୨ ପ୍ରେମିକାଙ୍କୁ ଗୋଟିଏ ବେଦିରେ ବାହା ହେଲେ ପ୍ରେମିକ ,, ଘଟଣାର ପୁରା କାହାଣୀ ଶୁଣିଲେ ଆପଣଙ୍କ ହୋସ ରହିବନି…

ଏବେ ସୋସିାଲ୍ ମିଡିଆ ସହିତ ଅନେକ ଲୋକ ଜଡିତ ହୋଇ ରହିଛନ୍ତି । ଏହା ଦ୍ୱାରା ଦେଶ ଦୁନିଆ ଘଟୁଥିବା ଘଟଣା ବିଷୟରେ ଜାଣିବାକୁ ମିଳିଥାଏ ।ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ,ଫୋଟ ସବୁ ଦେଖିବାକୁ ମିଳିଥାଏ । ସେହିପରି ଏକ ଭିଡିଓ ଭିଆରାଲ୍ ହେବାରେ ଲାଗିଛି , ଯେଉଁଥିରେ କି ଗୋଟିଏ ମଣ୍ଡପରେ ଗୋଟିଏ ବରକୁ ଦୁଇ ଜଣ ପ୍ରେମିକା ବିବାହ କରୁଛନ୍ତି । ଆପଣ ଅନେକ ବାହାଘର ଦେଖିଥିବେ ।

ସବୁଠି ଜଣେ ବର ଓ ଜଣେ କନ୍ୟାଙ୍କ ସହ ବିବାହ କରି ଥାଆନ୍ତି ।କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ବାହାଘର ବିଷୟରେ କହିବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ଏମିତି ଏକ ନିଆରା ବାହାଘର ଥିଲା , ଯେଉଁଠି ବର ତ ଜଣେ ଥିଲେ, କିନ୍ତୁ ମଣ୍ଡପ ଉପରେ ଥିଲେ ଦୁଇ ଜଣ କନ୍ୟା ।

ତେବେ ଚଳିତ ବର୍ଷ 14 ତାରିଖରେ ତେଲେଙ୍ଗାନା ରେ ଉନୁର ଅଞ୍ଚଳର ଧନପୁର ଗାଁ ରେ ହୋଇଥିବା ଏହି ବାହାଘର ସମସ୍ତଙ୍କ ପାଇଁ ଆକର୍ଷଣ ର କେନ୍ଦ୍ରବିନ୍ଦୁ ରହିଥିଲା ।ଅର୍ଜୁନ ନାମକ ଏହି ବ୍ୟକ୍ତି ମଣ୍ଡପରେ ଏକା ସାଙ୍ଗେ ଦୁଇ ଜଣ କନ୍ୟାଙ୍କ ସହ ବିବାହ କରିଥିଲେ ।ମିଳିତିବା ସୂଚନା ଅନୁଯାୟୀ, ଅର୍ଜୁନ୍ ଙ୍କୁ ଏକା ସାଙ୍ଗେ ଯୁବତୀ ଙ୍କ ସହ ପ୍ରେମ ହୋଇଥିଲା ।

ଆଉ ସମ୍ପର୍କ ଏତେ ମଜବୁତ୍ ହୋଇଯାଇଥିଲା ଯେ,ନିଜ ଦୁଇ ପ୍ରେମିକା ଙ୍କ ମଧ୍ୟରୁ କାହାକୁ ମଧ୍ୟ ଦୂରେଇ ଦେବା ଅର୍ଜୁନ୍ ଙ୍କ ପାଇଁ ଅସମ୍ଭବ ହୋଇ ପଡିଥିଲା ।ଆଉ ଏହାପରେ ସେ ଦୁଇ ଜଣଙ୍କୁ ବିବାହ କରିବାକୁ ନିଷ୍ପତି ନେଇଥିଲେ ।ଆଉ ଅର୍ଜୁନ୍ ଙ୍କ ଏହି ନିଷ୍ପତିରେ ଦୁଇ ଜଣ ଯୁବତୀ ମଧ୍ୟ ରାଜି ହୋଇଥିଲେ .।ଏହି ନିଆରା ବାହଘରକୁ ଦେଖିବା ପାଇଁ ପୂରା ଗାଁ ଏକାଠି ହୋଇଥିଲେ ।

ଯେତେବେଳେ ଉଭୟ ବରର ପରିବାର ଏବଂ ଦୁଇ କନ୍ୟାର ପରିବାର ଲୋକେ ଏକଥା ଜାଣିଲେ ପ୍ରଥମେ ଏହି ବାହାଘର ପାଇଁ ରାଜି ହୋଇ ନ ଥିଲେ ।କିନ୍ତୁ ପରେ ସେମାନେ ଏହି ବାହାଘରକୁ ଅନୁମତି ଦେଇଥିଲେ ।ବାଜା ରସଣି ସହ ନିଜ ଗାଁ ରେ ଧୁମ୍ ଧାମ୍ ରେ ହୋଇଥିଲା ଏହି ନିଆରା ବାହାଘର ।ସବୁ ରିତୀନିତୀ ସମ୍ପନ୍ନ ହୋଇଥିଲା । ଆଉ ଅଗ୍ନିକୁ ସାକ୍ଷୀ ରଖି ନିଜ ଦୁଇ ପ୍ରେମିକା ଙ୍କୁ ସାତ ଜନ୍ମର ସାଥୀ କରିଥିଲେ ଅର୍ଜୁନ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।