ଦେଖନ୍ତୁ ଭିଡିଓ ! ପୋଲିସ ଛଡେଇନେଲା ମାଆ କୋଳରୁ ଛୁଆ; କାନ୍ଦି କାନ୍ଦି ଗୁହାରି କଲେ ଅସହାୟ ଦମ୍ପତ୍ତି , କିନ୍ତୁ ପିଲାକୁ ଅନଲାଇନ୍ ରେ 50 ହଜାର ଟଙ୍କାରେ ବିକ୍ରି କରାଯିବା ପାଇଁ ଯୋଜନା କରାଯାଉଛି୍ !

ମାଆ” ମାଆ ର ତୁଳନା ନାହିଁ ,ସେ ଅତୁଳନୀୟ । ମାଁ ଶବ୍ଦରେ ଭରି ରହିଥାଏ ଦୁନିଆର ସବୁ ସୁଖ । ଆଉ ସେଥିପାଇଁ ତ କୁହାଯାଏ ମାଁ ହେଉଛି ମମତାମୟୀ, ସ୍ନେହମୟୀ, କରୁଣାମୟୀ , ମାଆର ପଣତ ତଳେ ଭରି ରହିଥାଏ ସବୁ ଦୁଃଖକଷ୍ଟକୁ ଭୁଲି ଯିବାର ଔଷଧ ।ମା ତାକୁ କୁହାଯାଏ ଯିଏ ସବୁ ଦୁଖଃକଷ୍ଟ ସହି 9 ମାସ ନିଜ ଗର୍ଭରେ ଧାରଣ କରି ଆମକୁ ଦୁନିଆଁ ଦେଖାଇଥାଏ ଏବଂ ସାରା ଜୀବନ ତା ହୃଦୟରେ ସାଇତି ରଖିଥାଏ। ତାର ପିଲା ଉପରେ କେବେବି କିଛି ସମସ୍ୟା ନ ଆସୁ ସେଥିପାଇଁ ସବୁବେଳେ ତାକୁ ପଣତ କାନିରେ ଘୋଡେଇ ରଖିଥାଏ।

ଏହା ଗୋଟେ ନାରୀ ଜୀଵନର ପ୍ରକୃତ ମୂଲ୍ୟକୁ ସୁଚାଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ ।

କିନ୍ତୁ ଥରେ ଭାବିଲେ ଯଦି ସେହି ମାଁ ଠାରୁ ତା ପିଲାକୁ ଅଲଗା କରି ତାକୁ ବିକ୍ରି କରି ଦିଆଯାଏ ତେବେ ସେହି ମାଁ ବାପାଙ୍କ ଉପରେ ସେହି ସମୟରେ କଣ ବିତୁଥିବ । ତେବେ ବର୍ତ୍ତମାନ ସମୟରେ ସେହିପରି ଗୋଟିଏ ଖବର ଆମ ପାଖରେ ପହଞ୍ଚିଛି ।

ଘଟଣା ଅନୁସାରେ ପଟିଆ ହନୁମାନ ମନ୍ଦିରର ପୂଜାରି ଶତ୍ରୁଘ୍ନ ପଟିଆ ରେଳଷ୍ଟେସନରେ ଗୋଟିଏ ଦୋକାନ କରିଛନ୍ତି । ରାତି ପ୍ରାୟ 9ଟା ବେଳେ ଯେତେବେଳେ ଶତ୍ରୁଘ୍ନ ଏବଂ ତାଙ୍କ ସ୍ତ୍ରୀ ନିରୁପମା ଦୋକାନକୁ ଯାଇଥିଲେ ଶୋଇବା ପାଇଁ ସେତେବେଳେ ଦେଖିଲେ କି ତାଙ୍କ ଦୋକାନ ସାମ୍ନାରେ ଗୋଟିଏ ଛୋଟ ଶିଶୁଟି ପଡିଛି ।

 ତେଣୁ ସେମାନେ ସେହି ଶିଶୁଟିକୁ କୋଳେଇ ନେଇଥିଲେ, କାହିଁକି ନାଁ ଦେଢ଼ ବର୍ଷ ପୂର୍ବରୁ ତାଙ୍କର ପୁଅର ଦେହାନ୍ତ ହୋଇଥିଲା;ରାସ୍ତା କଡରୁ ପାଇଥିବା ପୁଅକୁ ପାଇ ସେମାନେ ତାଙ୍କର ମରିଯାଇଥିବା ପୁଅ ପୁଣି ଫେରି ଆସିଛି ବୋଲି ଭାବିଥିଲେ । କିନ୍ତୁ କର୍ତ୍ତବ୍ୟ ଏବଂ ଆଇନ୍ ଦୃଷ୍ଟିରୁ ସେମାନେ ପୋଲିସକୁ ଇନଫର୍ମ କରିଦେଇଥିଲେ ପିଲା ବିଷୟରେ ।

ଏହାପରେ ପିସିଆର୍ ସେଠାରେ ପହଞ୍ଚି , ସେମାନଙ୍କୁ ଥାନାକୁ ଯିବା କହିଥିଲେ ଏବଂ କିଛି କାଗଜପତ୍ର କାମ ପରେ ପିଲାକୁ ସେମାନଙ୍କୁ ଫେରେଇ ଦେବେ ବୋଲି କହି ପିଲାକୁ ସେମାନଙ୍କ ଠାରୁ ଛଡେଇ ନେଇଛନ୍ତି । ଚାଇଲ୍ଡ ଅଫିସରେ ପିଲାକୁ ସେମାନେ ରଖିଛନ୍ତି । ତେଣୁ ଦମ୍ପତି ଥାନାକୁ ଆସି ଏଫଆଇଆର ଦେଇଥିଲେ କିନ୍ତୁ ଥାନାରୁ ସେମାନଙ୍କୁ ତଡି ଦିଆଗଲା ଏବଂ ପୋଲିସ୍ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ।

ଏହାପରେ ସେମାନଙ୍କୁ COW ଅଫିସ୍ ଯିବା ପାଇଁ କହିଲେ ପୋଲିସ୍ କର୍ତ୍ତୃପକ୍ଷ । କିନ୍ତୁ COW ଅଫିସରେ ଦମ୍ପତିଙ୍କୁ କୁହାଗଲା କି ପିଲାଟିକୁ ଅନଲାଇନ୍ ରେ ବୁକିଂ କରି 50 ହଜାର ଟଙ୍କାରେ ବିକ୍ରି କରିଦିଆଯିବ ।

ତେଣୁ ଅସହାୟ ଦମ୍ପତିଙ୍କ କାନ୍ଦିକାନ୍ଦି ଗୁହାରି କହିଛନ୍ତି ଆମେ ପିଲାକୁ ଦେଇଥିଲେ କଣ ବିକ୍ରି କରିବା ପାଇଁ ଯଦି ପିଲାକୁ ସମ୍ଭାଳି ପାରିବେନି ତାହେଲେ ତାଙ୍କୁ ସେହି ପିଲାକୁ ଫେରେଇ ଦିଅନ୍ତୁ । ଏନେଇ ଦମ୍ପତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କୁ ଅନୁରୋଧ କରିଥିଲେ । ତେଣୁ ସୁରଭାଇ ତାଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ସେହି ପିଲାକୁ ସେମାନଙ୍କୁ ନିଶ୍ଚିତ ଭାବରେ ଫେରେଇ ଦିଆଯିବ ,ସେଥିପାଇଁ ଦମ୍ପତିଙ୍କୁ ଡିସିପି ଅଫିସ୍ ନେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।