ଟିକ୍ ଟକ୍ କରୁଥିଲେ ବୋଲି କିରୋସିନ ଢ଼ାଳି ସ୍ତ୍ରୀକୁ ଜାଳିଦେଲା ସ୍ବାମୀ | ଆଉ ତା ପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଟିକ୍ ଟକ୍ କରକୁଥିଲେ ବୋଲି କିରୋସିନ ଢାଳି ସ୍ତ୍ରୀକୁ ଜାଳି ଦେଲା ସୈତାନ ସ୍ବାମୀ । ପୁଣି ଯୌତୁକ ନିର୍ଯ୍ୟାତନା ଶିକାର ହୋଇଛନ୍ତି ଆଉ ଜଣେ ନିରିହ ନାରୀ । ଆଜିକାଲି ତ ସବୁଦିନେ ବହୁ ଅଜବ ଘଟଣା ସବୁ ଘଟୁଛି , ଆପଣ ଖବର ଶୁଣୁଥିବେ ଆଉ ନିଜ ଆଖପାଖରେ ମଧ୍ୟ ଦେଖୁଥିବେ ।ତେବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଜିଭ କାମୁଡି ଦେବେ । ସୈତାନ ସାଜିଲା ସ୍ବାମୀ, ସ୍ତ୍ରୀର ହସହସ ମୁହଁକୁ ସହି ପାରିଲେ ନାହିଁ ସ୍ବାମୀ , ସ୍ତ୍ରୀ ଏବେ ମରଣ ସହ କରୁଛନ୍ତି ସଂଗ୍ରାମ ।

ତେବେ ଯୌତୁକ ନିର୍ଯ୍ୟାତନା ଭଳି ଅତି ଆମାନୁଷିକ କୁପ୍ରଥା ତଥା ପରମ୍ପରା ଆଜି ବି ଆମ ସମାଜରେ କେତେ ନିରିହ ଝିଅର ଘର ଓଜାଡି ଦେଉଛି । ଆଜି ବି ଆମ ସମାଜରେ ଯୌତୁକ ନିର୍ଯ୍ୟାତନାର ଶିକାର ହେଉଛନ୍ତି ଅନେକ ଝିଅ ।

ଯୌତୁକ ନେବା କିମ୍ବା ଦେବା ଆଇନ ଗତ ଅପରାଧ ହୋଇଥିଲେ ମଧ୍ୟ ଲୋକଙ୍କର ଲାଳସା ଏହାକୁ ବଞ୍ଚାଇ ରଖିଛି । ପୁଣି ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ଯୋତୁକ ନିର୍ୟ୍ୟାତନା ଦେଇ ବୋହୁକୁ କିରୋସିନ୍ ଢାଳି ଜାଳି ଦେଇଛନ୍ତି ଶାଶୁଘର ଲୋକେ ।ଟିକ୍ ଟକ୍ ଭିଡିଓକୁ ଶଯ୍ୟ କରିପାରିଲେ ନାହିଁ ତାଙ୍କ ଶାଶୁଘର ଲୋକେ ।

ଟିକଟକ୍ ଭିଡିଓ ଆଳରେ ଶଶୁର ଘରଲୋକେ ଆରମ୍ଭ କରିଦେଇଥିଲେ ଯୌତୁକ ନିର୍ଯ୍ୟାତନା । ଏତେ ନିଷ୍ଠୁର ହୋଇଗଲେ ଯେ ମୋନାଲିସାଙ୍କ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଲେ ।

