Breaking news–ଏବେ ଏବେ ଚଳଚିତ୍ର ଜଗତରୁ ଆସିଲା ବଡ ଦୁଖଦଃ ଖବର ! ଏହି ପ୍ରସିଦ୍ଧ ଅଭିନେତାଙ୍କର ଆକସ୍ମିତ ମୃତ୍ୟୁ …ଚାରିଆଡେ ଶୋକରଛାୟା….

ବଲିଉଡ୍ ସିନେ ଜଗତରୁ ପୁଣି ଆସିଛି ଏକ ଦୁଃଖ ଖବର ।ଆଉ ନାହାନ୍ତି ଭେଟେରାନ୍ ଅଭିନେତା ଦିଲିପ କୁମାର ।98 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।ଆଜି ସକାଳ 7ଟା 30 ମିନିଟ୍ ସମୟରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଦିଲିପ ହିନ୍ଦୀ ସିନେମା ର ଟ୍ରାଜେଡି କିଙ୍ଗ୍ ଭାବେ ପରିଚିତ ।ଯାହା ସୂଚନା ମିଳୁଛି , ଦିଲିପ କୁମାର ଙ୍କ ପରଲୋକ ହୋଇଛି । ଏହା ବହୁତ ଦୁଃଖଦ ଖବର ବଲିଉଡ୍ ସିନେମା ଜଗତ ର ସମସ୍ତ କାଳକାରଙ୍କ ପାଇଁ ।ସେମୁମ୍ବାଇ ହସପିଟାଲି କିଛି ଦିନ ପୂର୍ବେ ଚିକିତ୍ସିତ ହେଉଥିଲେ ଏବଂ ବହୁ ଅଭିନୟ ତାଙ୍କର ମଧ୍ୟ ଲୋକମାନଙ୍କୁ ଛୁଇଁଛି ।

ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଅଭିନେତା ଦିଲିପ କୁମାର ଙ୍କ ପ୍ରଲୋକ ହୋଇଛି ।ଚିକିତ୍ଲାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ବୋଲି ସୂଚନା ମିଳୁଛି ।ଦିଲିପ କୁମାର ଆଉ ଆମ ଗହଣରେ ନାହାନ୍ତି । ତାଙ୍କର ମୃତ୍ୟୁରେ ହିନ୍ଦୀ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ଦିଲିପ କୁମାର ଯେଉଁ ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ , ତେବେ ଏମିତି କୌଣସି ଚରତ୍ରର ନାହିଁ ବା ଏମିତି କୌଣସି ଚରିତ୍ର ର ଅଂଶ ନାହିଁ ଯେ ଦିଲିପ କୁମାର କରି ନାହାନ୍ତି । ସେ ହିନ୍ଦୀ ସିନେମାରେ ସମସ୍ତ କିରଦାର ନିଭାଇବାରେ ବହୁତ ପାରଙ୍ଗମ ଥିଲେ ।ସେ ହିନ୍ଦୀ ସିନେମାର ଯୁବ ନାୟକ ଥିଲେ ।

ସେ ନିଜ ଅଭିନୟର ଭିନ୍ନତା ପାଇଁ , ନିଜ ସଂଳାପର ଉଚ୍ଚାରଣର ଭିନ୍ନତା ପାଇଁ ଏବଂ ହାଲୁକା ରୋମାଣ୍ଟିକ ସହ ଦୁଃଖର ଯେଉଁ ମିଶ୍ରଣ ଓ ଭିନ୍ନ ଛାପ ସେ ଛାଡି ଦେଇ ଯାଇଛନ୍ତି ତାଙ୍କର ପ୍ରଶଂସକ ମାନଙ୍କ ପାଇଁ ।ବଲିଉଡ୍ ରେ ସେ 5 ଦଶନ୍ଧି ଧରି କାମ କରି ଆସୁଥିଲେ ।

ଏହା ସହିତ ସେ 60 ରୁ ଅଧିକ ଫିଲ୍ମ ରେ କାମ କରି ଆସୁଥିବାରୁ ତାଙ୍କୁ ଟ୍ରାଜେଡି କିଙ୍ଗ ଆଖ୍ୟା ଦିଆ ଯାଇଥିଲା ।ତାଙ୍କର ପ୍ରକୃତ ନାମ ହେଉଛି ମହମ୍ମଦ ୟୁସୁଫ୍ ଖାନ୍ । ତାଙ୍କର ଅଭିନୟକୁ ଲୋକେ ବହୁତ ପସନ୍ଦ କରୁଥିଲେ । ଭାରତୀୟ ଚଳଚ୍ଚିତ୍ର କୁ ଶିଖରକୁ ନେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।ଯୁବ ବର୍ଗ ଙ୍କ ପାଇଁ ପ୍ରେରଣା ଥିଲେ ଦିଲିପ କୁମାର ।ସେ ଯେଭଳି ଭାବେ ଅଭିନୟ କରୁଥିଲେ ,

ଅଭିନୟର ସ୍ଥାନ କେହି ନେଇ ପାରିବେ ନାହିଁ ଏବଂ ଗତ ବର୍ଷ ଦିଲିପ କୁମାର ତାଙ୍କର ଦୁଇ ସାନ ଭାଇ ଙ୍କୁ ମଧ୍ୟ କୋରନା ମହାମାରୀ ରେ ହରାଇଥିଲେ । ଆଜି ନିଜେ ବର୍ତ୍ତମାନ ଆମ ସମସ୍ତଙ୍କୁ ଛାଡି ଚାଲିଛନ୍ତି , କିନ୍ତୁ ତାଙ୍କର ଅଭିନୟ ଏବେ ବି ଆମ ସମସ୍ତଙ୍କ ଗହଣରେ ଅଛି ତାଙ୍କର ସେହି ଅଭିନୟର ଯାଦୁ ।

ତେବେ ସେ ତାଙ୍କର ଚମତ୍କାର ଅଭିନୟ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମ ଭୂଷଣ , ପଦ୍ମ ବିଭୂଷଣ ଓ ଭାରତୀୟ ସିନେମା ଜଗତର ସବୁଠାରୁ ବଡ ସମ୍ମାନ ଦାଦ ସାହେବ ଫଲକେ ଆୱାର୍ଡ ମଧ୍ୟ ପାଇଥିଲେ ।ତେବେ ଆମେ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ଅଭିନେତା ଦିଲିପ କୁମାରଙ୍କ ଆତ୍ମାର ସଦଗତି ହେଉ ।