ପୁଣି ଅନୁଭବ ବର୍ଷା ଙ୍କୁ ନେଇ ଆସିଛି ଆଉ ଏକ ଘରୋଇ ବିବାଦ ! ବର୍ଷା ଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିଲେ ,ସାଂସଦ ଅନୁଭବ ମହାନ୍ତି …ଶୁଣନ୍ତୁ ଅନୁଭବ କଣ କହୁଛନ୍ତି

ଚଳଚ୍ଚିତ୍ର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତି ଙ୍କ ପାରିବାରିକ ବିବାଦ ତୁଟୁନି । ଘରୋଇ ହିଂସା ଅଭିଯୋଗ କୁ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରୁଜୁ କରିଥିବା ମାମଲାରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ମଧ୍ୟସ୍ଥତା କେନ୍ଦ୍ରରେ ଆଜି ହାଜର ହୋଇଥିଲେ ।କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ମଧ୍ୟସ୍ଥତା କେନ୍ଦ୍ର କୁ ଆସିନ ଥିଲେ ।ଫଳରେ ମଧ୍ୟସ୍ଥତା କେନ୍ଦ୍ରରେ କୌଣସି ସୁଫଳ ମିଳି ପାରି ନାହିଁ ।

ଅନୁଭବ କହିଛନ୍ତି ସେ କୌଣସି ତାରିଖ ମିସ୍ କରି ନାହାନ୍ତି । କିନ୍ତୁ ବର୍ଷା କୋର୍ଟ ରେ ଦାଖଲ କରିଥିବା ପ୍ରତିଉତ୍ତର ଗ୍ରହଣ କରୁ ନାହାନ୍ତି କି ମଧ୍ୟସ୍ଥତା କେନ୍ଦ୍ରକୁ ଆସୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଅନୁଭବ ।

ଅନୁଭବ କହିଥିଲେ ଯେ, ମାମଲାର ଯଥାଶୀଘ୍ର ସମାଧାନ ହେବା ଦରକାର ।ମାମଲାରେ ଦାଖଲ କରିଥିବା ଜବାବର କପି ଗ୍ରହଣ କରିବାକୁ ବର୍ଷା ଆସୁ ନାହାନ୍ତି ।ଅନୁଭବ କଟାକ୍ଷ କରି କହିଛନ୍ତି ଯେ, ସୋିଆଲ୍ ମିଡିଆରେ ପୋଷ୍ଟ ସେୟାର କରିବାକୁ ସମୟ ମିଳୁଛି ଓ ସାମାଜିକ ଗଣ ମାଧ୍ୟମରେ ସବୁବେଲେ ସକ୍ରିୟ ହୋଇ ରହୁଛନ୍ତି , କିନ୍ତୁ କୋର୍ଟ ସ୍ଥିର କରିଥିବା ମଧ୍ୟସ୍ଥତା କେନ୍ଦ୍ରକୁ ଆସିବା ପାଇଁ ସମୟ ମିଳୁ ନାହିଁ ।

 ଏହା ମଧ୍ୟ କହିଛନ୍ତି ଯେ, ଜାଣି ଶୁଣି କୋର୍ଟ କୁ ଆସୁ ନାହାନ୍ତି ବର୍ଷା ।ମମାଲା ସରୁ ବୋଲି ସେ ଚାହୁଁ ନାହାନ୍ତି ।ଏହାକୁ ଜାଣିଶୁଣି ଲମ୍ବା ଟାଣିବାକୁ ଚେଷ୍ଟା କରୁଛନ୍ତି । ଏପରିକି ବର୍ଷା ନିଜେ ଦାଖଲ କରିଥିବା ଦୁଇଟି ଆବେଦନର ଶୁଣାଣି ତାରିଖରେ ମଧ୍ୟ ବର୍ଷା ଉପସ୍ଥିତ ନ ଥିଲେ ।କୋର୍ଟ ଏ ନେଇ ବାରମ୍ବାର ନୋଟିସ୍ କରିଥିବା ସତ୍ତ୍ୱେ କୋର୍ଟ କୁ ବେଖାତିର କରୁଛନ୍ତି ବର୍ଷା ବୋଲି ଅନୁଭବ ଅଭିଯଗ କରିଛନ୍ତି ।

ଗଣ ମାଧ୍ୟମ ଜରିଆରେ ମାମଲାରେ ପୂର୍ଣ୍ଣଚ୍ଛେଦ ଆଣିବା ପାଇଁ ବର୍ଷା ଙ୍କତୁ ଅନୁରୋଧ କରିଛନ୍ତି ଅନୁଭବ ମହାନ୍ତି ।ସେ କହିଛନ୍ତି କୋର୍ଟ ଯାହା ନିଷ୍ପତି ନେବେ ମୁଁ ତାହାକୁ ଗ୍ରହଣ କରିବି ।ତେବେ ଅନୁବଭ ଙ୍କ ଅଭିଯୋଗ ଉପରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

ତେବେ ବର୍ଷା ଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ରାମକୃଷ୍ଣ ରଥ କହିଛନ୍ତି , ଅସୁସ୍ଥତା କାରଣରୁ ବର୍ଷା ଆସି ପାରି ନ ଥିଲେ । ଏହି ମାମଲାର ଆପୋଷୋର ,ସମାଧାନ ପାଇଁ କଟକ ସଦର ଏସଡିଜେଏମ ଅଦାଲତ ମଧ୍ୟସ୍ଥତା କେନ୍ଦ୍ରକୁ ପଠାଇଥିଲେ । ମମାଲା ର ସମାଧାନ ପାଇଁ ଆଇନଜୀବୀ ସ୍ମିତରଞ୍ଜନ ପଟ୍ଟନାୟକ ଙ୍କୁ ଅଦାଲତ ନିଯୁକ୍ତି ଦେଇଛନ୍ତି ।