ଘଟଣା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଛେଳିୟା ଗ୍ରାମର ମୋନାଲି୍ସା ଦାସ । ଆଜକୁ 2ବର୍ଷ ତଳେ ବୈଶିଂଘା ଥାନାର କାଠପଡା ଗ୍ରାମର ମୋହିତ କୁମାର ମହାପାତ୍ରଙ୍କୁ ବିବହା କରିଥିଲେ । ମୋନାଲିସା ଥିଲେ ବାପା ମାଁଙ୍କର ଏକମାତ୍ର ଅଲିଓଳି ଝିଅ , ଦେଖିବାକୁ ଯେମିତି ସୁନ୍ଦର ତାଙ୍କ କଥାବି ସେତିକି ମଧୁର । ବାପା ଚାହା ଦୋକାନ କରି ଝିଅକୁ ବାହା ଦେଇଥିଲେ , ଭାବିଥିଲେ ଝିଅ ଭଲରେ ସଂସାର କରିବ କିନ୍ତୁ ଶାଶୁ,ଶଶୁର ଏବଂ ସ୍ବାମୀ ମିଶି ମୋନାଲିସାଙ୍କୁ ଦେଉଥିଲେ ଅକଥନିୟ ନିର୍ଯ୍ୟାତନା ।

ମୋନିଲାସା ଟିକଟକ୍ ଭିଡିଓ କାହିଁକି କରୁଛନ୍ତି ବୋଲି ଶଶୁରଘର ଲୋକେ ତାଙ୍କୁ ବିରୋଧ କରୁଥିଲେ , ତେଣୁ ଶେଷରେ ଟିକଟକ୍ କରିବା ଛାଡି ଦେଇଥିଲେ । ଦିନେ ମୋନାଲିସା ଟିକଟକ୍ ଭିଡିଓ କରିବା ସମୟରେ ହଠାତ୍ ସ୍ବାମୀ ମଦ ନିଶାରେ ଘରେ ପହଞ୍ଚି ଯାଇଥିଲେ ଏବଂ ତାଙ୍କୁ ମାଡ଼ଗାଳି ଦେବା ସହ ଗୋଟେ ଘରେ ବନ୍ଦ କରି ତାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗେଇ ଦେଇଥିଲେ ।


ଏହି ଘଟଣା ପରେ ସ୍ବାମୀ ମୋହିତ ମହାପାତ୍ରଙ୍କୁ ବୈଶିଂଘା ଥାନା ପୋଲିସ୍ ଗିରଫ କରିଥିଲା । ମାତ୍ର 7 ଦିନ ଭିତରେ ଜେଲରୁ ମୁକୁଳି ଯାଇଥିଲେ ଅଭିଯୁକ୍ତ । ଏଠି କିନ୍ତୁ ପ୍ରଶ୍ନ ଉଠୁଛି ଏଭଳି ଜଘନ୍ୟ କାଣ୍ଡ ଘଟେଇଥିବା ସ୍ବାମୀ ଜାମିନରେ ମୁକୁଳିଲେ କେମିତି । ଯୌତୁକ ନିର୍ୟ୍ୟାତନା ଏବଂ କିରୋସିନ ଢାଳି ହତ୍ୟା ଉଦ୍ୟମ ଭଳି ଘଟଣାରେ ପୋଲିସ୍ ଦେଇଥି୍ବା ଚାର୍ସିଟରେ ନିଶ୍ଚୟ ସଂଗିନ୍ ଦଫା ଲାଗିଥିବ କିନ୍ତୁ ମୁକୁଳିଲେ କେମିତି ସ୍ବାମୀ ମୋହିତ ।

ଏନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ମୋନାଲିସାଙ୍କ ମାଁ । ତେବେ ବର୍ତ୍ତମାନ ହସ୍ପିଟାଲ ବେଡ୍ ରେ ନ୍ୟାୟ ଅପେକ୍ଷାରେ ଅଛନ୍ତି ମୋନାଲିସା । ସେପଟେ କେନ୍ଦ୍ର ମନ୍ତ୍ରୀ ଦାବି କରିଛନ୍ତି ଯେ ଘଟଣାର ପ୍ରକୃତ ତଦନ୍ତ କରି ଦୋଷୀକୁ ଦଣ୍ଡ ମିଳୁ ।