତି ବିଶାଳ , ତାର ସ୍ନେହ ପ୍ରେମ , ଭଲ ପାଇବା ମଧ୍ୟ ସେମିିତି ବିଶାଳ ହୋଇଥାଏ ।

ଜୀବନରେ ସବୁ କିଛି ଦ୍ୱିତୀୟ ଥର ମିଳି ପାରିବ , ହେଲେ ମାଆ ନୁହେଁ ।କୁହାଯାଏ , ଯେ ଯାହାର ମାଆ ନାହିଁ ତାର କେହି ବି ସାହା ନାହିଁ । ବାପା ମାଆ ପିଲାଟିକୁ ଜନ୍ମ ଦେଲା ପରେ ତାର ଲାଳନ ପାଳନ କରିଥାଏ । ନିଜେ ବୋକିଲା ରହି ନିଜ ପିଲାକୁ ଖୁଆନ୍ତି ।ପିଲାର ଖୁସି ପାଇଁ ନିଜର ଖୁସିକୁ ଭୁଲି ଯାଇଥାନ୍ତି ।

ନିଜେ ଅଶିକ୍ଷିତ ଥିଲେ ମଧ୍ୟ ନିଜ ସନ୍ତାନକୁ ଶିକ୍ଷିତ କରିବାକୁ ଚାହିଁ ଥାନ୍ତି ।ନିଜେ ଛିଣ୍ଡା ଫଟା ବସ୍ତ୍ର ପିନ୍ଧନ୍ତି , କିନ୍ତୁ ପିଲାକୁ ଭଲ ବସ୍ତ୍ର ଆଣି ଦିଅନ୍ତି । କିନ୍ତୁ ଯେବେ ପୁଅ ବଡ ହୋଇଯାଏ ଏବଂ ବିବାହ କରେ ସେତେବେଳେ ତା ପାଇଁ ବାପା ମାଆ ବୋଝ ହୋଇଯାଆନ୍ତି ।

ଅନାବଶ୍ୟକ ହୋଇ ଯାଆନ୍ତି ।ତେବେ ଏଭଳି ସବୁ ଦୃଶ୍ୟ ଦେଖିବାକୁ ମିଳୁଛି ଆଜିକାଲିର ଏହି ସମାଜରେ । ତେବେ ସେହିଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଦ୍ଲିଲୀର ଦ୍ୱାରକା ଜିଲ୍ଲାରୁ । ଯାହାକୁ ଦେଖିଲେ ଆପମ ବି କହିବେ ମୋର ସନ୍ତାନ ଦରକାର ନାହିଁ ।


ତେବେ ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସ 15 ତାରିଖରେ ଅପରାହ୍ନ ପ୍ରାୟ 12 ଟା ବେଳେ ଘଟିଛି ଏହି ଅଭାବନୀୟ ଘଟଣା ।ଏଠାରେ ଜଣେ ଯୁବକ ନିଜ ମାଆ କୁ ଚାପୁଡା ମାରି ଜୀବନରୁ ମାରି ଦେଇଛନ୍ତି , ଯାହାର ସମ୍ପୂର୍ଣ୍ଣ ଭିଡିଓ ଟି ସିସି ଟିଭିରେ ରେକର୍ଡ ହୋଇଛି ।ସୂଚନା ଅନୁସାରେ, ମହିଳା ତାଙ୍କ ପୁଅ ଅନ୍ୟ ଜଣଙ୍କ ମାଧ୍ୟରେ ଝଗଡା ଚାଲିଥିଲା ଯେଉଁ ଝଗଡାରେ ମା ଜଣଙ୍କୁ ଏମିତି ଚାପୁଡା ମାରିଥିଲେ ଯାାହା ଫଳରେ ମହିଳା ଜଣଙ୍କ ସଙ୍ଗେ ସଙ୍ଗେ ତଳେ ପଡି ଯାଇଥିଲେ ।

ଏହାପରେ ମହିଳା ଜଣଙ୍କୁ ହସପିଟାଲ୍ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷିତ କରା ଯାଇଥିଲା । ଏହି ଘଟଣାର ଅଭିଯୋଗ ବିନ୍ଦୁପୁର ପୋଲିସ୍ ଷ୍ଟେସନ୍ ରେ ହୋଇଥିଲା ।ପୋଲିସ୍ ଘଟଣା ବିଷୟରେ ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ଆଇପିସି ର ଧାରା 304 ଅନୁସାରେ ଅଭିଯୁକ୍ତ ପୁଅ କୁ ଗିରୋଫ କରିବା ସହିତ ଘଟଣାର ତଦ୍ନତ ଆରମ୍ଭ କରିଛନ୍ତି ।