corona tips ! କରୋନା ଟିକା ନେବା ପରେ ଖାଉଛନ୍ତି କି ଏହି ଖାଦ୍ୟ ? ସାବଧାନ….ନଚେତ୍ ହୋଇପାରନ୍ତି ଏହି ସମସ୍ୟାର ସମ୍ମୁଖୀନ…ଜାଣିରଖନ୍ତୁ

କରୋନା ମହାମାରୀ ସାମଗ୍ର ପୃଥିବୀରେ ହଇଚଇ ସୃଷ୍ଟି କରି ଦେଇଛି । ସମସ୍ତ ଦେଶରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ସେଥି ମଧ୍ୟରୁ ଆମେ ଦେଶ ଭରାତ ବାଦ ପଡି ନାହିଁ । କରୋନାରେ ପ୍ରତିଦିନ ପ୍ରାୟ 50 ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି ।କରୋନା ଜୀବାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟି ନାହିଁ ।ଏହି ସମୟରେ ଡେଲ୍ଟା ପ୍ରକାରରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।ଭାରତରେ କରୋନାର ପ୍ରଭାବ କମ୍ କରିବା ପାଇଁ ସରକାର ଟିକାକରଣ ବ୍ୟବସ୍ଥା ମଧ୍ୟ କରିଛନ୍ତି ।ଭାରତରେ ବାୟୋଟେକ୍ ଦ୍ୱାରା ନିର୍ମିତ କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ହେଉଛି ଦୁଇଟି ଟିକା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ।

ଟିକା ନେବା ପରେ କୋରନା ଜଟିଳ ହେବାର ଆଶଙ୍କା କମିଯାଇପାରେ ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ , କିଛି ଖାଦ୍ୟପେୟ ପରିବର୍ତ୍ତନ କରିବା ଦ୍ୱାରା ଟୀକାର ପାର୍ଶ୍ୱ ପ୍ରତିକ୍ରିୟା କମିଯାଏ ।ବିଶେଷଜ୍ଞ ମାନେ ବିଶ୍ୱାସ କରନ୍ତି ଯେ , ପୁରା ଶସ୍ୟର ବ୍ୟବାହର ଅନ୍ତସ୍ଥ ସ୍ୱାସ୍ଥ୍ୟର ଉନ୍ନତି ଆଣେ , ଯାହା ପ୍ରତିରକ୍ଷା ପ୍ରତିକ୍ରିୟା କୁ ଦୃଢ କରିଥାଏ ।

ଏଥିରେ ଅଧିକ ପରିମାଣରେ ଫାଇବର ଏବଂ ପଲିଫେନଲ୍ ଥାଏ ଯାହା ଶରୀରକୁ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟରୀ ଉପାଦାନରେ ଭରପୂର ରଖେ . ଡାଲି, ଚାଉଳ, ରୁଟି ପରି ସମ୍ପୂର୍ଣ୍ଣ ଶସ୍ୟା ଶରୀରରେ ଶକ୍ତି ସ୍ତରକୁ ବଢାଇଥାଏ ।ଯାହା ଦୁର୍ବଳତା ସୃଷ୍ଟି କରେ ନାହିଁ ।

ହାଇଡ୍ରେଟିଂ ଫୁଡ୍ କରୋନା ଟିକା ପ୍ରୟୋଗ କରି ସାରିବା ପରେ ଶରୀରରେ ଯନ୍ତ୍ରଣା , ବାହୁଯନ୍ତ୍ରଣା,ଶରୀର ଉଚ୍ଚ ତାପମାତ୍ରା ଏବଂ ସ୍ନାୟୁ ଭଳି ସମସ୍ୟା ହୋଇପାରେ ।ହାଇଡ୍ରେଟିଂ ଖାଦ୍ୟ ଖାଇବା ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇଥାଏ ।

କଞ୍ଚା କଦଳୀ ରେ ଆଣ୍ଟି ବ୍ୟାକ୍ଟେରିଆଲ୍ , ଆଣ୍ଟି ଭାଇରାଲ୍ , ଆଣ୍ଟି ଇନଫ୍ଲାମେଟୋରୀ ଏବଂ ଆଣ୍ଟି ଫଙ୍ଗଲ ଗୁଣ ରହିଛି ଯାହା ଅନ୍ତ ନଳୀରେ ସୁସ୍ଥ ଜୀବାଣୁ ବୃଦ୍ଧିକୁ ରୋକିଥାଏ ।ଏଥିରେ ଥିବା କୁର୍ମିନ୍ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଯାହା ଥଣ୍ଡା ଓ ଫ୍ଲୁ ହେବାର ଆଶଙ୍କା ହ୍ରାସ କରିଥାଏ । ତେଣୁ ଏପରି ପରିସ୍ଥିତିରେ କାକୁଡି, କମଳା,ତରଭୁଜ ଭଳି ଖାଦ୍ୟ ଖାଇବା ଉଚିତ୍ ଯାହା ପାଣିରେ ଭରପୁର ଅଟେ ।

ଏହା ବ୍ୟତୀତ ଉଷୁମ କ୍ଷୀର ପିଇବା ଏବଂ ଅଦା ଖାଇବା ଉଚିତ୍ । ଅଦାରେ ପ୍ରାୟ 30 ଆମିନ ଏସିଡ୍ ଓ 500 ଏନଜାଇମ୍ ଥାଏ , ଯାହା ରୋଗ ପ୍ରତିଷେଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଆପଣ କଞ୍ଚା ଅଦା କିମ୍ବା ଅଦା ଚା ପିଇ ପାରିବେ ।ଏହା ଚାପ ସ୍ତରକୁ ହ୍ରାସ କରିବାେ ସହାୟକ ହୋଇଥାଏ ।

ସବୁଜ ପନିପରିବା ସାଲାଡ, ସୁପ୍ ଏବଂ ରନ୍ଧା ପନିପରିବା ଖାଇବା ଉଚିତ୍ ।କାରଣ ସବୁଜ ପନିପରିବା ରେ ଭିଟାମିନ୍ ଏ,ସି,କେ,ଫୋଲେଟ୍,ପୋଟାସିୟମ,ମ୍ୟାଗ୍ନେସିୟମ,ଏବଂ ଅନ୍ୟାନ୍ୟ ଜରୁରୀ ଖଣିଜ ପଦାର୍ଥ ସବୁ ରହିଥାଏ ଯାହା ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