ଆଶ୍ଚର୍ଯ୍ୟ ଜନକ ଘଟଣା ! କରୋନା ଟିକା ନେଲା ପରେ ବନ୍ଦ ହେଉନି ଆଖି, ଫୁଲିଯାଇଛି ଗାୟିତ୍ରୀଙ୍କ ଗାଲ…ବିଶ୍ବାସ ହେଉ ନଥିଲେ ଭିଡିଓ ନିଶ୍ଚିତ ଦେଖନ୍ତୁ..

ସମଗ୍ର ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ତାହାକୁ ରୋକିବା ପାଇଁ ରାଜ୍ୟ ସରକାର 18 ରୁ ଊର୍ଦ୍ଧ୍ୱ ବର୍ଷ ବୟସର ଲୋକମାନଙ୍କୁ ଟୀକା କରଣ ବ୍ୟବସ୍ଥା କରିଛନ୍ତି । ଲୋକମାନେ ମଧ୍ୟ ଟୀକା ନେଉଛନ୍ତି ।କିନ୍ତୁ ଟୀକା ନେବା ପରେ କିଛି କିଛି ଲୋକମାନଙ୍କ ଶରୀରରେ ଆଶ୍ଚର୍ଯ୍ୟକର ଘଟଣା ସବୁ ଦେଖିବାକୁ ମିଳୁଛି ଓ କରୋନାର ଟୀକା ର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି । ପୂର୍ବରୁ ଥିଲେ ସୁସ୍ଥ । କିନ୍ତୁ କରୋନା ଟିକା ନେବା ପରେ ଫୁଲିଲା ବାମ ପଟ ଗାଲ ।ଆଖି ପତା ବନ୍ଦ ନ ହେବା ସହ ଗାଲ ହୋଇଗଲା ବଙ୍କା ।

କରୋନା ଟିକା ର ଏଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖିହାକୁ ମିଳିଛି ଗୁଜଙ୍ଗସାଇଲୋ ଗାଁ ରେ । ଗାଁ ର ଗାୟତ୍ରୀ ମହାପାତ୍ର ନାମକ ଜଣେ ମହିଳା ଜୁନ୍ 23 ତାରିଖରେ କରୋନା ଟିକା ର ପ୍ରଥମ ଡୋଜ ନେଇଥିଲେ ।ତା ପର ଦିନ ଅର୍ଥାତ୍ 24 ତାରିଖ ଦିନ ସକାଳୁ ତାଙ୍କ ଦେହ ଘୋଳା ବିନ୍ଧା ହେବା ସହ ଡାହାଣ ପଟ କାନ୍ଧ ରେ ଭୀଷଣ ଯନ୍ତ୍ରଣା ହୋଇଥିଲା ।

ପରେ ମୁହଁର ବାମପଟ ଗାଲ ଫୁଲି ବଙ୍କା ହୋଇ ଯାଇଥିଲା ।ସେହିପରି 25 ତାରିଖରେ ମହିଳା ଙ୍କ ଡାହାଣ ପଟ ଆଖି ବନ୍ଦ ହେଉ ନ ଥିଲା । ଏହା ପ୍ରଥମେ ତାଙ୍କୁ ରାହାମା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସା ଫଳପ୍ରଦ ନ ହେବାରୁ ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ନିଆ ଯାଇଥିଲା ।


ହେଲେ ନିଉରୋଲୋଜି ଓ ଗଳା. ନାକ ଓ କର୍ଣ୍ଣ ଡିଏମଟି ବିଭାଗରେ ଦେଖାଇବା ପାଇଁ କଟକ ବଡ ମେଡିକାଲ୍ କୁ ନେବା ପାଇଁ ପରାମର୍ଶ ଦିଆଯାଇଥିଲା ।ତେବେ ଏହି ଘଟଣା ପରେ ଗାୟତ୍ରୀ ଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ଦାବି ହୋଇଛି ।ନିକଟରେ କୋରନା ଟିକା ନେବା ପରେ ଦେହରେ ଚୁମ୍ବକୀୟ ଶକ୍ତି ଆସୁଥିବାର କଥା ଉଠିଥିବା ବେଳେ ଏପଟେ ମହିଳାଙ୍କ ଏଭଳି ପାର୍ଶ୍ୱ ପ୍ରତିକ୍ରିୟା କୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।ପୂର୍ବରୁ ଗାୟତ୍ରୀ ସୁସ୍ଥ ଥିବା ବେଳେ ଟିକା ନେବା ପରେ ଏଭଳି ଘଟଣା ଘଟିଛି ।କିନ୍ତୁ ଏହାକୁ ବିଭାଗୀୟ ଅଧିକାରୀ ଗୁରୁତର ନେଉ ନ ଥିବା ବେଳେ ଏହା ଟିକା ନେବା ଯୋଗୁଁ ନୁହେଁ ବୋଲି କହି କଥାକୁ ଏଡାଇ ଦେଉଥିବା ଅଭିଯୋଗ କରିଛନ୍ତି ଗାୟତ୍ରୀ ଙ୍କ ପରିବାର ।