ଦେଖନ୍ତୁ ଏହି ଲଜ୍ୟାଜନକ ଭିଡିଓ ! ଘର ସାମ୍ନାରେ ଶଶୂର ବୋହୁର ଚାଲିଛି ରମ୍ପା ରମ୍ପି ….ଭୁଲିଗଲେ ସବୁ ସମ୍ପର୍କ ଏବଂ ପାର କରିଗଲେ ସୀମା…..ଛି ଛିଃ ଲଜ୍ୟା ନାହିଁ ତୁମକୁ…..

ଘରକୁ ବୋହୂ ଟିଏ ଗଲେ କୁହନ୍ତି ଘରକୁ ଲକ୍ଷ୍ମୀ ଆସିଛି । ବୋହୂଟିଏ ପରିବାରର ଶାଶୁ ଶଶୁର , ସ୍ୱାମୀ , ଦେଉର ,ନଣନ୍ଦ ସମସ୍ତ ଙ୍କୁ ନେଇ ଚଳିଥାଏ । ସେ ନିଜେ ସମସ୍ତ ଦୁଃଖ ସହି ଅନ୍ୟକୁ ଖୁସି ରଖିବାକୁ ଚେଷ୍ଟା କରିଥାଏ । ଘରର ଭଲ ମନ୍ଦ କଥା ବୁଝିଥାଏ । ପରିବାର ର ସମସ୍ତ ଙ୍କୁ ଖୁସିରେ ରଖିବାକୁ ସବୁବେଳେ ଚେଷ୍ଟା କରେ । କିନ୍ତୁ ଆଜି କାଲିର ସମାଜରେ ବୋହୂ ଙ୍କୁ ନାନା ପ୍ରକାରର ନିର୍ଯାତନା ଦିଆ ଯାଉଛି । ବିଶେଷ କରି ଅଧିକାଂଶ ଘରେ ବୋହୂକୁ ଯୌତୁକ ନିର୍ଯାତନା ଦିଆ ଯାଉଛି । ନିର୍ଯାତନା ଦେଇ କେଉଁଠି ବୋହୂକୁ ମାରି ଦିଆ ଯାଉଚି ତ କେଉଁଠି ଘରୁ ବାହାର କରି ଦେଉଛନ୍ତି ।

ଏହି ପ୍ରକାରର ଏକ ଲଜ୍ଜା ଜନକ ଘଟଣା ର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।ଭିଡିଓ ଟିରେ ଦେଖିବାକୁ ମିଳୁଛି ଯେ, ସ୍ୱାମୀ ନ ଥିବା ସମୟରେ ଶଶୁର ବୋହୂ ଙ୍କୁ ମାଡ ମାରୁଛନ୍ତି । ବୋହୂର ଚୁଟି ଧରି ଘୋଶାଡି ଆଣୁଛନ୍ତି ସଶୁର ଓ ଗାଁ ଦାଣ୍ଡରେ ଠେଲି ଦେଲେ ।

ଏହା ଏକ ପାରିବାରିକ ଘଟଣା ଯାହା ସମ୍ପର୍କ କୁ ଅସମ୍ମାନ କରୁଛି।ଏହା ନାରୀ କୁ ଅସମ୍ମାନ କରାଯାଉଛି ।ଘଟଣା ଟି ଖୋର୍ଦ୍ଧା ଜିଲ୍ଲା ର ବାଣପୁର ଗୋପିକାନ୍ତ ଗାଁ ରେ । ବୋହୂ ଅଭିଯୋଗ କରିଛନ୍ତି ଯେ ,ଶଶୁର ଅଧିକ ଯୌତୁକ ଦାବି ରେ ଏହି ମହିଳା ଙ୍କୁ ଘରୁ ବାହାର କରିଦେଇଛନ୍ତି ଏବଂ ପୁଅ କୁ ଅନୟ କୋଉଠି ବାହା କରି ଦେଇଛନ୍ତି ।

