ଦେଖନ୍ତୁ Exclusive ଭିଡ଼ିଓ.. ! ରାସ୍ତା ମଝିରେ ହାତକାଟି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ ….ପୁରା କାରନାମା ଜାଣିଲେ ଆପଣଙ୍କ ହୋସ ରହିବନି…..

ପ୍ରତିଦିନ ଅପରାଧ, ଦୁଷ୍କର୍ମ , ଆତ୍ମହତ୍ୟା ଆଦି ଭଳି ଅମାନବୀୟ ଘଟଣା ସବୁ ଦେଖିବାକୁ ମିଳୁଛି । ଦେଶ ଯେତେ ଉନ୍ନତି କଲେ ମଧ୍ୟ ସମାଜରେ ଏହି ଭଳି ସବୁ ଅପରାଧ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ଆଇନ କାନୁନ୍ ବ୍ୟବସ୍ଥା ଯେତେ କଠୋର ହେଲେ ମଧ୍ୟ ଲୋକମାନେ ଏହାକୁ ନ ଡରି ବିଭିନ୍ନ ପ୍ରକାରର ଅପରାଧ କରି ଚାଲୁଛନ୍ତି ।କେଉଁଠି ଦୁଷ୍କର୍ମ କରି ନାରୀ ଙ୍କୁ ହତ୍ୟା କରାଯାଉଛି ତ କେଉଁଠି ନାରୀଙ୍କୁ ଯୌତୁକ ନିର୍ଯାୈତନା ଦେଇ ନିଆଁ ରେ ପୋଡି ହତ୍ୟା କରୁଛନ୍ତି ପରିବାର ଲୋକେ ।

ଏହା ସହିତ କେଉଁଠି ମାଆର ଗଳାକୁ ଛୁରୀ ରେ କାଟି ହତ୍ୟା କରୁଛି ତ କେଉଁଠି ଏହି ଭଳି ବିଭିନ୍ନ ପ୍ରକାରର ଅପରାଧ କରୁଛନ୍ତି । ପ୍ରତିଦିନ ଏହି ଭଳି ଖବର ସବୁ ଶୁଣିବାକୁ ମିଳୁଛି ।

ଏହା ସହିତ ଦେଶରେ ଆତ୍ମହତ୍ୟା ସଂଖ୍ୟା ବିଢିବାରେ ଲାଗିଛି । ପ୍ରିତି 4 ମିନିଟ୍ ରେ ଦେଶରେ ଆତ୍ମହତ୍ୟା ଯୋଗୁଁ ଜଣଙ୍କର ମୃତ୍ୟୁ ହେଉଛି ।ତେବେ ଓଡିଶାର ଆତ୍ମହତ୍ୟା ହାର ଜାତୀୟ ହାର ଠାରୁ ଅଧିକ ରହିଛି ।ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଯେଉଁମାନେ ବ୍ୟବସାୟ, କୃଷି ଆଉ ଅନ୍ୟାନ୍ୟ କାର୍ଯ୍ୟ କରି ଆତ୍ମ ନିଯୁକ୍ତ ହେଉଛନ୍ତି ସେମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି ।

ଗତ ଦଶ ବର୍ଷ ମଧ୍ୟରେ ଦେଶରେ ଆତ୍ମହତ୍ୟା ର ହାର ସାମାନ୍ୟ ହ୍ରାସ ପାଇଥିଲେ ବି ଆତ୍ମହତ୍ୟା ର ମାମଲା ବଢିବାରେ ଲାଗିଛି ।ବିଶେଷ କରି ଏହି ସମାଜର ଯୁବକମାନେ କୌଣସି କଥା କୁ ନେଇ ଆତ୍ମହତ୍ୟା ଭଳି ଉଦ୍ୟମ କରିବାକୁ ଚାହୁଁଛନ୍ତି । କେଉଁଠି ଭଲ ପାଇବାରେ ସଫଳ ହୋଇ ନ ପାରିବାରୁ ତ କେଉଁଠି ନିଜ କ୍ୟାରିୟର ରେ ଅସଫଳ ହୋଇ କେଉଁଠି ବିଷ ପାନ କରୁଛନ୍ତି ତ କେଉଁଛି ଗଳାରେ ରସି ଦେଇ ଦେଉଛନ୍ତି ତ କେଉଁଠି ପାଣିକୁ ଡେଇଁ ଜୀବନ ହାରି ବାକୁ ଉଦ୍ୟମ କରୁଛନ୍ତି ।

ତେବେ ସେହିଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ର ଜୟଦେବ ବିହାର ପାଖରେ । ତେବେ ଭିଡିଓ ରେ ଦେଖିବାକୁ ମିଳୁଛି କି ଜଣେ ଝିଅଟିଏ କୌଣସି କାରଣ ପାଇଁ ତାର ନିଜ ହାତ କାଟି ଦେଇଥିଲା । ତା ପରେ ସେଠାକାର ପୋଲିସ୍ ଆସି ସେ ଝିଅଟିକୁ ଆମ୍ବୁଲାନ୍ସ ରେ ଡାକ୍ତରଖାନା ନେଇଯାଇଥିଲେ । କିନ୍ତୁ ଝିଅଟିର କ ଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଛି ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ ଏବଂ ପୋଲିସ୍ ଏହାର ତଦନ୍ତ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।