ଫଟିଲା ଗୁମର ଦେଖନ୍ତୁ ଓ ଶୁଣନ୍ତୁ call record ଏବଂ ହାତଲେଖା ଚିଠି ! ସବୁଠୁ ଅଧିକ ତୁମକୁ ଘୃଣା କରେ’ ଜବତ ଚିଠିର ସତ ମାନିଲେ ବିଦ୍ୟାଭାରତୀ… ପୁରା ଭିଡିଓ ଦେଖିଲେ ଆପଣଙ୍କ ମନରେ ସନ୍ଦେହଃ ଆସିବ…

ତେବେ ସୋସିଆଲ ମିଡ଼ିଆ ରେ ଆମେ ଅନେକ ଘଟଣା ବିଷୟ ରେ ଜାଣି ଥାଉ, କିନ୍ତୁ ଏମିତି ଘଟଣା ବେଳେ ବେଳେ ଶୁଣିବାକୁ ମିଳି ଥାଏ ଯାହା ବହୁତ ଆଶ୍ଚର୍ଯ୍ୟ ଜନକ ହୋଇ ଥାଏ | ତେବେ ଏବେ ଆପଣ ନିହାତି ଜାଣି ଥିବେ ବିଦ୍ୟା ଭାରତୀ ଙ୍କ ଘଟଣା ବିଷୟ ରେ ଯାହା ଏବେ ଧୀରେ ଧୀରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି | ସୋମ୍ୟରଞ୍ଜନ ଙ୍କର ମୃତ୍ୟୁ କୁ ନେଇ ଏବେ ଅନେକ ପ୍ରଶ୍ନ ଉପୁଜୁଛି | ଏମିତି କି ବିଦ୍ୟା ଭାରତୀ ଓ ତାଙ୍କ ସ୍ୱାମୀ ସୋମ୍ୟରଞ୍ଜନ ଝଗଡା କରିବା ବେଳେ ମଧ୍ୟ ଲୁଚାଇ ଅଡିଓ ରେକର୍ଡ କରି ଥିଲେ, ଯାହାକି ଆପଣ ଶୁଣି ଥିବେ ମଧ୍ୟ | ବିଦ୍ୟା ଭାରତୀ ଙ୍କ କହିବା ଅନୁଯାଇ ତାଙ୍କ ସ୍ୱାମୀ ଙ୍କର ଅନ୍ୟ ଏକ ଝିଅ ସହ ସମ୍ପର୍କ ରହିଛି, କିନ୍ତୁ ଏହା ସଠିକ ଭାବେ ପ୍ରମାଣିତ ମଧ୍ୟ ନୁହେଁ |

ତେବେ ଏହି ଘଟଣା କୁ ନେଇ ପୁଣି ଏକ ନୂଆ ସୂଚନା ସାମ୍ନା କୁ ଆସିଛି, ଯେଉଁଠି ଏକ ହାତ ଲେଖା ଚିଠି ମିଳିଛି ଯାହାକୁ ବିଦ୍ୟା ଭାରତୀ ଲେଖିଛନ୍ତି ବୋଲି ଜଣା ପଡ଼ିଛି | ତେବେ ସେହି ଚିଠି ରେ ଲେଖା ହୋଇ ଥିଲା ଯେ, ପୃଥିବୀ ରେ ମୁଁ ତୁମକୁ ସବୁଠାରୁ ଅଧିକ ଘୃଣା କରେ, ମୋ ନାଁ କୁ ଏହି ଲୋକ ସହ ଯୋଡିବାକୁ ଖରାପ ଲାଗୁଛି,

ଗୋଟିଏ ଭୁଲ ନିଷ୍ପତି କେମିତି ଜୀବନ ନଷ୍ଟ କରି ଦିଏ ପ୍ଲିଜ ମତେ କ୍ଷମା କରି ଦିଅ ଜୀବନ ସାରା ପାଇଁ କଷ୍ଟ ଦେଖି ପାରିବି ନାହିଁ, ମୁଁ କାହାର କେବେ କ୍ଷତି କରି ନାହିଁ, ହେ ପ୍ରଭୁ ସବୁ ଭୁଲ କୁ କ୍ଷମା କର ମୋ ଜୀବନ କୁ ନଷ୍ଟ ହେଵାକୁ ଦିଅ ନାହିଁ, କେମିତି ଆଜି ତିନି ଦିନ କଟିବ 12 ରୁ 15 ତାରିଖ ପରେ ଶାନ୍ତି ରେ ରହିବି ବୋଲି ଚିଠି ରେ ଲେଖା ହୋଇଛି |


ତେବେ ଏହି ହାତ ଲେଖା ଚିଠି ଟି ବିଦ୍ୟା ଭାରତୀ ଙ୍କର ବୋଲି ସେ ମାନିଛନ୍ତି | ତେବେ ଏହି ଚିଠି ଟି କଣ ପାଇଁ ଲେଖିଛନ୍ତି ବୋଲି ପଚାରିବାରୁ ସେ କହି ଥିଲେ, ଏହି ଚିଠି ଟି କଣ ପାଇଁ ଲେଖିଛି ମୁଁ ଜାଣି ନାହିଁ, କିନ୍ତୁ ମୋ ମନ ରେ ଯେତେବେଳେ ଦୁଃଖ କଷ୍ଟ ଆସିଲା ଆଉ ଅନ୍ୟ ଏକ ଝିଅ କୁ ନେଇ ସ୍ୱାମୀ ଙ୍କ ସହ ଝଗଡା ହେଲା ସେତେବେଳେ ଯାଇଁ ମୁଁ ସୋମ୍ୟରଞ୍ଜନ ଙ୍କ ପାଇଁ ଏ ଚିଠି ଲେଖି ଥିଲି ବୋଲି ସେ କହିଛନ୍ତି |

ତେବେ 12 ରୁ 15 ତାରିଖ ପରେ ସେ ଶାନ୍ତି ରେ ରହିବେ ବୋଲି କଣ ପାଇଁ ଲେଖିଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ି ନାହିଁ, ପୁଣି 13 ତାରିଖ ରେ ସୋମ୍ୟରଞ୍ଜନ ଙ୍କର ମୃତ୍ୟୁ ହୋଇ ଥିଲା ଯାହାକି ଏହାକୁ ନେଇ ସନ୍ଦେହ କରା ଯାଇଛି | ତେବେ ଏହି ଚିଠି କୁ କ୍ରାଇମ ବ୍ରାଞ୍ଚ ପାଇ ଏବେ ତଦନ୍ତ ଜାରି ରଖିଛି |