ସୂଚନା ମୁତାବକ, ନୟାଗଡ ଜିଲିଲା ପୋକଗଡିଆ ଗାଁ ର ନିତ୍ୟାନନ୍ଦ ମହାପାତ୍ର ଙ୍କ ଝିଅ ଲକ୍ଷ୍ମୀପ୍ରିୟା ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋପିନାଥପୁର ଗାଁ ର ପରିକ୍ଷୀତ ଦାସଙ୍କ ପୁଅ ସତ୍ୟବ୍ରତ ଦାସଙ୍କ ସହିତ ବୈଦିକ ରିତୀରେ ବିବାହ ହୋଇଥିଲା । ଏହାପରେ ସେମାନଙ୍କର ଝିଅ ଟିଏ ବି ହେଲା ।କିନ୍ତୁ ବାହାଘରର 2 ବର୍ଷ ପରେ ହଠାତ୍ ଚାଲିଲା ଯୌତୁକ ନିର୍ଯାତନା ।ଶଶୁର ଶାସୁ,ଦେଢଶୁର, ଯାଆ , ନଣନ୍ଦ ଏବଂ ସ୍ୱାମୀ ସମସ୍ତେ ମିଶି କଥା କଥା ରେ ମାଡ ମାରିଲେ ।

ଏତିକିରେ ସରିଲାନି , ମାଡ ମାରି ଘରୁ ବାହାର କରିଦେଲେ ଏବଂ ଟଙ୍କା ଆଣିବାକୁ ତାଗିଦ୍ କଲେ ଶାଶୁ ଘର ଲୋକେ । ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ବାଙ୍ଗାଲୋର ରେ ଚାକିରୀ କରିଥିବାରୁ ସେ ଘରେ ରୁହନ୍ତିନି ।ବୋହୂ ଙ୍କୁ ଘରେ ଏକୁଟିଆ ପାଇ ବାରମ୍ବାର ଦୁର୍ବ୍ୟବହାର କରୁଥିଲେ ଶସୁର ଘର ଲୋକେ । ଏହା ଶୁଣି ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ତାଙ୍କୁ ବାଙ୍ଗାଲୋର ନେଇଯାଇଥିଲେ ଓ ସେଠାରେ 15 ମାସ ରହି ଘରକୁ ଫେରିଥିଲେ ।

ପୁଣି ଆରମ୍ଙ ହୋଇଯାଇଥିଲା ଯୌତୁକ ନିର୍ଯାତନା । ବୋହୂକୁ ପାଗଳୀ କହି ଅଦାଲତ ରେ ମକଦ୍ଦମା ମଧ୍ୟ ରୁଜ୍ଜୁ କରିଥିଲେ ଶଶୁର । ଏପଟେ ବୋହୂ ମଧ୍ୟ ସ୍ୱାମୀ ନାଁ ରେ ଏତଲା ଦେଇଥିଲେ ଓ ସ୍ୱାମୀ ଏକ ମାସ ଜେଲ୍ ରେ ଥିଲେ ଓ ପରେ ସ୍ତ୍ରୀ କୁ ପାଖକୁ ନେଇଯିବେ ବୋଲି ପ୍ରତିଶୃତି ଦେଇଥିଲେ ।

କିନ୍ତୁ ଗତ ଫେବୃୟାରୀ ମାସରେ ସ୍ୱାମୀ ଆଉ ଜଣକୁ ବିବାହ କରି ନେଇଛନ୍ତି , ଏହା ଶଷୁଣି ବୋହୂ ନିଜ ହକ୍ ପାଇଁ ଲଢିଲେ ,କିନ୍ତୁ ମାଡ ଖାଇଲେ ଶସୁର ଙ୍କ ଠାରୁ । ତେବେ ଏହି ଭିଡିଓ ଭାଇରାଲ ହୋଇ ପୋଲିସ୍ ପାଖରେ ପହଞ୍ଚିଲାଣି । କିନ୍ତୁ ଲକ୍ଷ୍ମୀପ୍ରିୟା ଙ୍କ ଶଶୁର ଘଧରୁ କିଛି ବି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।