ଯଦି ଆପଣଙ୍କ କାନରେ କେବେ ପସିଯାଏ କୌଣସି ପୋକ,କରନ୍ତୁ ଏହି ସରଳ ଉପାୟ, ପୋକ ତୁରନ୍ତ ବାହାରକୁ ଆସିବ

ଭଗବାନ ଏହି ସଂସାର ସୃଷ୍ଟି କରିବା ସମୟରେ ମଣିଷକୁ ଭିନ୍ନ ଓ ନିଆରା ରୂପରେ ଏବଂ ସମସ୍ତ ପ୍ରାଣୀଙ୍କ ଠାରୁ ଭିନ୍ନ ରୂପରେ ଗଢିଛନ୍ତି । ଆଉ ଯଦି ଆପଣ ସମାଜର ନୀତିନିୟମ କୁ ଦେଖିବେ ତ ମଣିଷ ହେଉଛି ଏକ ମାତ୍ର ପ୍ରାଣୀ ଯିଏକି ସମସ୍ତ ନୀତିନିୟମ ଦ୍ବାରା ବନ୍ଧା ହୋଇଥାଏ । ଆମ ପରିବେଶ ସାଧାରଣତ୍ୱ 2 ପ୍ରକାର ପ୍ରାଣୀକୁ ନେଇ ଗଠିତ ଅଟେ ତଥା :-ସକ୍ରିୟ ଏବଂ ନିଷ୍କ୍ରିୟ ପ୍ରାଣୀ ,ଏବଂ ସକ୍ରିୟ ପ୍ରାଣୀ ମଧ୍ୟରେ ମାନବ ଏବଂ କୀଟପତଙ୍ଗ ତଥା ସରୀସୃପ ଅନ୍ୟତମ ।

ସମସ୍ତ ସକ୍ରିୟ ପ୍ରାଣୀ ର ଜୀବନ ଶୈଳୀ ମଧ୍ୟ ଭିନ୍ନ ହୋଇଥାଏ , ଯେପରି କି ମାନଵ ଜାତି ସବୁ ୠତୁରେ ନିଜର ଜୀବନ ସହଜରେ ଅତିବାହିତ କରିପାରନ୍ତି ମାତ୍ର କୀତାପଟଙ୍ଗ ସାଧାରଣତ୍ୱ ବର୍ଷା ଋତୁରେ ଜନ୍ମ ନେଇଥାନ୍ତି ।

ଏହି କିତପଟଙ୍ଗ ଗୁଡିକ ବର୍ଷା ଋତୁ ରେ ଜନ୍ମ ନେଇ ଘେର ତଥା ସନ୍ତସନ୍ତିଆ ସ୍ଥାନରେ ରହିଥାନ୍ତି ଏବଂ ଏହି ସବୁ ମଣିଷମାନଙ୍କ ପାଇଁ ବେଳେବେଳେ କ୍ଷ୍ୟତିକରକ ହୋଇଥାନ୍ତି ।ଏମାନେ ଆକାରରେ ଛୋଟ ଓ ବଡ ହେଇଥାନ୍ତି ।ଏହି ଛୋଟ ଛୋଟ ଜୀବ ଗୁଡିକ ମଣିଷ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ରେ ତଥା କାନ ,ନାକ ,ଆଖିରେ ପଶିଯାଇ ମଣିଷ କୁ ବହୁତ ଅସୁବିଧାରେ ପକେଇଥାନ୍ତି ।

ନାକ ଏବଂ ଆଖିରେ ତଥା ପାଟିରେ ପଶିଥିବ ଛୋଟ ଜିବକୁ ବାହାର କରିବା ସହଜ ହୋଇଥାଏ କିନ୍ତୁ ଏହା କାନରେ ପଶିରହିଲେ ଏହାକୁ ବାହାର କରିବା କଷ୍ଟକର ହୋଇଥାଏ ।

ଆଉ ଯଦି କାନ ଭିତରେ ପୋକ ମରିଯାଇଥାଏ ତେବେ ଏହା ସହଜ ହୋଇଥାଏ କାନ ଭିତରୁ ବାହାର କରିବାକୁ କିନ୍ତୁ ପୋକ ବଞ୍ଚିଥିଲେ ତାହା ଅଧିକ କଷ୍ଟ ଦେଇଥାଏ ଏବଂ ଆମେ ଏହାର କିଛିଟା ଉପାୟ ଆପଣଙ୍କୁ ଜଣାଇବୁ ଯାହା ମାଧ୍ୟମରେ ତାକୁ ବାହାର କରାଯାଇପାରିବ । ଆଜି ଆମେ ଆପଣଙ୍କୁ ଏହାର କିଛି ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ସଜରେ ନିଜ କାନରୁ ପୋକକୁ ବାହାର କରିପାରିବେ ।

1. ଯଦି ଆପଣଙ୍କ କାନରେ କୌଣସି ପୋକ ପଶି ଯାଇଛି ତେବେ ପାଣିରେ ଅଳ୍ପ ସେନ୍ଧା ଲୁଣ ମିଶାଇ ବୁନ୍ଦା ବୁନ୍ଦା କରି କାନରେ ପକାନ୍ତୁ ଏହା ଦ୍ଵାରା ପୋକ ବାହାରକୁ ଆସିଯିବ ।
2. ଯଦି କାନରେ ପୋକ ପସିଯାଇଛି ସେ ବଞ୍ଚିଥାଉ କିମ୍ବା ମରିଥାଉ ଆପଣ ତେଲ ମାଧ୍ୟମରେ ତାକୁ ବାହାର କରିପାରିବେ। କାନରେ ବୁନ୍ଦା ବୁନ୍ଦା କରି ଗରମ ସୋରିଷ ତେଲ ପକାଇବା ଦ୍ବାରା କାନ ରେ ବଞ୍ଚିଥିବା ପୋକ ବାହାରକୁ ଆସିଥାଏ ।

3. ଯଦି କାନରେ ପୋକ ପଶିଯାଇଛି ତେବେ ଆପଣ କାନକୁ ଉପର ଆଡକୁ ରଖନ୍ତୁ ଏହା ଦ୍ଵାରା ସେ ବାହାରିଯିବ । ସାଧାରଣତଃ ପୋକମାନେ କାନର ଅଧିକ ଗଭୀରତାକୁ ଯାଇପାରନ୍ତି ନାହିଁ, କାରଣ ଆମ କାନରେ ଥିବା ଏୟାରଡ୍ରୋମ୍ସ ତାଙ୍କୁ ରୋକିଥାଏ ।
4. କାନରେ ପଶିଯାଇଥିବା ପୋକମାନଙ୍କୁ କାଠି ବା ତୁଳା ମାଧ୍ୟମରେ ମାରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଏହାଦ୍ଵାରା ପୋକକୁ କାନରୁ ବାହାର କରିବା ବହୁତ କଷ୍ଟକର ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।