ଦେଖନ୍ତୁ Exclusive ଭିଡ଼ିଓ..ଟଙ୍କା ପାଇଁ ମହିଳା ଙ୍କର ବିଚ୍ ରାସ୍ତା ଉପରେ କଳା କାରନାମା , ପୁରା ଭିଡିଓ ଦେଖିଲେ ଆପଣଙ୍କ ହୋସ ରହିବନି…..

ବିଚ୍ ରାସ୍ତାରେ ହଙ୍ଗାମା , ଦାଦାଗିରି ଦେଖାଉଛନ୍ତି ଭାଇ ଭଉଣୀ । ଅମାନସିକ ଭାବେ ଯୁବକ ଙ୍କୁ ଧରି ନିର୍ଦ୍ଧୁମ ମାଡ ମାରୁଛନ୍ତି । ଭଦ୍ରକ ଧାମନଗର ସହର ର ଛାତି ଉପରେ ଚାଲିଛି ଏହି ତାମସା୍ । ତେବେ ଆଜିକାଲି ତ ସବୁଦିନେ ବହୁ ଅଜବ ଘଟଣା ସବୁ ଘଟୁଛି , ଆପଣ ଖବର ଶୁଣୁଥିବେ ଆଉ ନିଜ ଆଖପାଖରେ ମଧ୍ୟ ଦେଖୁଥିବେ ।ଏହାଛଡା ଆପଣ ମାନେ ତ ସମସ୍ତେ ସୋସିଆଲ ମିଡିଆ ସହ ନିଶ୍ଚିତ ଭାବରେ ଜଡିତ ଥିବେ । ତେବେ ସୋସିଆଲ ମିଡିଆରେ ପ୍ରତିଦିନ କିଛି ନାଁ କିଛି ଅଜବ ଘଟଣା ସବୁ ଘଟିଥିବାର ଭିଡିଓ ଏବଂ ଫୋଟ ସବୁ ଭାଇରାଲ ହୋଇଥାଏ । ଆଉ ଆଜି ଆମେ ଆପଣଙ୍କୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏମିତି ଏକ ଭିଡିଓ ବିଷୟରେ ଜଣେଇବୁ ଯାହା ଜାଣିଲା ପରେ ଆପଣ ସଂମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟଚକିତ ହୋଇଯିବେ ।

ଘଟଣା ଅନୁସାରେ ଜଣେ ଯୁବକ ଙ୍କୁ ରସି ରେ ବାନ୍ଧି ଅତି ଅମାନସିକ ଭାବେ ଗୋଡାଇ ଗୋଡାଇ ପିଟୁଛନ୍ତି ଭାଇ ଭଉଣୀ । ମାଡ ମାରୁଥିବା ମହିଳା ଜଣଙ୍କ ଧାମନଗର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ର ଅସ୍ଥାୟୀ କର୍ମଚାରୀ ବୋଲି ଜଣା ପଡିଛି । ଆଉ ଏଥିରେ ମହିଳା ଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କର ଭାଇ ।

ତେବେ ଯାହା ଜଣା ପଡିଛି ମାଡ ଖାଉ ଥିବା ଯୁବକ ଜଣଙ୍କ କୁଆଡେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଡରୁ କିଛି ଟଙ୍କା ହ୍ୟାକ୍ କରି ନେଇଛନ୍ତି । ଆଉ ଏହି ସନ୍ଦେହ ରେ ଯୁବକ ଜଣଙ୍କୁ ମହିଳା ଏବଂ ତାଙ୍କ ଭାଇ ଗୋଡ, ହାତ ବାନ୍ଧି ଜୋତାରେ ପିଟିବା ସହ ଗୋଇଁଠା ବିଧା ମାରୁ ଥିବା ଭିଡିଓ ରେ ଦେଖିବାକୁ ମିଳିଛି । ଆଉ ସେହି ଭିଡିଓ ଟି୍ ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ।


ଆଉ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଧାମନଗର ଥାନା ଠାରୁ ମାତ୍ର 200 ମିଟର ଦୂର ବିଚ୍ ରାସ୍ତା ଉପରେ ଏପରି ମାଡ ହେଉ ଥିବା ସମୟ ରେ ଶତାଧିକ ଲୋକ ମାନେ ଦେଖୁ ଥିଲେ ମଧ୍ୟ କେହି ପ୍ରତିବାଦ କରି ନ ଥିଲେ । ତେବେ ହାତ କୁ ରସି ରେ ବାନ୍ଧି ମହିଳା ଓ ତାଙ୍କ ଭାଇ ବିଚ୍ ବଜାର ରେ ଏଭଳି ମାଡ ମାରବା ପରେ ଶେଷ ରେ ପୋଲିସ୍ ଜିମା ଦେଇ ଥିବା ସୂଚନା ମିଳିଛି ।

ଅନ୍ୟପଟେ ପୋଲିସ୍ ଯୁବକ ଙ୍କୁ ଗିରଫ କରିବା ସହ ଘଟଣା ର ତଦନ୍ତ ମଧ୍ୟ ଜାରି ରଖିଛି । ଆଉ ଅପର ପଟେ ଯୁବକ ଙ୍କ ମାଆ ଉକ୍ତ ମେଡିକାଲ୍ କର୍ମଚଚାରୀ ଓ ତାଙ୍କ ଭାଇ ଙ୍କ ନାଁ ରେ ଥାନା ରେ ମାମଲା ରୁଜୁ କରିଛନ୍ତି । ତେଣୁ ପୋଲିସ୍ ଘଟଣା ର ଅଧିକ ତଦନ୍ତ ଆରମ୍ଭ କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।